ପୋଲରୁ ଏକା ସାଙ୍ଗରେ ଡେଇଁଲେ ୨୪୫: ଜାଣନ୍ତୁ କ’ଣ ଥିଲା କାରଣ ?

ବ୍ରାସିଲିଆ: ଦୁନିଆରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ରୋମାଞ୍ଚ ପାଇଁ କିଛି ବି କରିପାରିବେ। ରୋମାଞ୍ଚ ସମୟ ହିଁ ଏମାନଙ୍କୁ ଜୀବନର ସବୁଠୁ ବେଶି ଖୁସି ଦେଇଥାଏ। ନିଜ ନାଁକୁ ବିଶ୍ୱ ରେକର୍ଡରେ ସାମିଲ କରିବାକୁ ଏମାନେ କିଛି ବି କରିପାରିବେ। ଆଜି ଆମେ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିଶ୍ୱ ରେକର୍ଡ କରିବାକୁ ୩୦ ମିଟର ଉଚ୍ଚ ପୋଲ ଉପରୁ ଡେଇଁ ପଡିଛନ୍ତି। ଘଟଣାଟି ବ୍ରାଜିଲର। ହାଣ୍ଟୋଲାଣ୍ଡିଆରେ ଗୋଟିଏ ପୋଲ ଉପରୁ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 12:35 PM IST

ବ୍ରାସିଲିଆ: ଦୁନିଆରେ ଏମିତି ଲୋକ ଅଛନ୍ତି, ଯେଉଁମାନେ ରୋମାଞ୍ଚ ପାଇଁ କିଛି ବି କରିପାରିବେ। ରୋମାଞ୍ଚ ସମୟ ହିଁ ଏମାନଙ୍କୁ ଜୀବନର ସବୁଠୁ ବେଶି ଖୁସି ଦେଇଥାଏ। ନିଜ ନାଁକୁ ବିଶ୍ୱ ରେକର୍ଡରେ ସାମିଲ କରିବାକୁ ଏମାନେ କିଛି ବି କରିପାରିବେ। ଆଜି ଆମେ ଏମିତି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିଶ୍ୱ ରେକର୍ଡ କରିବାକୁ ୩୦ ମିଟର ଉଚ୍ଚ ପୋଲ ଉପରୁ ଡେଇଁ ପଡିଛନ୍ତି।

ଘଟଣାଟି ବ୍ରାଜିଲର। ହାଣ୍ଟୋଲାଣ୍ଡିଆରେ ଗୋଟିଏ ପୋଲ ଉପରୁ ଏକା ସାଙ୍ଗରେ ୨୪୫ ଜଣ ଡେଇଁ ଗିନିଜ୍‌ ବୁକ୍‌ ରେକର୍ଡ କରିଛନ୍ତି।

ପୋଲ ଉପରେ ଏକା ସାଙ୍ଗରେ ୨୪୫ ଜଣ ଛିଡା ହୋଇଥିଲେ। ଏମାନଙ୍କ ମଧ୍ୟରେ କିଛି ମହିଳା ବି ଥିଲେ। ଏମାନଙ୍କୁ ଗୋଟିଏ ରସିରେ ବାନ୍ଧି ଦିଆଯାଇଥିଲା। ପରେ ଏମାନଙ୍କୁ ଏକାସାଙ୍ଗରେ ପୋଲରୁ ଡେଇଁବାକୁ କୁହାଯାଇଥିଲା। ନିର୍ଦ୍ଦେଶ ମିଳିବା ମାତ୍ରେ ସମସ୍ତେ ଡେଉଁ ପଡିଥିଲେ।

ଏହି ପୋଲ ଉପରୁ ୨୦୧୬ରେ ୧୪୯ ଜଣ ଡେଇଁ ୱାଲ୍ଡ ରେକର୍ଡ କରିଥିଲେ।

Related story