ଚେନ୍ନାଇରେ ଟ୍ରେନ୍ ଧକ୍କାରେ ୪ ଓଡ଼ିଆଙ୍କ ମୃତ୍ୟୁ

କୋରାପୁଟ: ଚେନ୍ନାଇରେ ଟ୍ରେନ୍ ଧକ୍କାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ କେବିଡି ଗାଁର। ମୃତକମାନେ ହେଲେ ଭାସ୍କର ଜାନି, କୁମାର କୁଲଦୀପ୍‌, ଗୋରେଖା ମୁଦୁଲି ଓ କେଶବ ଜାନି। ଗତକାଲି ଏହି ୪ ଜଣ ଯୁବକ ନଳକୂପ ଖନନ କରିବାକୁ ଯାଉଥିଲେ। ଏଗମର ରେଲୱେ ପୋଲିସ୍‌ ଷ୍ଟେସନ୍‌ ନିକଟରେ ସେମାନଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ […]

train acjjodent

Rakesh Mallick
  • Published: Thursday, 08 September 2016
  • , Updated: 09 September 2016, 08:39 AM IST

କୋରାପୁଟ: ଚେନ୍ନାଇରେ ଟ୍ରେନ୍ ଧକ୍କାରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅନ୍ତର୍ଗତ କେବିଡି ଗାଁର। ମୃତକମାନେ ହେଲେ ଭାସ୍କର ଜାନି, କୁମାର କୁଲଦୀପ୍‌, ଗୋରେଖା ମୁଦୁଲି ଓ କେଶବ ଜାନି।

ଗତକାଲି ଏହି ୪ ଜଣ ଯୁବକ ନଳକୂପ ଖନନ କରିବାକୁ ଯାଉଥିଲେ। ଏଗମର ରେଲୱେ ପୋଲିସ୍‌ ଷ୍ଟେସନ୍‌ ନିକଟରେ ସେମାନଙ୍କୁ ଟ୍ରେନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା।

ମୃତଦେହଗୁଡ଼ିକୁ ସେଠାରୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story