୫ବର୍ଷରେ ରାଜ୍ୟ ସରକାର ଆଇଟି ସେକ୍ଟରରେ ଏକ ଲକ୍ଷ ଚାକିରି ସୃଷ୍ଟି କରିବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ୫ବର୍ଷରେ ଆଇଟି ସେକ୍ଟରରେ ଏକ ଲକ୍ଷ ଚାକିରି ସୃଷ୍ଟି କରିବେ । ଏଥିପାଇଁ ରାଜ୍ୟ ସରକାର ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟ ବଜେଟରୁ ଏହି ଅର୍ଥ ଆଇଟି, ଆଇଟିଇଏସ ଓ ଇଏସଡିଏମରେ ୫ବର୍ଷ ମଧ୍ୟରେ ଖର୍ଚ୍ଚ ହେବ । ରାଜ୍ୟ ସରକାର ଯୁବଗୋଷ୍ଠୀଙ୍କୁ ଚାକିରି ଯୋଗାଇଦେବା ପାଇଁ ଗ୍ରାମ୍ୟ ବିପିଓ ସ୍କିମ ଆଣିବା ସହ ସଫ୍ଟୱେର ଟେକ୍ନୋଲୋଜି ପାର୍କ […]

navin

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 06:05 PM IST

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ୫ବର୍ଷରେ ଆଇଟି ସେକ୍ଟରରେ ଏକ ଲକ୍ଷ ଚାକିରି ସୃଷ୍ଟି କରିବେ । ଏଥିପାଇଁ ରାଜ୍ୟ ସରକାର ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟ ବଜେଟରୁ ଏହି ଅର୍ଥ ଆଇଟି, ଆଇଟିଇଏସ ଓ ଇଏସଡିଏମରେ ୫ବର୍ଷ ମଧ୍ୟରେ ଖର୍ଚ୍ଚ ହେବ । ରାଜ୍ୟ ସରକାର ଯୁବଗୋଷ୍ଠୀଙ୍କୁ ଚାକିରି ଯୋଗାଇଦେବା ପାଇଁ ଗ୍ରାମ୍ୟ ବିପିଓ ସ୍କିମ ଆଣିବା ସହ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆ (ଏସଟିପିଆଇ)ରେ  ୫ହଜାରରୁ ୧୦ହଜାର ସିଟ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related story