ଏହି ମହାମନିଷୀମାନେ କରିଥିଲେ ନିଜ ମୃତ୍ୟୁର ଭବିଷ୍ୟବାଣୀ

କୁହାଯାଏ ମୃତ୍ୟୁ କେବେ ଜଣାତର ଆସେନି ଆଚାନକ ଚାଲିଆସେ। କେହିକିଛି ବୁଝିବା ପୂର୍ବରୁ ବ୍ୟକ୍ତି ଧରାପୃଷ୍ଟ ଛାଡି ଚାଲିଯାଇଥାଏ। କାହାର ମୃତ୍ୟୁ କେବେହେବ କେହି ଜାଣନ୍ତିନାହିଁ। କିନ୍ତୁ ବିଶ୍ୱରେ ଏମିତି ୪ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ପୂର୍ବରୁ ହିଁ ଆଭାସ ହୋଇଯାଇଥିଲା ଯେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି। ମରିବା ପୂର୍ବରୁ ସେମାନେ ଏହା ଅନ୍ୟକୁ ମଧ୍ୟ ଜଣାଇଥିଲେ। ଆସନ୍ତୁ ଜାଣିବା ଏହି ୪ଜଣଙ୍କ ବିଷୟରେ ମହାତ୍ମା ଗାନ୍ଧି: ଖୁବ୍ କମ୍ ଲୋକ ଜାଣିଥିବେ ମହାତ୍ମା ଗାନ୍ଧିଙ୍କୁ ନିଜ […]

death

Ordigital Desk
  • Published: Sunday, 26 November 2017
  • , Updated: 26 November 2017, 06:42 PM IST

କୁହାଯାଏ ମୃତ୍ୟୁ କେବେ ଜଣାତର ଆସେନି ଆଚାନକ ଚାଲିଆସେ। କେହିକିଛି ବୁଝିବା ପୂର୍ବରୁ ବ୍ୟକ୍ତି ଧରାପୃଷ୍ଟ ଛାଡି ଚାଲିଯାଇଥାଏ। କାହାର ମୃତ୍ୟୁ କେବେହେବ କେହି ଜାଣନ୍ତିନାହିଁ। କିନ୍ତୁ ବିଶ୍ୱରେ ଏମିତି ୪ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ପୂର୍ବରୁ ହିଁ ଆଭାସ ହୋଇଯାଇଥିଲା ଯେ ତାଙ୍କ ମୃତ୍ୟୁ ପାଖେଇ ଆସୁଛି। ମରିବା ପୂର୍ବରୁ ସେମାନେ ଏହା ଅନ୍ୟକୁ ମଧ୍ୟ ଜଣାଇଥିଲେ। ଆସନ୍ତୁ ଜାଣିବା ଏହି ୪ଜଣଙ୍କ ବିଷୟରେ

ମହାତ୍ମା ଗାନ୍ଧି: ଖୁବ୍ କମ୍ ଲୋକ ଜାଣିଥିବେ ମହାତ୍ମା ଗାନ୍ଧିଙ୍କୁ ନିଜ ମୃତ୍ୟୁ ବିଷୟରେ ଜଣାଥିଲା। ୨୦ ଜାନୁଆରୀ ୧୯୪୮ ପରେ ସେ ତାଙ୍କ ନାତି ମନୁ ସହ ତାଙ୍କର ଗୁଳି କରି ହତ୍ୟା କରାଯିବନେଇ ଆଲୋଚନା କରିଥିଲେ। ମୃତ୍ୟୁର ଗୋଟେ ଦିନ ପୂର୍ବରୁ ୨୯ ଜାନୁଆରୀ ଦିନ ସେ ମନୁକୁ କହିଥିଲେ, ଯଦି ମତେ କେହି ଗୁଳି କରେ ଏବଂ ସେ ଗୁଳି ମୋ ଛାତିରେ ଲାଗିବା ପରେ କଷ୍ଟରେ ଯଦି ମୁଁ ଭୁଇଁରେ ପଡିଯାଇ ରାମଙ୍କ ନାଁ ଧରେ ତେବେ ମୁଁ ନିଜକୁ ମହାତ୍ମା କହିବା ଉଚିତ୍। ଏହାର ପରଦିନ ପ୍ରତିଦିନ ପରି ଗାନ୍ଧିଜି ପ୍ରାର୍ଥନା ସଭାରେ ପହଁଚିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଇନ୍ଦିରା ଗାନ୍ଧି: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ମଧ୍ୟ ପୂର୍ବରୁ ମୃତ୍ୟୁ ସମ୍ପର୍କରେ ଆଭାସ ହୋଇଥିଲା। ୧୯୮୪ମସିହା ୩୦ଅକ୍ଟୋବରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଶେଷ ବକ୍ତବ୍ୟ ସମୟରେ ସେ ଏହି କଥା କହିଥିଲେ। ସେ କହିଥିଲେ ‘ମତେ ମାରିବା ପାଇଁ ଅନେକ ଚେଷ୍ଟା ହୋଇଛି। କିନ୍ତୁ ମତେ ତା’ର ଡର ନାହିଁ।’ ଏହି ଭାଷଣର ପରଦିନ ତାଙ୍କର ହତ୍ୟା କରାଯାଇଥିଲା।

ଆବ୍ରାହିମ୍ ଲିଙ୍କନ: ଆମେରିକା ରାଷ୍ଟ୍ରପତି ଆବ୍ରାହିମ୍ ଲିଙ୍କନ ତାଙ୍କ ମୃତ୍ୟୁ ପୂର୍ବରୁ ଏକ ସ୍ୱପ୍ନ ଦେଖିଥିଲେ ଯେ ତାଙ୍କର ହତ୍ୟା କରିଦିଆଯାଇଛି। ଲିଙ୍କନ ଏହି କଥା ନିଜ ଧର୍ମପତ୍ନୀଙ୍କୁ ଜଣାଇଥିଲେ। ଏହାର କିଛି ଘଣ୍ଟା ପରେ ତାଙ୍କୁ ହତ୍ୟା  କରାଯାଇଥିଲା।

ନୋଷ୍ଟ୍ରାଡମସ୍: ମହାନ୍ ଜୋତିଷ ନୋଷ୍ଟ୍ରାଡମସ୍ ନିଜ ମୃତ୍ୟୁ ପୂର୍ବରୁ ନିଜ ମୃତ୍ୟୁ ବିଷୟରେ ଘୋଷଣା କରିଥିଲେ। ୧ ଜୁଲାଇ ୧୫୬୬ ଦିନ ଜଣେ ପୁରୋହିତ ତାଙ୍କୁ ଭେଟିଥିଲେ । କାଲି ସୂର୍ଯ୍ୟୋଦୟ ପୂର୍ବରୁ ସେ ମରିଯିବେ ବୋଲି ପୁରୋହିତଙ୍କୁ କହିଥିଲେ। ଏହା ପରଦିନ ତାଙ୍କର ମୃତ୍ୟ ଘଟିଥିଲା।

https://aajtak.intoday.in/embed/fc1e6fc/

Related story