ବିଶ୍ୱର ଦ୍ୱିତୀୟ ବୃହତ୍ତମ କାନ୍ଥ: ଜାଣନ୍ତୁ କେଉଁଠି ଅଛି ଓ କ’ଣ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ବିଶ୍ୱ ସପ୍ତାଶ୍ଚର୍ଯ୍ୟରେ ରହିଛି ଚାଇନାର ‘ଦି ଗ୍ରେଟ୍‌ ୱାଲ ଅଫ୍‌ ଚାଇନା’। ହେଲେ ଏହାବାଦ୍‌ ବି ଏମିତି ବହୁତ କାନ୍ଥ ରହିଛି ଯାହା ଆକାରରେ ବହୁତ ବଡ଼ ହୋଇଥିବା ବେଳେ ଇତିହାସରେ ଏହାର ଗୁରୁତ୍ୱ ରହିଛି। ବିଶ୍ୱର ଦ୍ୱିତୀୟ ବୃହତ୍ତମ କାନ୍ଥ ବିଷୟରେ ଜାଣିଛନ୍ତି କି ? ଏହା କେଉଁ ଦେଶରେ ଓ କେଉଁଠି ଅଛି ସେ ବିଷୟରେ ଧାରଣା ଅଛି କି ? ଓଡ଼ିଶା ରିପୋର୍ଟର ପକ୍ଷରୁ ବିଶ୍ୱର ଦ୍ୱିତୀୟ ବୃହତ କାନ୍ଥ ବିଷୟରେ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 09:35 PM IST

ନୂଆଦିଲ୍ଲୀ: ବିଶ୍ୱ ସପ୍ତାଶ୍ଚର୍ଯ୍ୟରେ ରହିଛି ଚାଇନାର ‘ଦି ଗ୍ରେଟ୍‌ ୱାଲ ଅଫ୍‌ ଚାଇନା’। ହେଲେ ଏହାବାଦ୍‌ ବି ଏମିତି ବହୁତ କାନ୍ଥ ରହିଛି ଯାହା ଆକାରରେ ବହୁତ ବଡ଼ ହୋଇଥିବା ବେଳେ ଇତିହାସରେ ଏହାର ଗୁରୁତ୍ୱ ରହିଛି। ବିଶ୍ୱର ଦ୍ୱିତୀୟ ବୃହତ୍ତମ କାନ୍ଥ ବିଷୟରେ ଜାଣିଛନ୍ତି କି ? ଏହା କେଉଁ ଦେଶରେ ଓ କେଉଁଠି ଅଛି ସେ ବିଷୟରେ ଧାରଣା ଅଛି କି ? ଓଡ଼ିଶା ରିପୋର୍ଟର ପକ୍ଷରୁ ବିଶ୍ୱର ଦ୍ୱିତୀୟ ବୃହତ କାନ୍ଥ ବିଷୟରେ ବିଶେଷ ଉପସ୍ଥାପନା।

ଏହି କାନ୍ଥଟି ଅନ୍ୟ କେଉଁଠି ନୁହେଁ ଆମ ଦେଶରେ ହିଁ ଅଛି। ମେୱାରର କୁମ୍ଭଲଗଡ଼ ଦୁର୍ଗରେ ରହିଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ କାନ୍ଥ। ଯାହା ‘ଦି ଗ୍ରେଟ୍‌ ୱାଲ୍‌ ଅଫ୍‌ ଇଣ୍ଡିଆ’ ନାଁରେ ପ୍ରସିଦ୍ଧ। ୧୧୦୦ ମିଟର ଉଚ୍ଚରେ ଥିବା ଏହି କାନ୍ଥର ଲମ୍ବା ୩୬ କିଲୋମିଟର। ଏହାର ଚଉଡା ୧୫ ଫୁଟ୍‌। ଏକା ସାଙ୍ଗରେ ୧୦ଟି ଘୋଡା ଏହା ଉପରେ ଚାଲିପାରିବେ।

