୬ମାସ ହୋଇଯିବା ପରେ ଶିଶୁକୁ କ’ଣ ଖୁଆଇବା ଜରୁରୀ ଜାଣିଛନ୍ତି କି ?

ଛଅ ମାସ ବୟସ ପର୍ଯ୍ୟନ୍ତ ଶିଶୁ ପାଇଁ ମା’ର କ୍ଷୀର ହେଉଛି ସମ୍ପୁର୍ଣ୍ଣ ଆହାର। ଏହି ବୟସରେ ମା’ କ୍ଷୀରର କୌଣସି ବିକଳ୍ପ ନାହିଁ । କାରଣ ଏଥିରେ ଥିବା ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଅନ୍ୟ କୌଣସି ଖାଦ୍ୟରୁ ମିଳିବ ନାହିଁ। ୬ମାସ କେବଳ ମା’କ୍ଷୀର ପିଇବା ଦ୍ୱାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହି ସମୟରେ ଅନ୍ୟ କୌଣସି ଖାଦ୍ୟର ଆବଶ୍ୟକତା ପଡେନାହିଁ। ହେଲେ ଜାଣିଛନ୍ତି କି, ଠିକ୍‌ ୬ ମାସ […]

Six month old baby eating solid food from a spoon

Six month old baby eating solid food from a spoon

Rakesh Mallick
  • Published: Friday, 09 March 2018
  • Updated: 09 March 2018, 11:30 AM IST

Sports

Latest News

ଛଅ ମାସ ବୟସ ପର୍ଯ୍ୟନ୍ତ ଶିଶୁ ପାଇଁ ମା’ର କ୍ଷୀର ହେଉଛି ସମ୍ପୁର୍ଣ୍ଣ ଆହାର। ଏହି ବୟସରେ ମା’ କ୍ଷୀରର କୌଣସି ବିକଳ୍ପ ନାହିଁ । କାରଣ ଏଥିରେ ଥିବା ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଅନ୍ୟ କୌଣସି ଖାଦ୍ୟରୁ ମିଳିବ ନାହିଁ। ୬ମାସ କେବଳ ମା’କ୍ଷୀର ପିଇବା ଦ୍ୱାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହି ସମୟରେ ଅନ୍ୟ କୌଣସି ଖାଦ୍ୟର ଆବଶ୍ୟକତା ପଡେନାହିଁ।

ହେଲେ ଜାଣିଛନ୍ତି କି, ଠିକ୍‌ ୬ ମାସ ପରେ ଶିଶୁର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟରେ ବୃଦ୍ଧି ତ୍ୱରିତ ବେଗରେ ହୋଇଥାଏ। ଏଥିପାଇଁ ଶିଶୁକୁ ଅଧିକ ଖାଦ୍ୟର ଆବଶ୍ୟକତା ପଡେ। ହେଲେ ଅନେକ ମହିଳା ଜାଣି ନ ଥାନ୍ତି ଏହି ବୟସରେ ଛୁଆଟିକୁ କ’ଣ ଖାଇବାକୁ ଦିଆଯିବା କଥା।

ଏହି ସମୟରେ  ଶିଶୁ ବହୁତ କମ୍‌ ଖାଦ୍ୟ ଗ୍ରହଣ କରୁଥିବାରୁ ବଢୁଥିବା ଶିଶୁ ଲାଗି ଭରପୁର ପୃଷ୍ଟିକର ଖାଦ୍ୟ ଆବଶ୍ୟକ । ତାହେଲେ ଆସନ୍ତୁ ଜାଣିବା ବଢୁଥିବା ଶିଶୁକୁ କେଉଁ ଖାଦ୍ୟ ଖୁଆଇବା ଜରୁରୀ।

  • ଉପଯୁକ୍ତ ପରିମାଣର ସଠିକ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଶିଶୁଙ୍କୁ ଖୁଆନ୍ତୁ। ସୁଜି ଖିରି, ଖେଚୁଡି, ଡାଲି ପାଣି, କଦଳୀ ଚକଟା ଖୁଆନ୍ତୁ। ଶିଶୁର ସ୍ୱାସ୍ଥ୍ୟଗତ ଉନ୍ନତୀ ପାଇଁ ଆଇରନ୍‌ ଆବଶ୍ୟକତା ପଡୁଥିବାରୁ ଗାଜର, କୋବି, କଖାରୁ, ପାଳଙ୍ଗ ଶାଗ ସିଝାଇ ଲୁଣ ପକାଇ ଛୁଆକୁ ଖୁଆଇ ପାରିବେ।
  • ଏହି ସମୟରେ ଶିଶୁଙ୍କୁ ମାଛ ମାଂସ ପରି କୌଣସି ଗରିଷ୍ଠ ଖାଦ୍ୟ ଖୁଆନ୍ତୁ ନାହିଁ। କାରଣ ଏହା ସହଜରେ ହଜମ ହେବ ନାହିଁ। ଏପରିକି ଭାତ ଓ ସୁପ୍‌ ମଧ୍ୟ ଖୁଆନ୍ତୁ ନାହିଁ।
  • ଦୁଇ ବର୍ଷ ହେବା ଯାଏଁ ଶିଶୁକୁ ବାହାର ଖାଦ୍ୟ ଖୁଆଇବା ସହ ସ୍ତନ୍ୟପାନ ଜରୁରୀ। ଏହା ସହ ଶିଶୁକୁ ଏକାଥରକରେ ସବୁ ଖଦ୍ୟ ଖୁଆନ୍ତୁ ନାହିଁ। ଦୁଇ ଘଣ୍ଟା ଅନ୍ତରରେ ପାଣି ପିଇବାକୁ ଦିଅନ୍ତୁ।
  • ଶିଶୁକୁ ଯେପରି ଆଲାର୍ଜି ନ ହୁଏ ସେ ପ୍ରତି ଧ୍ୟାନ ଦିଅନ୍ତ। କିଛି ଖାଦ୍ୟ ଖୁଆଇବା ବେଳେ ଶିଶୁଙ୍କୁ ଆଲର୍ଜି ସମସ୍ୟା ଦେଖା ଦେଇଥାଏ। ଶିଶୁକୁ କିଛି ଖାଦ୍ୟ ପସନ୍ଦ ନ ଆସିଲେ ପାଟିରୁ ବାହାର କରନ୍ତି ଓ ମୁହଁ ଫୁଲାଇ ଥାନ୍ତି। ତେଣୁ ଏସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos