ନବୀନଙ୍କ ‘ଥ୍ରୀ ଟି’ ଫଣ୍ଡା: କାର୍ଯ୍ୟକାରୀ ପାଇଁ ସମସ୍ତ ବିଭାଗକୁ ପରାମର୍ଶ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ‘ଥ୍ରୀ-ଟି ଫଣ୍ଡା’। ଟିମ୍ ଓ୍ୱର୍କ, ଟ୍ରାନସପେରେନ୍ସି ଆଣ୍ଡ ଟେକ୍ନୋଲୋଜି। ଆଜି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ‘ଥ୍ରୀ ଟି’ ଫଣ୍ଡାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଦୁଇ ମାସରେ ସେ ମତାମତ ନେବେ ବୋଲି କହିଛନ୍ତି। ଏହାସହ ନିଜ ସରକାରର ସଫଳତା ବଖାଣିଛନ୍ତି ନବୀନ। ତାଙ୍କ ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଦ୍ରୁତ ଅଗ୍ରଗତି ଘଟିଥିବା କହିଛନ୍ତି। ଏହି ସମୟରେ ସରକାର ଆରମ୍ଭ କରିଥିବା […]

cm

Rakesh Mallick
  • Published: Sunday, 21 May 2017
  • , Updated: 21 May 2017, 07:44 PM IST

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ‘ଥ୍ରୀ-ଟି ଫଣ୍ଡା’। ଟିମ୍ ଓ୍ୱର୍କ, ଟ୍ରାନସପେରେନ୍ସି ଆଣ୍ଡ ଟେକ୍ନୋଲୋଜି। ଆଜି ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ‘ଥ୍ରୀ ଟି’ ଫଣ୍ଡାରେ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଦୁଇ ମାସରେ ସେ ମତାମତ ନେବେ ବୋଲି କହିଛନ୍ତି।

ଏହାସହ ନିଜ ସରକାରର ସଫଳତା ବଖାଣିଛନ୍ତି ନବୀନ। ତାଙ୍କ ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଦ୍ରୁତ ଅଗ୍ରଗତି ଘଟିଥିବା କହିଛନ୍ତି। ଏହି ସମୟରେ ସରକାର ଆରମ୍ଭ କରିଥିବା ବିଭିନ୍ନ ଜନହିତକର ଯୋଜନାର ହିସାବ ଦେଇଛନ୍ତି।

ଯୋଜନାର ସଫଳତା ଯେପରି ସମାଜର ଶେଷ ବର୍ଗରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। କିଛି କ୍ଷେତ୍ରରେ ସାଧାରଣ ଲୋକ ହଇରାଣ ହେଉଥିବାରୁ ସେଥିରେ ସୁଧାର ଲାଗି ପଦକ୍ଷେପ ନେବାକୁ ନବୀନ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ଆସନ୍ତାକାଲିଠାରୁ ୧୦ ଦିନ ଧରି ବିଭିନ୍ନ ବିଭାଗର ମନ୍ତ୍ରୀମାନେ ପ୍ରେସ୍‌ମିଟ୍‌ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Related story