୩ ବର୍ଷରେ ନିର୍ମାଣ କରାଯିବ ୧୧୨ଟି ଶୀତଳ ଭଣ୍ଡାର : କୃଷିମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ବିରୋଧୀ ଦଳ ବିଧାନସଭାରେ  ଶୀତଳଭଣ୍ଡାର ଓ ଆଳୁ ମିଶନ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନ ଥିବାରୁ ପନିପରିବା ସଂରକ୍ଷଣ ହୋଇପାରୁନାହିଁ। ଏଥିପାଇଁ ଚାଷୀ ବହୁ ହଇରାଣ ହେଉଥିବା ବିରୋଧୀ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ବିଧାୟକ ମଧ୍ୟ ଆଳୁ ମିଶନ କାର୍ଯ୍ୟକାରିତା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ ଆଳୁ ମିଶନର ଲକ୍ଷ୍ୟ କ’ଣ ଓ ଏହାର […]

maharathi

Rakesh Mallick
  • Published: Wednesday, 02 December 2015
  • , Updated: 03 December 2015, 02:17 AM IST

ଭୁବନେଶ୍ୱର: ବୁଧବାର ବିରୋଧୀ ଦଳ ବିଧାନସଭାରେ  ଶୀତଳଭଣ୍ଡାର ଓ ଆଳୁ ମିଶନ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନ ଥିବାରୁ ପନିପରିବା ସଂରକ୍ଷଣ ହୋଇପାରୁନାହିଁ। ଏଥିପାଇଁ ଚାଷୀ ବହୁ ହଇରାଣ ହେଉଥିବା ବିରୋଧୀ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେବଳ ବିରୋଧୀ ନୁହନ୍ତି, ଶାସକ ଦଳର ବିଧାୟକ ମଧ୍ୟ ଆଳୁ ମିଶନ କାର୍ଯ୍ୟକାରିତା ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ ଆଳୁ ମିଶନର ଲକ୍ଷ୍ୟ କ’ଣ ଓ ଏହାର ଭିତ୍ତିଭୂମି ସଂପର୍କରେ ମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବାକୁ ସଦସ୍ୟମାନେ ଦାବି କରିଥିଲେ।

କୃଷିମନ୍ତ୍ରୀ ଏହାର ଜବାବରେ କହିଥିଲେ ଚଳିତବର୍ଷ ୨୨ଟି ଶୀତଳ ଭଣ୍ଡାର ନିର୍ମାଣ ହୋଇସାରି ଥିବା ବେଳେ  ତିନି ବର୍ଷ ଭିତରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଆଳୁ ମିଶନ ବାଟବଣା ହୋଇନାହିଁ। ଏହାସହ ଚାଷୀଙ୍କୁ ବଜାର ସୁବିଧା ଯୋଗାଇବା ପାଇଁ ଭୁବନେଶ୍ୱରରେ ଓଡ଼ିଶା ହାଟ କରିବାକୁ ଯୋଜନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ପରେ ଏହା କାର୍ଯ୍ୟକାରୀ ହେବ।

Related story