୨୦୦୧ରେ ମୁଖ୍ୟମନ୍ତ୍ରୀ ମାନିଛନ୍ତି ଛତିଶଗଡ଼ ମହାନଦୀରେ ବ୍ୟାରେଜ କରୁଛି: ନରସିଂହ

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।  ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ହେଉଛି ବୋଲି ରାଜ୍ୟ ସରକାର ବହୁ ଆଗରୁ ଜାଣିଥିଲେ। ଏବେ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହି ରାଜ୍ୟବାସୀଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି ବୋଲି ମିଶ୍ର ଅଭିଯୋଗ କରିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଥିବା ୨୦୦୧ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ […]

narashingha

narashingha

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 08:43 PM IST

Sports

Latest News

narashinghaଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।  ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ହେଉଛି ବୋଲି ରାଜ୍ୟ ସରକାର ବହୁ ଆଗରୁ ଜାଣିଥିଲେ। ଏବେ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି କହି ରାଜ୍ୟବାସୀଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି ବୋଲି ମିଶ୍ର ଅଭିଯୋଗ କରିଛନ୍ତି। ଛତିଶଗଡ଼ ସରକାର ମହାନଦୀ ଉପରେ ବ୍ୟାରେଜ ନିର୍ମାଣ କରୁଥିବା ୨୦୦୧ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିଛନ୍ତି। ଏବେ କାହିଁକି ରାଜ୍ୟ ସରକାର ମିଛ କହୁଛନ୍ତି ତାହା ବିଚାରଯୋଗ୍ୟ ବୋଲି ସେ କହିଛନ୍ତି।

ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ମିଶ୍ର କହିଛନ୍ତି, “୨୦୦୧ ଏପ୍ରିଲ ୧୦ ତାରିଖରେ ଓଡ଼ିଶା ବିଧାନସଭାରେ ସ୍ୱର୍ଗତ ଅଶୋକ ଦାସ ଆଗତ କରିଥିବା ଏକ ମୁଲତବି ପ୍ରସ୍ତାବରେ ମହାନଦୀ ଜଳ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅବିଭକ୍ତ ମଧ୍ୟପ୍ରଦେଶ ଓ ନୂଆକରି ଗଠନ କରାଯାଇଥିବା ଛତିଶଗଡ଼ ରାଜ୍ୟ ମହାନଦୀର ଉପରମୁଣ୍ଡରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ କରି ହୀରାକୁଦକୁ ଆସୁଥିବା ପାଣିକୁ ଅବରୋଧ କରୁଛନ୍ତି, ଯାହାଦ୍ୱାରା ହୀରାକୁଦରେ ପାଣି କମିବା ସହିତ ମହାନଦୀ ତଳମୁଣ୍ଡ ଧୀରେ ଧୀରେ ଶୁଖି ଯିବ ବୋଲି ସେ ଉଲ୍ଲେଖ କରିଥିଲେ। ଆଲୋଚନାରେ ଭାଗ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିଛି। ଆଉ କିଛି ପ୍ରକଳ୍ପ ନିର୍ମାଣ କରୁଛି ଓ ଆଗାମୀ ଦିନରେ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶା ସରକାର ମହାନଦୀର ଉପରମୁଣ୍ଡରେ ଡ୍ୟାମ୍‌ ଓ ବ୍ୟାରେଜ୍‌ ନିର୍ମାଣ କରିବାକୁ ଛତିଶଗଡ଼କୁ ଅନୁମତି ଦେବନାହିଁ ଏବଂ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ବିଭାଗ ସଚିବ ପ୍ରକଳ୍ପ ସମ୍ପର୍କରେ ଜାଣିନୁ ବୋଲି କହି ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ଏହା ଚିନ୍ତାର ବିଷୟ। ଶାସକ ଦଳ ଛତିଶଗଡ଼ ସରକାର ଓ ଶିଳ୍ପପତିଙ୍କ ସହିତ ହାତ ମିଳାଇଛି ନା ଜାଣିଶୁଣି ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରୁନି ପ୍ରଶ୍ନ ଉଠିବାରେ ଲାଗିଛି।”

