ଭଲ ଇଂରାଜୀ ଜାଣିନାହାଁନ୍ତି ବୋଲି ଲୋକଙ୍କ ସହ ମିଶିବାକୁ ଡରୁଛନ୍ତି କି? କୌଣସି ଜନ ସମାରୋହକୁ ଯିବାକୁ ପଛଉଛନ୍ତି କି? ଯଦି ହଁ ତେବେ ଆଉ ଡରିବାର ନାହିଁ। ଏପରି ୩ଟି ଆପ୍ ଅଛି ଯାହା ଇଂରାଜୀ ବ୍ୟାକରଣ ଓ ଶବ୍ଦାର୍ଥଠୁ ଆରମ୍ଭ କରି ଇଂରାଜୀ କହିବା ପର୍ଯ୍ୟନ୍ତ ସବୁଥିରେ ଆପଣଙ୍କୁ ସାହାଯ୍ୟ କରିବ। ତା’ହେଲେ ଆଉ ସମୟ ନଷ୍ଟ ନ କରି ଆସନ୍ତୁ ଜାଣିବା ଏହି ଆପ୍ ଗୁଡ଼ିକ ବିଷୟରେ।
ଭୋକାବୁଲାରୀ ବିଲ୍ଡର: ଏହି ଆପ୍କୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି। ଏହି ଆପ୍ଟି ଆପଣଙ୍କୁ ଗୁଗଲ୍ ପ୍ଲେଷ୍ଟେରରେ ମିଳିଯିବ। ଏହି ଆପର ସାଇଜ୍ ୮.୬ ଏମ୍ବି ରହିଛି। ଏହି ଆପ୍କୁ ୭୦ ହଜାରରୁ ଅଧିକ ୟୁଜର ରେଟିଂ ଦେଇଛନ୍ତି।
ଫିଚର:- ଯଦି ଆପଣ ନିଜର ଇଂରାଜୀକୁ ମଜଭୁତ କରିବାକୁ ଚାହୁଁଛନ୍ତି ତେବେ ଏହି ଆପ୍ଟି ଆପଣଙ୍କୁ ସାହାଯ୍ୟ କରିବ। ଏଥିରେ ଗେମ୍ ପରି ଅନେକ ଟାସ୍କ ଓ ଲେବଲ୍ ରହିଛି। ଏଗୁଡ଼ିକୁ କ୍ଲିୟର କରି କରି ଚାଲିଲେ ଆପଣ ଅନେକ ଶବ୍ଦର ଅର୍ଥ ଜାଣିପାରିବେ। ଏହି ଆପ୍ରେ ଅନେକ ପ୍ରୋଗ୍ରାମ ମିଳିବ, ଯାହାଦ୍ୱାରା ଆପଣ ବ୍ୟାକରଣକୁ ମଜଭୁତ କରିପାରିବେ।
ଇମ୍ପ୍ରୁଭ୍ ଇଂଲିଶ: ଏହି ଆପ୍କୁ ୧୦ ଲକ୍ଷ ୟୁଜର ଡାଉନଲୋଡ କରିଛନ୍ତି। ପ୍ଲେଷ୍ଟୋରରେ ଏହାକୁ ୪.୮ ଷ୍ଟାର ରେଟିଂ ମିଳିଛି। ପ୍ରାୟ ୨୭ ହଜାରରୁ ଅଧିକ ଲୋକ ଏହାକୁ ରେଟିଂ ଦେଇଛନ୍ତି। ଆପ୍ର ସାଇଜ ୭.୯ ଏମ୍ବି ରହିଛି।
ଫିଚର:- ଏହି ଆପ୍ରୁ ଆପଣ ଅନେକ ଶବ୍ଦର ଅର୍ଥ ତ ବୁଝିଯିବେ। ଏହା ସହ କେଉଁ ଶବ୍ଦକୁ କେମିତି କହିବେ ଆପଣ ତାହା ମଧ୍ୟ ଶିଖିପାରିବେ। ଏଥିରେ ବେସିକ୍ଠୁ ଆରମ୍ଭ କରି ଆଡଭାନ୍ସ ଲେବଲ୍ ପର୍ଯ୍ୟନ୍ତ ରହିଛି।
ଜନି ଗ୍ରାମାର ୱାର୍ଲଡ: ଏହି ଆପ୍କୁ ମଧ୍ୟ ୧୦ ଲକ୍ଷ ୟୁଜର ଡାଉନଲୋଡ୍ କରଛନ୍ତି। ପ୍ଲେଷ୍ଟୋରରେ ଏହି ଆପ୍କୁ ୪.୪ ଷ୍ଟାର ରେଟିଂ ମିଳିଛି। ପ୍ରାୟ ୨୩ ହଜାରରୁ ଅଧିକ ଲୋକ ଏହି ଆପ୍କୁ ରେଟିଂ ଦେଇଛନ୍ତି। ଆପ୍ଟିର ସାଇଜ ହେଉଛି ୧୫ ଏମ୍ବି।
ଫିଚର:- ଏହି ଆପ୍ ଆପଣଙ୍କୁ ଗେମ୍ ମାଧ୍ୟମରେ କହିବ ଯେ ଆପଣ କେଉଁଠି ଭୁଲ ଗ୍ରାମାର୍ ବ୍ୟବହାର କରୁଛନ୍ତି। ଏଥିରେ ଆପଣଙ୍କୁ ୬୦ ସେକେଣ୍ଡ ଭିତରେ ଗ୍ରାମାର ଓ ସ୍ପେଲିଂ ବା ବନାନ ସହ ଜଡ଼ିତ ପ୍ରଶ୍ନର ଉତ୍ତର ଦେବାକୁ ହେବ। ଏଥିରେ ଆପଣ ଖେଳ ଜରିଆରେ ନିଜର ଇଂରାଜୀ ସୁଧାରି ପାରିବେ।