ଚନ୍ଦ୍ରପୃଷ୍ଠରେ ଆସିବ 4G: ଆସନ୍ତାବର୍ଷକୁ ମୋବାଇଲ ଫୋନ ନେଟୱର୍କ ସ୍ଥାପନ ପାଇଁ ଚାଲିଛି ଯୋଜନା

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର) ଆସନ୍ତାବର୍ଷ ଚନ୍ଦ୍ରପୃଷ୍ଠରେ ସ୍ଥାପନ ହେବାକୁ ଯାଉଛି 4G ମୋବାଇଲ ଫୋନ ନେଟୱର୍କ୍। ଏହାଫଳରେ ସେଠାରୁ ସିଧାସଳଖ ବିଭିନ୍ନ ଦୃଶ୍ୟ ପୃଥିବୀ ପୃଷ୍ଠରେ ଲାଇଭ୍ ଷ୍ଟ୍ରିମ ହୋଇପାରିବ ବୋଲି ଆଶା କରାଯାଉଛି। ଆସନ୍ତାବର୍ଷ ପ୍ରଥମ ଚନ୍ଦ୍ର ଅଭିଯାନକୁ 50 ବର୍ଷ ପୁରୁଥିବା ବେଳେ ଏହି ପ୍ରୟାସ ସେଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି କୁହାଯାଉଛି । ପ୍ରଥମ ଘରୋଇ ଚନ୍ଦ୍ର ଅଭିଯାନ ଭାବେ ଭୋଡ଼ାଫୋନ୍, ନୋକିଆ ଏବଂ ଅଡି କମ୍ପାନୀ ପକ୍ଷରୁ […]

Moon_Phone

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 07:14 PM IST

ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର) ଆସନ୍ତାବର୍ଷ ଚନ୍ଦ୍ରପୃଷ୍ଠରେ ସ୍ଥାପନ ହେବାକୁ ଯାଉଛି 4G ମୋବାଇଲ ଫୋନ ନେଟୱର୍କ୍। ଏହାଫଳରେ ସେଠାରୁ ସିଧାସଳଖ ବିଭିନ୍ନ ଦୃଶ୍ୟ ପୃଥିବୀ ପୃଷ୍ଠରେ ଲାଇଭ୍ ଷ୍ଟ୍ରିମ ହୋଇପାରିବ ବୋଲି ଆଶା କରାଯାଉଛି। ଆସନ୍ତାବର୍ଷ ପ୍ରଥମ ଚନ୍ଦ୍ର ଅଭିଯାନକୁ 50 ବର୍ଷ ପୁରୁଥିବା ବେଳେ ଏହି ପ୍ରୟାସ ସେଥିରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି କୁହାଯାଉଛି । ପ୍ରଥମ ଘରୋଇ ଚନ୍ଦ୍ର ଅଭିଯାନ ଭାବେ ଭୋଡ଼ାଫୋନ୍, ନୋକିଆ ଏବଂ ଅଡି କମ୍ପାନୀ ପକ୍ଷରୁ ମିଳିତ ଭାବେ ଏହି ଅଭିଯାନ ହେବ।
ଏହି ଅଭିଯାନରେ ପ୍ରାୟ 1 କିଲୋଗ୍ରାମ ଓଜନର ଏକ ଯନ୍ତ୍ରକୁ ଚନ୍ଦ୍ରପୃଷ୍ଠକୁ ପଠାଯିବ। ଜର୍ମାନୀରେ ପିଟି ସାଇଣ୍ଚିଷ୍ଟସ୍ ଗ୍ରୁପର ବୈଜ୍ଞାନିକ ଓ ପ୍ରଯୁକ୍ତି ବିଶେଷଜ୍ଞମାନେ ଏହାକୁ ନିର୍ମାଣ କରୁଛନ୍ତି। 2019ରେ କେପ୍ କାନାଭେରାଲରୁ ସ୍ପେଶ୍ ଏକ୍ସ ଫାଲକନ୍-9 ରକେଟରେ ଏହାକୁ ଚନ୍ଦ୍ରପୃଷ୍ଠକୁ ପଠାଯିବ। ଏବେ 5G ନେଟୱର୍କର ପରୀକ୍ଷଣ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଚନ୍ଦ୍ରପୃଷ୍ଠରେ 4G ନେଟୱର୍କ କାର୍ଯ୍ୟକ୍ଷମ କରିବାକୁ ଯୋଜନା ହେଉଛି।

Related story