ବିଧାନସଭା ଗୃହ କମିଟି ବୈଠକ ନିଷ୍ପତ୍ତି: ପୋଲାଭରମ୍ ପ୍ରସଙ୍ଗରେ ୪ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ପତ୍ର

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କେତେ କ୍ଷତି ହେବ ସେ ନେଇ ୪ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖାଯିବ। ୨ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ସଦସ୍ୟମାନେ ଭେଟି ରାଜ୍ୟର ଦାବି ଜଣାଇବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ଆଜି ପୋଲାଭରମ୍ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ମନ୍ତ୍ରୀ ଦାସବର୍ମା କହିଛନ୍ତି, ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲା […]

polabharam

polabharam

Rakesh Mallick
  • Published: Thursday, 10 December 2015
  • Updated: 11 December 2015, 06:02 AM IST

Sports

Latest News

ଭୁବନେଶ୍ୱର: ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶାର କେତେ କ୍ଷତି ହେବ ସେ ନେଇ ୪ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖାଯିବ। ୨ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ସଦସ୍ୟମାନେ ଭେଟି ରାଜ୍ୟର ଦାବି ଜଣାଇବେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ଆଜି ପୋଲାଭରମ୍ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ମନ୍ତ୍ରୀ ଦାସବର୍ମା କହିଛନ୍ତି, ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲା ମୋଟୁ ତହସିଲରେ ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡା ଗ୍ରାମ ବୁଡି ଅଞ୍ଚଳରେ ପରିଣତ ହେବ। ଏହି ଅଞ୍ଚଳରେ ବସବାସ କରୁଥିବା ୬୮୧୭ ଜଣ ଲୋକେ ବାସଚ୍ୟୁତ ହେବେ। ଏମାନଙ୍କ ମଧ୍ୟରେ ୫୯୧୬ଜଣ ଆଦିବାସୀ ଲୋକ ଅଛନ୍ତି। ପ୍ରକଳ୍ପ ଯୋଗୁଁ ଓଡ଼ିଶାର ୭୬୫୬ ହେକ୍ଟର ଜମି ଜଳମଗ୍ନ ହେବ। ସେହିପରି ୭୬୦୦ ହେକ୍ଟର ଜଙ୍ଗଲ ଜମି ମଧ୍ୟ ଜଳମଗ୍ନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବୈଠକରେ ଗୃହ କମିଟିର ସଦସ୍ୟ ଥିବା ସମସ୍ତ ଦଳର ବିଧାୟକ ଯୋଗଦେଇଥିଲେ। ବୈଠକରେ ଜଳ ସମ୍ପଦ ସଚିବଙ୍କ ସହ ଏକ ଟିମ ଉପସ୍ଥିତ ଅଛନ୍ତି।

ଆନ୍ଧ୍ର ପ୍ରଦେଶର ଡ୍ରିମ ପ୍ରୋଜେକଟ ପୋଲାଭରମ ବା ଇନ୍ଦିରା ସାଗର ପ୍ରକଳ୍ପର ପରିକଳ୍ପନା ହୋଇଥିଲା ସ୍ୱାଧୀନତା ପୂର୍ବରୁ ୧୯୪୧ରେ। ଗୋଦାବରୀ ନଦୀରେ ବନ୍ଧ ବାନ୍ଧି ବ୍ୟାପକ ଜଳସେଚନ ଓ ପାନୀୟ ଜଳର ବ୍ୟବସ୍ଥା ଥିଲା ଉଦ୍ଦେଶ୍ୟ। ପ୍ରକଳ୍ପ ସ୍ଥାନ ହେଉଛି ବର୍ତ୍ତମାନର ୱେଷ୍ଟ ଗୋଦାବରୀର ପୋଲାଭରମ ମଣ୍ଡଳରେ। ଏହି ପ୍ରକଳ୍ପ ହେଲେ ୨.୯୧ ଲକ୍ଷ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏହାସହ ହାଇଡ୍ରୋପାୱାର ପ୍ଲାଣ୍ଟର ମଧ୍ୟ ଯୋଜନା ରହିଛି ଏହି ପ୍ରକଳ୍ପରେ। ତେବେ ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଆରମ୍ଭ ହୋଇପାରିଲାନି ପ୍ରକଳ୍ପ।

୧୯୮୦ରେ ସେତେବେଳର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଟି.ଆଞ୍ଜେୟାହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୮୦ରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ମଧ୍ୟପ୍ରଦେଶ ମଧ୍ୟରେ ଏକ ଏଗ୍ରିମେଣ୍ଟ ହୋଇଥିଲା। ଏଗ୍ରିମେଣ୍ଟ ଅନୁସାରେ ବନ୍ଧର ଉଚ୍ଚତା ୧୫୦ ଫୁଟ ରହିବ। ହେଲେ ଜମି ଅଧିଗ୍ରହଣ ସମସ୍ୟା ଓ ବିରୋଧ ଯୋଗୁଁ ଆରମ୍ଭ ହୋଇପାରିଲାନି ପ୍ରକଳ୍ପ କାମ। ପ୍ରାୟ ୨୫ ବର୍ଷ ପରେ ପୁଣି ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ ପାଇଁ ଅଣ୍ଟା ଭିଡିଲେ। ସେତେବେଳେର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ରାଜଶେଖର ରେଡ୍ଡୀ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିବା ସହ କାମକୁ ତ୍ୱରାନ୍ୱିତ କରିଥିଲେ। ଡ୍ୟାମର ଉଚ୍ଚତା ୧୫୦ ଫୁଟରୁ ୧୮୦ ଫୁଟକୁ ବୃଦ୍ଧି ପ୍ରସ୍ତାବକୁ ଓଡ଼ିଶା ଓ ଛତିଶଗଡ଼ରେ ବିରୋଧ ଦେଖାଦେଇଥିଲା। ଏହା ହେଲେ ଓଡିଶାର ମାଲକାନଗିରିର ୨୪ ଗାଁ ବୁଡିବା ସହ ୨ ହଜାର ହେକ୍ଟର ଜମି ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଛତିଶଗଡ଼ର ବି କିଛି ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ହୋଇଥିଲା। ଉଭୟ ଓଡ଼ିଶା ଓ ଛତିଶଗଡ଼ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି ବି ହୋଇ ନ ଥିବା ଅଭିଯୋଗ କରିଥିଲେ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ପ୍ରକଳ୍ପ କାମ ଆଗେଇବାରେ ରୋକ ଲଗାଇଛି। ଏସବୁ ସତ୍ତ୍ୱେ କେନ୍ଦ୍ର ସରକାର ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଲେ। ଏହି ବିବାଦୀୟ ପ୍ରକଳ୍ପର ବ୍ୟୟବରାଦ ୨୦ ହଜାର କୋଟି ଟଙ୍କା ରହିଛି। ଯାହାର ୯୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବେ। ତେବେ ମାମଲା ସୁପ୍ରିମକୋର୍ଟରେ ବିଚରାଧୀନ ଥିବାରୁ ଏହାକୁ ଓଡ଼ିଶା ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story