5g ପାଇଁ  ଭାରତ ସରକାର ଗଠନ କଲେ ଉଚ୍ଚସ୍ତରୀୟ କମିଟି: ଜାଣନ୍ତୁ କେତେ ସୁବିଧା ମିଳିବ ?

ନୂଆଦିଲ୍ଲୀ: ୪ଜି ପରେ ୫ଜିକୁ ନେଇ ସଜବାଜ। ଭାରତରେ  ୫ଜି ଲଞ୍ଚ ପାଇଁ ପ୍ରସ୍ତୁତି ହେଉଛନ୍ତି ଭାରତ ସରକାର। ଏନେଇ ସରକାରଙ୍କ ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ ୫ଜି କମିଟି ଗଠନ କରାଯାଇଛି। ୨୦୨୦ସୁଦ୍ଧା ଏହି ଟେକ୍ନୋଲୋଜିର ପ୍ରତିଷ୍ଠା ନେଇ ଉକ୍ତ କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉକ୍ତ କମିଟି ଏଦିଗରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଏ ସମ୍ପର୍କରେ ଆଜି ସମୀକ୍ଷା କରିଥିଲେ।  ୨୦୨୦ ସୁଦ୍ଧା […]

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 04:28 PM IST

ନୂଆଦିଲ୍ଲୀ: ୪ଜି ପରେ ୫ଜିକୁ ନେଇ ସଜବାଜ। ଭାରତରେ  ୫ଜି ଲଞ୍ଚ ପାଇଁ ପ୍ରସ୍ତୁତି ହେଉଛନ୍ତି ଭାରତ ସରକାର। ଏନେଇ ସରକାରଙ୍କ ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ ୫ଜି କମିଟି ଗଠନ କରାଯାଇଛି। ୨୦୨୦ସୁଦ୍ଧା ଏହି ଟେକ୍ନୋଲୋଜିର ପ୍ରତିଷ୍ଠା ନେଇ ଉକ୍ତ କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉକ୍ତ କମିଟି ଏଦିଗରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ଏନେଇ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଏ ସମ୍ପର୍କରେ ଆଜି ସମୀକ୍ଷା କରିଥିଲେ।  ୨୦୨୦ ସୁଦ୍ଧା ଦେଶରେ ୫ଜି କାର୍ଯ୍ୟକ୍ଷମ ନେଇ ଟାର୍ଗେଟ ରହିଛି ବୋଲି ମନ୍ତ୍ରୀ କହିଥିଲେ।

ଏହି ଟେକ୍ନୋଲୋଜି ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୫ଜି କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳରେ ଇଣ୍ଟରନେଟ ସ୍ପିଡ ପ୍ରତି ସେକେଣ୍ଡକୁ 1000 MBPS ରହିବ। ସେହିପରି ସହରାଞ୍ଚଳରେ ସେକେଣ୍ଡ ପ୍ରତି 10,000 megabytes ଗତି ରହିବ।

 ୪ଜି ଇଣ୍ଟରନେଟ୍‌ରେ ୧୦ ମିନିଟ୍‌ରେ ଗୋଟିଏ ଏଚ୍‌ଡ଼ି ଫିଲ୍ମ ଡ଼ାଉନଲୋଡ଼୍‌  ହେଉଛି। ହେଲେ ୫ଜିରେ ୧ସେକେଣ୍ଡରେ ଡାଉନଲୋଡ୍‌ ହୋଇପାରିବ କାରଣ ଏଥିରେ ଡାଟା ଟ୍ରାନ୍ସଫର ହାଇସ୍ପିଡରେ ଗତି କରିବ। ପୂର୍ବରୁ ସରକାରଙ୍କ ମିଳିତ ସହାୟତାରେ ବିଏସଏନଏଲ, ଏୟାରଟେଲର ଥିବା ନେୱର୍କିଂ ବ୍ୟବସ୍ଥାକୁ 5gକୁ ଅପ୍‌ଗ୍ରେଡ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା  ସେହିପରି କେତେକ କ୍ଷେତ୍ରରେ  ଏହି କମ୍ପାନୀମାନଙ୍କ ସହ ନୋକିଆ ମଧ୍ୟ  ଚୁକ୍ତିନାମା ସ୍ୱାକ୍ଷର କରିଛି।

Related story