୨୪ରୁ ସମ୍ବଲପୁର ଆଇଆଇଏମରେ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ ପାଠପଢ଼ା ଆରମ୍ଭ ହେବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଚଳିତ ମାସ ୨୪ ତାରିଖରୁ ଏଠାରେ ପାଠପଢ଼ା ଆରମ୍ଭ ହେବ। ୨୩ ତାରିଖରୁ ଛାତ୍ରଛାତ୍ରୀଙ୍କ ପଂଜୀକରଣ ଓ ଓରିଏଣ୍ଟେସନ୍ ଆରମ୍ଭ ହେବ। ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ୍ ସଂଯୋଜକ ପବନ କୁମାର ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ […]

sbpiim

sbpiim

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 01:41 PM IST

Sports

Latest News

[caption id="attachment_31435" align="alignleft" width="300"]sbpiim ଆଇଆଇଏମ ନେଇ ଉର୍ନ୍ନନ କମିଶନରଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଗୁରୁବାର ବସିଥିବା ବୈଠକ[/caption]

ଭୁବନେଶ୍ୱର: ଆଇଆଇଏମ୍ ସମ୍ୱଲପୁରରେ ପାଠପଢ଼ା ଆରମ୍ଭ ହେବା ନେଇ ଲାଗି ରହିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଚଳିତ ମାସ ୨୪ ତାରିଖରୁ ଏଠାରେ ପାଠପଢ଼ା ଆରମ୍ଭ ହେବ। ୨୩ ତାରିଖରୁ ଛାତ୍ରଛାତ୍ରୀଙ୍କ ପଂଜୀକରଣ ଓ ଓରିଏଣ୍ଟେସନ୍ ଆରମ୍ଭ ହେବ। ଆଜି ସଚିବାଳୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ୍ ସଂଯୋଜକ ପବନ କୁମାର ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଚଳିତ ବର୍ଷ ସମ୍ବଲପୁର ଆଇଆଇଏମରେ ୬୦ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖା ଯିବ। ବର୍ତ୍ତମାନ ସୁଦ୍ଧା ୩୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଲେଣି। ସେମାନେ ଏଠାରେ ପଢ଼ିବା ନେଇ ସ୍ପଷ୍ଟ କରି ସାରିଛନ୍ତି। ଏବେବି ନାମଲେଖା ପ୍ରକ୍ରିୟା ଜାରି ରହିଛି। ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଆଶା କରାଯାଉଛି ୬୦ ପାଖାପାଖି ପିଲା ଏଥର ନିଶ୍ଚିତ ଭାବେ ନାମ ଲେଖାଇବେ। ଆଉ ସଫଳତାର ସହିତ ସମ୍ବଲପୁର ଆଇଆଇଏମରେ ପାଠପଢ଼ା ଆରମ୍ଭ ହେବ।

ଆଇଆଇଏମ ସଂଯୋଜକ ପବନ ସିଂହ କହିଛନ୍ତି ଯେ ସମ୍ବଲପୁର ଆଇଆଇଏମ୍ ପାଇଁ ଶିକ୍ଷକ ନିଯୁକ୍ତି ନେଇ କେହି ଆଦୌ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଏ ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଆଇଆଇଏମ୍ ଇନ୍ଦୋରର। ଆଇଆଇଏମ୍ ଇନ୍ଦୋର ବର୍ତ୍ତମାନ ପାଇଁ ସମ୍ବଲପୁର ଆଇଆଇଏମର ମେଣ୍ଟର ରହିଛି। ତେଣୁ ଭଲ ଶିକ୍ଷକଙ୍କୁ ନିଶ୍ଚିତ ଭାବେ ନିଯୁକ୍ତି ଦିଆଯିବ। ଏନେଇ କେତେ ଜଣ ଶିକ୍ଷକଙ୍କ ସହିତ ଆଲୋଚନା ସରିଛି। ସେମାନେ ସମସ୍ତେ ଏଠାକୁ ଆସି ପିଲାଙ୍କୁ ପଢ଼ାଇବାକୁ ରାଜି ହୋଇଛନ୍ତି। ବର୍ତ୍ତମାନ ପାଇଁ ୮ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଦୁଇ ତିନି ମାସ ପର୍ଯ୍ୟନ୍ତ ଏହି ଶିକ୍ଷକମାନେ ପିଲାଙ୍କୁ ପାଠ ପଢ଼ାଇବେ। ଏହା ସହିତ ଅତିଥି ଅଧ୍ୟାପକମାନେ ମଧ୍ୟ ଆସି ପିଲାଙ୍କୁ ପଢ଼ାଇବେ। ଆଇଆଇଏମ୍ ଇନ୍ଦୋରର କିଛି ଅଧ୍ୟାପକଙ୍କୁ ମଧ୍ୟ ଅନୁରୋଧ କରାଯିବ ଏଠାକୁ ବେଳେ ବେଳେ ଆସି ପଢ଼ାଇବା ପାଇଁ। ଆଶା ଅଛି ସେମାନେ ଅମଙ୍ଗ ହେବେ ନାହିଁ। ପାଠପଢ଼ାର ଗୁଣବତ୍ତା ସହିତ ଆଦୌ ସାଲିସ୍ କରାଯିବ ନାହିଁ।