ନରସିଂହ ଆହୁରି କହିଛନ୍ତି, “ମହାନଦୀରେ ଛତିଶଗଡ଼ ସରକାର ୬ଟି ବ୍ୟାରେଜ୍‌ ନିର୍ମାଣ କରୁଛି। ଏହି ସବୁ ପ୍ରକଳ୍ପ କାମ ଶିଳ୍ପପତିଙ୍କ ପଇସାରେ ନିର୍ମାଣ ହେଉଛି, ଯେଉଁମାନଙ୍କର ଓଡ଼ିଶାରେ ମଧ୍ୟ ଶିଳ୍ପ ରହିଛି। ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ସରକାର ଚୁପ୍‌ ରହିଥିଲେ କି? ଏହି ୬ ପ୍ରକଳ୍ପ ଛଡ଼ା ଆହୁରି ଅନେକ ବ୍ୟାରେଜ ମହାନଦୀର ଉପନଦୀରେ ନିର୍ମାଣ ଚାଲିଛି ଓ କେତେକ ନିର୍ମାଣ ସରିଲାଣି। ରାଜ୍ୟ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ଆମେ ନିନ୍ଦା କରୁଛୁ।”

ସେ କହିଛନ୍ତି, “ମହାନଦୀ ସମସ୍ୟାର ସ୍ଥାୟୀ ସମାଧାନର ସୂତ୍ର ବାହାର କରାଯାଉ। ଏପରି ସମସ୍ୟା ଯେପରି ଭବିଷ୍ୟତରେ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇ ଆଇନ୍‌ ଅନୁଯାୟୀ ସ୍ଥାୟୀ ବ୍ୟବସ୍ଥା କରାଯାଉ। ଅତୀତରେ ସିଡବ୍ଲ୍ୟୁସି ତଥା କେନ୍ଦ୍ର ଜଳ ସମ୍ପଦ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶାର ଅନୁପସ୍ଥିତିରେ ଯେପରି ଏକତରଫା ନିଷ୍ପତ୍ତି ନେଇଛି ତା’ର ପୁନର୍ବିଚାର କରାଯାଉ। ଆଶା କରୁଛୁ ରାଷ୍ଟ୍ରପତି ସେଥିପ୍ରତି ଧ୍ୟାନ ଦେବେ ଏବଂ ଉଚିତ ପଦକ୍ଷେପ ନେବା ସହିତ ଓଡ଼ିଶାବାସୀଙ୍କୁ ସୁରକ୍ଷା ଯୋଗାଇବେ।”

ସେ ଆହୁରି କହିଛନ୍ତି, “ଓଡ଼ିଶାର ସବୁ ଦଳ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରୁଛନ୍ତି। ସମସ୍ତେ ଚାହାନ୍ତି ମହାନଦୀରୁ ଯେଉଁ ପାଣି ହୀରାକୁଦକୁ ଆସୁଛି ସେଥିରେ ବାଧା ସୃଷ୍ଟି ନ ହେଉ। କିନ୍ତୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ଶାସକ ଦଳ ରାଜନୀତି କରୁଛି। ଛତିଶଗଡ଼ ପ୍ରକଳ୍ପ ସମ୍ପର୍କ ପୂର୍ବରୁ କୌଣସି ସୂଚନା ନ ଥିଲା ବୋଲି ରାଜ୍ୟ ସରକାର ଦେଉଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭିତ୍ତିହୀନ।”

ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଅତୀତରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଜେ କହିଥିଲେ ଛତିଶଗଡ଼ର କେଲୋ ଓ ଅର୍ପା ପ୍ରକଳ୍ପ ସମ୍ପର୍କରେ ଅବଗତ ଅଛନ୍ତି। ଏବେ କିଛି ଜାଣି ନ ଥିବା କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ୨୦୧୬ ମାର୍ଚ୍ଚ ୨୧ ତାରିଖରେ ଆମ ଦଳର ବିଧାୟିକା ରାଧାରାଣୀ ପଣ୍ଡଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେଲୋ ପ୍ରକଳ୍ପ କଥା ସରକାର ଜାଣିଛନ୍ତି। ଏହାର ପ୍ରଭାବରେ ଲଖନପୁରରେ ଜଳସଙ୍କଟ ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story