୨୦୧୬ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଅନଲାଇନରେ କରିବେ ଫର୍ମଫିଲପ
କଟକ: ୨୦୧୬ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମଫିଲପ୍ କରିବେ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଥର ଏଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରୁ ଫର୍ମଫିଲପ୍ ଆରମ୍ଭ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯେଉଁ ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ବ୍ୟବସ୍ଥା ଥିବ ଛାତ୍ରଛାତ୍ରୀମାନେ ସେଠାରେ ଫର୍ମଫିଲପ୍ କରିପାରିବେ। ଅଥବା ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ୱା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସରେ ଆବେଦନ କରି ପାରିବେ । ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ […]
କଟକ: ୨୦୧୬ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ଅନଲାଇନରେ ଫର୍ମଫିଲପ୍ କରିବେ। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଥର ଏଭଳି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରୁ ଫର୍ମଫିଲପ୍ ଆରମ୍ଭ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଯେଉଁ ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ବ୍ୟବସ୍ଥା ଥିବ ଛାତ୍ରଛାତ୍ରୀମାନେ ସେଠାରେ ଫର୍ମଫିଲପ୍ କରିପାରିବେ। ଅଥବା ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ୱା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଫିସରେ ଆବେଦନ କରି ପାରିବେ । ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଅନଲାଇନ୍ ରେଜିଷ୍ଟ୍ରସନ ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।