ପବନ ସିଂହ କହିଛନ୍ତି, ପାଠ୍ୟକ୍ରମ ଆଧାରରେ ପ୍ରଥମ ପର୍ଯ୍ୟାୟରେ ୮ ଜଣଙ୍କ ଅଧ୍ୟାପକ ସମ୍ବଲପୁର ଆଇଆଇଏମ୍ ପଢ଼ାଇବେ। ଦୁଇ ତିନି ମାସ ପରେ ଆଉ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ସେ କହିଛନ୍ତି ଯେ ଚଳିତ ବର୍ଷ ୬୦ ଜଣ ପିଲାଙ୍କୁ ନେଇ ସମ୍ବଲପୁର ଆଇଆଇଏମ୍ ଆରମ୍ଭ କରାଯିବ। ଆଇଆଇଏମଗୁଡ଼ିକ ସର୍ବଦା ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମ୍ବଲପୁର ଆଇଆଇଏମ୍ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ। ପ୍ରଥମ ବର୍ଷ ପରେ ଦ୍ୱିତୀୟ ବର୍ଷରେ ଏହାକୁ ସଂପ୍ରସାରଣ କରାଯିବା କଥା ଚିନ୍ତା କରାଯିବ। ସିଟ୍ ସଂଖ୍ୟା ୬୦ରୁ ଅଧିକ କରାଯିବା ନେଇ ସେତେବେଳେ ନିଷ୍ପତ୍ତି ନିଆଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ସଚିବ ଏଲ.ଏନ୍ ଗୁପ୍ତା କହିଥିଲେ ଯେ ବର୍ତ୍ତମାନ ପାଇଁ ଅସ୍ଥାୟୀ କ୍ୟାମ୍ପସରେ ସମ୍ବଲପୁର ଆଇଆଇଏମ୍ ଚାଲିବ। ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ୬୦ଟି ଯାକ ସିଟରେ ଛାତ୍ରଛାତ୍ରୀ ନାମ ଲେଖାଇଲେ ବି ରହିବା ପାଇଁ ସେମାନଙ୍କୁ ଅସୁବିଧା ହେବ ନାହିଁ। ସିଲିକନ୍ ଇଂଜିନିୟରିଂ କଲେଜ ପରିସରରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ପୃଥକ ରୁମର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ଥାୟୀ କ୍ୟାମ୍ପସ ନିର୍ମାଣ ନେଇ ରାଜ୍ୟ ସରକାର ଚିହ୍ନଟ ଜମିକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବଲପୁର ଆଇଆଇଏମ ପ୍ରସଙ୍ଗରେ ଆଜି ଅନୁଷ୍ଠିତ ବୈଠକରେ ରାଜ୍ୟ ବୈଷୟିକ ଶିକ୍ଷା ସଚିବ, ସମ୍ବଲପୁର ଜିଲ୍ଲାପାଳ ଓ ଇନ୍ଦୋର ଆଇଆଇଏମ୍ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ସମ୍ୱଲପୁର ଆଇଆଇଏମରେ ପଢିବାକୁ ଆଡମିଶନ କରିଥିବା ଛାତ୍ରଛାତ୍ରୀ ଆଗ୍ରହ ଦେଖାଉନଥିବା ଆଲୋଚନା ହେଉଥିଲା। କୁହାଯାଉଥିଲା ଏହି ଆଇଆଇଏମରେ ୬୦ଟି ସିଟ୍ ଥିବା ବେଳେ ମାତ୍ର ୧୨ ଜଣ ନାମ ଲେଖାଇଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ୫ ଜଣ ସମ୍ବଲପୁର ଆସିବା ପାଇଁ ରାଜି ହେଉ ନାହାନ୍ତି। ଅନ୍ୟପକ୍ଷରେ ଏତେ କମ୍ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିବାକୁ ଇନ୍ଦୋର କର୍ତ୍ତୃପକ୍ଷ ଅମଙ୍ଗ ହେଉଛନ୍ତି। ତେଣୁ ଆଜି ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଡକା ଯାଇଥିଲା।

ଦେଶରେ ନୂଆକରି ଆରମ୍ଭ ହୋଇଥିବା ୬ଟି ଆଇଆଇଏମ ମଧ୍ୟରୁ ୩ଟି କ୍ଲାସ ଆରମ୍ଭ ହୋଇଗଲାଣି। ତେବେ ବିଶାଖାପାଟଣା, ସମ୍ୱଲପୁରରେ ଓ ଶ୍ରୀମୁରର ଆଇଆଇଏମରେ ପାଠପଢ଼ା ଆରମ୍ଭ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story