ଏମିତି ଦେଶ ଯେଉଁଠି ରାତି ହୁଏ ନାହିଁ, ଲୋକଙ୍କୁ ଜଣାନାହିଁ ଅନ୍ଧାର କ’ଣ

ଆମ ଦେଶରେ ଦିନରାତି ମଧ୍ୟରେ ସମାନ ଅନ୍ତର ରହିଛି। ଠିକ୍‌ ସମୟରେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୋଇଥାନ୍ତି। ଏହି ଧାରାରେ ଲୋକେ ନିଜ କାମ କରିଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୃଥିବୀରେ ଏମିତି କିଛି ଦେଶ ଅଛି ଯେଉଁଠି ଅନେକ ଦିନ ଧରି କେବଳ ଦିନ ହୋଇରହିଥାଏ। ରାତିର ଅନ୍ଧାର କ’ଣ ସେଠାକାର ଲୋକ ଜାଣନ୍ତି ନାହିଁ। ସେଠାରେ ଦିନ ଦନି ଧରି ସୂର୍ଯ୍ୟ କିରଣ ପଡ଼ି ରହେ। ଆସନ୍ତୁ ଜାଣିବା ସେହି ଭଳି କିଛି […]

country

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 04:59 PM IST

ଆମ ଦେଶରେ ଦିନରାତି ମଧ୍ୟରେ ସମାନ ଅନ୍ତର ରହିଛି। ଠିକ୍‌ ସମୟରେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୋଇଥାନ୍ତି। ଏହି ଧାରାରେ ଲୋକେ ନିଜ କାମ କରିଥାନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୃଥିବୀରେ ଏମିତି କିଛି ଦେଶ ଅଛି ଯେଉଁଠି ଅନେକ ଦିନ ଧରି କେବଳ ଦିନ ହୋଇରହିଥାଏ। ରାତିର ଅନ୍ଧାର କ’ଣ ସେଠାକାର ଲୋକ ଜାଣନ୍ତି ନାହିଁ। ସେଠାରେ ଦିନ ଦନି ଧରି ସୂର୍ଯ୍ୟ କିରଣ ପଡ଼ି ରହେ। ଆସନ୍ତୁ ଜାଣିବା ସେହି ଭଳି କିଛି ଦେଶ ବିଷୟରେ।

ନରୱେ: ଏହି ଦେଶକୁ ଚାରିପଟୁ ପାହାଡ଼ ଘେରି ରଖିଛି। ଏଠାରେ ବର୍ଷକର ୩୬୫ରୁ ୭୬ ଦିନ ସୂର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ତ ହୋଇ ନଥାନ୍ତି। ମେ’ ମାସ ଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ହେଉ ନଥିବାରୁ ନରୱେକୁ ‘ଲ୍ୟାଣ୍ଡ ଅଫ୍‌ ଦି ମିଡ୍‌ ନାଇଟ୍ ସନ୍‌’ (ମଧ୍ୟ ରାତ୍ରିରେ ସୂର୍ଯ୍ୟର ଦେଶ) କୁହାଯାଏ।

ଫିନ୍‌ଲ୍ୟାଣ୍ଡ: ଏଠାରେ ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ପ୍ରାୟ ୭୩ ଦିନ ସୂର୍ଯ୍ୟ କିରଣ ପଡ଼ି ରହେ। ଏତେ ଦିନ ଧରି ସୂର୍ଯ୍ୟ ଅସ୍ତ ହେଉ ନଥିବାରୁ ଏଠାରେ ଭୀଷଣ ଗରମ ଅନୁଭବ ହୋଇଥାଏ। ଏହି ଦିନ ଗୁଡ଼ିକରେ ପ୍ରବଳ ଗରମ ଯୋଗୁଁ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇଯାଏ।

କାନାଡ଼ା: ଆୟତନ ଦୃଷ୍ଟିରୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ହେଉଛି କାନାଡ଼ା। ଏହି ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପଡ଼ି ରହେ। ରାତି ହେଲେ ମଧ୍ୟ ଏଠାରେ ଅନ୍ଧାର ଜଣାପଡ଼େ ନାହିଁ।

ଆଲାସ୍କା: ଏହି ଦେଶଟି ସୁନ୍ଦର ଗ୍ଲେସିୟର ପାଇଁ ପରିଚିତ। ଆଲାସ୍କାରେ ଜମାଟ ବାନ୍ଧିଥିବା ବରଫ ଖଣ୍ଡ ଦୃଶ୍ୟ ଖୁବ୍ ମନୋରମ। ଏଠାରେ ମଧ୍ୟ ମେ’ ମାସଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

ଆଇସ୍‌ଲ୍ୟାଣ୍ଡ: ୟୁରୋପ୍‌ର ସବୁଠାରୁ ବଡ଼ ଓ ସୁନ୍ଦର ଦ୍ୱୀପ ହେଉଛି ଆଇସ୍‌ଲ୍ୟାଣ୍ଡର। ଏଠାରେ ମଧ୍ୟ ମେ’ ମାସଠାରୁ ଆରମ୍ଭ କରି ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଭୂ-ପୃଷ୍ଠରେ ସୂର୍ଯ୍ୟ କିରଣ ପଡ଼ି ରହିଥାଏ।

Related story