ଛୋଟା ରାଜନ୍ ଲିଙ୍କ୍‌ରେ ଗିରଫ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ୍

<p>ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ୍ ଲିଙ୍କରେ ଗିରଫ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ଗୋପାଳପୁର ପୋଲିସ୍। ବ୍ରହ୍ମପୁରର ଏହି ୪ ଅଭିଯୁକ୍ତ ୫ଟି ସିମ୍ ବକ୍ସ ରଖି ଏସ୍- ଅଣ୍ଡରଓ୍ୱାର୍ଲଡ ନାମକ ସଂସ୍ଥା ଖୋଲି କଲ୍ ବେପାର କରୁଥିଲେ। ଦିଲ୍ଲୀ ଏବଂ ଅହମ୍ମଦାବାଦର କିଛି ଏଜେନ୍ସିଙ୍କୁ ଧରି ଏମାନେ ବେପାର କରୁଥିବା ପୋଲିସ୍ କହିଛି। ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ ଏମାନଙ୍କ ସିମ୍ ବକ୍ସ ଜରିଆରେ ଫୋନ୍ କରି ମୁମ୍ବାଇର ଜଣେ ବିଲଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିଲା। ଏହି ଅଭିଯୋଗ ଘଟଣାର ତଦନ୍ତ କରୁଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ। ତେବେ ତଦନ୍ତରେ ଫୋନ୍ କଲ୍ ଏମାନଙ୍କ ସିମ୍ ବକ୍ସରୁ ଯାଇଥିବା ଜଣାପଡ଼ିଥିଲା। ଓଡ଼ିଶାରେ ଏହା ପ୍ରଥମ ଘଟଣା ବ୍ରହ୍ମପୁର ପୋଲିସ୍ କହିଛି।</p>

Ordigital Desk
  • Published: Sunday, 09 July 2017
  • Updated: 09 July 2017, 10:20 AM IST

Sports

Latest News

<p>ବ୍ରହ୍ମପୁର: ବ୍ରହ୍ମପୁରରେ ଅଣ୍ଡରଓ୍ୱାର୍ଲଡ ଡନ୍ ଛୋଟା ରାଜନ୍ ଲିଙ୍କରେ ଗିରଫ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ଗୋପାଳପୁର ପୋଲିସ୍। ବ୍ରହ୍ମପୁରର ଏହି ୪ ଅଭିଯୁକ୍ତ ୫ଟି ସିମ୍ ବକ୍ସ ରଖି ଏସ୍- ଅଣ୍ଡରଓ୍ୱାର୍ଲଡ ନାମକ ସଂସ୍ଥା ଖୋଲି କଲ୍ ବେପାର କରୁଥିଲେ। ଦିଲ୍ଲୀ ଏବଂ ଅହମ୍ମଦାବାଦର କିଛି ଏଜେନ୍ସିଙ୍କୁ ଧରି ଏମାନେ ବେପାର କରୁଥିବା ପୋଲିସ୍ କହିଛି। ଛୋଟା ରାଜନର ସହଯୋଗୀ ସୁରେଶ ପୂଜାରୀ ଏମାନଙ୍କ ସିମ୍ ବକ୍ସ ଜରିଆରେ ଫୋନ୍ କରି ମୁମ୍ବାଇର ଜଣେ ବିଲଡରଙ୍କୁ ୨ କୋଟି ଟଙ୍କା ବଟି ମାଗିଥିଲା। ଏହି ଅଭିଯୋଗ ଘଟଣାର ତଦନ୍ତ କରୁଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ। ତେବେ ତଦନ୍ତରେ ଫୋନ୍ କଲ୍ ଏମାନଙ୍କ ସିମ୍ ବକ୍ସରୁ ଯାଇଥିବା ଜଣାପଡ଼ିଥିଲା। ଓଡ଼ିଶାରେ ଏହା ପ୍ରଥମ ଘଟଣା ବ୍ରହ୍ମପୁର ପୋଲିସ୍ କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos