ଡଙ୍ଗା ଗୋଟାଇବାକୁ ଯାଇ ବୁଡ଼ି ଗଲେ ୬ ଶିଶୁ

ଯାଜପୁର/ସୋର/କେନ୍ଦ୍ରାପଡ଼ା: ଆଜି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସାରା ରାଜ୍ୟରେ ଲୋକେ ନଦୀ, ପୋଖରୀ ଓ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ଡଙ୍ଗା ଭାସାଇ ଥିଲେ। ତେବେ ନଦୀ ଓ ପୋଖରୀରେ ଭାସୁଥିବା ଡଙ୍ଗାଗୁଡ଼ିକୁ ସଂଗ୍ରହ କରିବାକୁ ଯାଇ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ୬ ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ […]

child-dead

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 09:32 AM IST

ଯାଜପୁର/ସୋର/କେନ୍ଦ୍ରାପଡ଼ା: ଆଜି କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ଗୌରବମୟ ଐତିହ୍ୟ ତଥା ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସାରା ରାଜ୍ୟରେ ଲୋକେ ନଦୀ, ପୋଖରୀ ଓ ଅନ୍ୟାନ୍ୟ ଜଳାଶୟଗୁଡ଼ିକରେ ଡଙ୍ଗା ଭାସାଇ ଥିଲେ। ତେବେ ନଦୀ ଓ ପୋଖରୀରେ ଭାସୁଥିବା ଡଙ୍ଗାଗୁଡ଼ିକୁ ସଂଗ୍ରହ କରିବାକୁ ଯାଇ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ୬ ଶିଶୁଙ୍କ ମୃତ୍ୟୁ ଘଟିଛି।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଶକୁନ୍ତଳାପୁର ଗାଁରେ ସାନଗେଙ୍ଗୁଟି ନଦୀରେ ବୁଡ଼ି ଦୁଇ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ଶିଶୁ ଡଙ୍ଗା ଗୋଟାଇବାକୁ ନଦୀକୁ ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବଡ଼ଚଣା ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଛୁଆ ଦୁଇଟିକୁ ମୃତ ଘୋଷଣା କରିଥିଲେ। ଏହି ଦୁଇ ଶିଶୁ କନ୍ୟା ଗୋଟିଏ ପରିବାରର।

ସେହିଭଳି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଖନ୍ତପଡ଼ା ଥାନା ବଡ଼ଭଙ୍ଗ ଗାଁରେ ପୋଖରୀକୁ ଡଙ୍ଗା ସଂଗ୍ରହ କରିବାକୁ ଯାଇଥିବା ଦୁଇ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। ଡଙ୍ଗା ସଂଗ୍ରହ କରୁଥିବା ବେଳେ ସେମାନା ପୋଖରୀରେ ବୁଡ଼ି ଯାଇଥିଲେ। ଏ ଦୁଇ ଶିଶୁ ହେଉଛନ୍ତି ଦୁଇ ଭାଇ। ବଡ଼ ଭାଇର ବୟସ ୭ ବର୍ଷ ହୋଇଥିବା ବେଳେ ସାନ ଭାଇର ବୟସ ମାତ୍ର ସାଢ଼େ ୩ ବର୍ଷ।

ଏହି ଦୁଇଟି ଘଟଣାରେ ସଂପୃକ୍ତ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଛପାଲି କେନାଲରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ସେ ବି ଡଙ୍ଗା ଗୋଟାଇବାକୁ ଯାଇଥିଲା। ସେହିପରି ଜିଲ୍ଲାର ଡେରାବିଶ ଅନ୍ତର୍ଗତ ଖମର ଗାଁରେ ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁ ପ୍ରାଣ ହରାଇଛି।

Related story