କାନ୍ଥ ପାଇଁ ନିଜକୁ ବଳି ପକାଇଥିଲେ ସାଧୁ

୧୪୪୩ରେ ରାଣା କୁମ୍ଭା ଏହି ବିଶାଳ କାନ୍ଥର ନିର୍ମାଣ ଆରମ୍ଭ କରିଥିଲେ। ହେଲେ କାମ ଆଗକୁ ବଢି ପାରୁ ନଥିଲା ଓ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧ ଆସୁଥିଲା। ରାଜା ଏହାକୁ ନେଇ ଚିନ୍ତିତ ହୋଇଯାଇଥିଲେ ଓ ସମାଧାନର ବାଟ ବାହାର କରିବାକୁ ଜଣେ ସାଧୁଙ୍କୁ ଡକାଇଥିଲେ। ସାଧୁ ଜଣଙ୍କ ସବୁ ଦେଖିବା ପରେ କହିଥିଲେ, କୌଣସି ବ୍ୟକ୍ତି ସ୍ୱଇଚ୍ଛାରେ ନିଜକୁ ବଳି ଦେବାକୁ ସମର୍ପଣ କରିଦେଲେ ବାଧା ଟଳିଯିବ। ଏହାକୁ ନେଇ ରାଜା ଆହୁରି ଚିନ୍ତିତ ହୋଇଯାଇଥିଲେ। ହେଲେ ସାଧୁ ନିଜକୁ ବଳି ପାଇଁ ସମର୍ପଣ କରିଦେଥିଲେ। ସାଧୁ କହିଥିଲେ, ପାହାଡ ଉପରେ ସେ ଚାଲିବେ। ଯେଉଁଠି ସେ ଅଟକିବେ ତାଙ୍କୁ ସେଠାରେ ମାରିଦିଆଯିବ ଓ ସେଠାରେ ଏକ ଦେବୀ ମନ୍ଦିର ନିର୍ମାଣ କରାଯିବ।

ସାଧୁ ଜଣଙ୍କ ୩୬ କିମି ଚାଲିବା ପରେ ଅଟକି ଥିଲେ। ସେଠାରେ ତାଙ୍କ ଶରୀରୁ ମୁଣ୍ଡକୁ ଅଲଗା କରିଦିଆ ଯାଇଥିଲା। ଯେଉଁଠି ସାଧୁଙ୍କ ମୁଣ୍ଡ ପଡିଥିଲା ସେଠାରେ କାନ୍ଥର ମୁଖ୍ୟଦ୍ୱାର ହନୁମାନ ପୋଲ ଅଛି। ଶରୀର ଯେଉଁଠି ପଡିଥିଲା ସେଠାରେ ଦ୍ୱିତୀୟ ମୁଖ୍ୟଦ୍ୱାର ରହିଛି।

କ’ଣ ରହିଛି ବିଶେଷତ୍ୱ

୧. ମହାରାଜା କୁମ୍ଭା ଏହାର ନିର୍ମାଣ କରାଇଥିଲେ। ୧୪ ବର୍ଷ ୧୪୪୩ରୁ ୧୪୫୮ ଲାଗିଥିଲା ଏହାର ନିର୍ମାଣ ପାଇଁ।

୨. ଦୁର୍ଗର ଉଚ୍ଚ ସ୍ଥାନରେ ମହଲ, ମନ୍ଦିର ଓ ରହିବା ପାଇଁ ଘର ନିର୍ମାଣ କରାଯାଇଥିଲା। ସମତଳ ସ୍ଥାନକୁ କୃଷି ପାଇଁ ବ୍ୟବହାର କରାଯାଉଥିଲା।

୩. ଏହି ଦୁର୍ଗ ୭ଟି ବିଶାଳ ଦ୍ୱାର ଓ ସୁଦୃଢ ପାଚେରୀରେ ସୁରକ୍ଷିତ। ଉପରୀ ଭାଗରେ ରହିଛି ବାଦଲ ମହଲ ଓ ପୂରା ପରେ ରହିଛି କୁମ୍ଭା ମହଲ।

୪. ଏଠାରେ ପୃଥ୍ୱୀରାଜ ଓ ମହାରାଣା ସାଙ୍ଗାଙ୍କ ପିଲାଦିନ ବିତିଥିଲା। ମହାରାଣା ଉଦୟ ସିଂହଙ୍କୁ ପନ୍ନା ଧାୟୀ ଏହି ଦୁର୍ଗରେ ଲୁଚାଇ ଲାଳନପାଳନ କରିଥିଲେ।

Related story