ଭାରତର ୬ ଭୟଙ୍କର ବିଷଧର ସାପ: କାମୁଡ଼ିଲେ ମୃତ୍ୟୁ ନିଶ୍ଚିତ

ଭାରତରେ ୨୭୦ ପ୍ରଜାତିର ସାପ ଦେଖାଯାଆନ୍ତି। ଏମାନଙ୍କ ମଧ୍ୟରୁ ୫୦ ପ୍ରଜାତିର ସାପ ବିଷଧର ହୋଇଥାନ୍ତି। ଏହି ୫୦ ପ୍ରଜାତି ମଧ୍ୟରୁ ୧୫ ପ୍ରଜାତିର ସାପ ସବୁଠାରୁ ଅଧିକ ବିଷଧର ହୋଇଥାନ୍ତି। ଏମାନଙ୍କ କାମୁଡ଼ାରେ ଜୀବନ ଚାଲିଯିବାର ଭୟ ଥାଏ। ଏକ ବେସରକାରୀ ସର୍ଭେ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ସାପ କାମୁଡ଼ାରେ ଭାରତରେ ୪୬ ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ। ଆସନ୍ତୁ ଜାଣିବା ଭାରତର ୬ଟି ସବୁଠାରୁ ବିଷାକ୍ତ ସାପ ବିଷୟରେ। ୧. ଇଣ୍ଡିଆନ୍‌ କୋବ୍ରା: […]

sankes

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 10:33 PM IST

ଭାରତରେ ୨୭୦ ପ୍ରଜାତିର ସାପ ଦେଖାଯାଆନ୍ତି। ଏମାନଙ୍କ ମଧ୍ୟରୁ ୫୦ ପ୍ରଜାତିର ସାପ ବିଷଧର ହୋଇଥାନ୍ତି। ଏହି ୫୦ ପ୍ରଜାତି ମଧ୍ୟରୁ ୧୫ ପ୍ରଜାତିର ସାପ ସବୁଠାରୁ ଅଧିକ ବିଷଧର ହୋଇଥାନ୍ତି। ଏମାନଙ୍କ କାମୁଡ଼ାରେ ଜୀବନ ଚାଲିଯିବାର ଭୟ ଥାଏ। ଏକ ବେସରକାରୀ ସର୍ଭେ ରିପୋର୍ଟ ଅନୁସାରେ ପ୍ରତି ବର୍ଷ ସାପ କାମୁଡ଼ାରେ ଭାରତରେ ୪୬ ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ। ଆସନ୍ତୁ ଜାଣିବା ଭାରତର ୬ଟି ସବୁଠାରୁ ବିଷାକ୍ତ ସାପ ବିଷୟରେ।

୧. ଇଣ୍ଡିଆନ୍‌ କୋବ୍ରା: ଏହାକୁ 'ନାଗ ସାପ' ବୋଲି କୁହାଯାଏ। ଭାରତର ସବୁଠାରୁ ବିଷଧର ସାପମାନଙ୍କ ତାଲିକାରେ ନାଗସାପ ନାଁ ରହିଛି। ଏହା ଜଙ୍ଗଲ, ପାହାଡ଼ ଓ ଜନବସତି ଅଞ୍ଚଳରେ ଦେଖାଯାଆନ୍ତି। ବେଙ୍ଗ, ଝିଟିପିଟି ଭଳି ଛୋଟ ପ୍ରାଣୀଙ୍କୁ ଶିକାର କରିଥାଏ ଏହି ସାପ । ପ୍ରତି ବର୍ଷ ଦେଶରେ ୧୫ ହଜାର ଲୋକଙ୍କର ନାଗ ସାପ କାମୁଡ଼ାରେ ମୃତ୍ୟୁ ହୋଇଥାଏ।

୨.ଇଣ୍ଡିଆନ୍‌ କ୍ରେଟ୍: ଭାରତର ଭୟଙ୍କର ବିଷଧର ସାପମାନଙ୍କ ମଧ୍ୟରୁ ଏହା ଅନ୍ୟତମ। ଏହାର ଗୋଟିଏ ଦଂସନରେ ଏତେ ବିଷ ବାହାରିଥାଏ ଯେ ସେଥିରେ ୬୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯିବ। ଏହି ସାପର ୧୨ଟି ପ୍ରଜାତି ଓ ୫ ଟି ଉପପ୍ରଜାତି ରହିଛି। ଏହି ସାପ କାମୁଡ଼ାରେ ବର୍ଷକୁ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥାଏ।

୩. ରସେଲ ଭାଇପର: ଭାରତରେ ଏହି ସାପକୁ କଉଡ଼ିଆ ବୋଡ଼ା ସାପ କୁହାଯାଏ। ଏହା ଏକ କ୍ରୋଧୀ ସ୍ୱଭାବର ସାପ। ଏହା ଶତ୍ରୁ ଉପରକୁ ବିଜୁଳି ବେଗରେ ଆକ୍ରମଣ କରିଥାଏ। ଏହି ସାପ କାମୁଡ଼ାରେ ବର୍ଷକୁ ୨୫ ହଜାର ଲୋକଙ୍କ ଜୀବନ ଯାଇଥାଏ।

୪. ସ-ସ୍କେଲ୍‌ଡ ଭାଇପର: ଏହି ସାପ ଲମ୍ବରେ ଛୋଟ ହୋଇଥିଲେ ମଧ୍ୟ ଏହା ଖୁବ ମାରାତ୍ମକ। ଏହା ଏକ ଚିଡ଼ି ଚିଡ଼ା ଓ କ୍ରୋଧୀ ସ୍ୱଭାବରେ ସାପ। ଏହି ସାପର ବିଜୁଳି ବେଗରେ ଆକ୍ରମଣ କରିବାର କ୍ଷମତା ଥାଏ। ପ୍ରତି ବର୍ଷ ୫ ହଜାର ଲୋକ ସ-ସ୍କେଲ୍‌ଡ ଭାଇପର କାମୁଡ଼ାରେ ପ୍ରାଣ ତ୍ୟାଗ କରନ୍ତି।

୫.ଦ କିଂ କୋବ୍ରା: ବିଶ୍ୱର ସବୁଠାରୁ ଲମ୍ବା ଓ ବିଷଧର ସାପ ହେଉଛି କିଂ କୋବ୍ରା। କେତେକ ସ୍ଥାନରେ ଏହାକୁ ଅହିରାଜ ମଧ୍ୟ କୁହାଯାଏ। ଏହାର ଲମ୍ବ ୧୩ରୁ ୧୫ ଫୁଟ ମଧ୍ୟରେ ହୋଇଥାଏ। ଏହି ସାପ ବହୁତ କମ୍‌ ଲୋକଙ୍କୁ କାମୁଡ଼ିଥାଆନ୍ତି।

୬.ଇଣ୍ଡିଆନ୍ ପିଟ୍‌ ଭାଇପର: ଏହାକୁ ଭାରତରେ ଟ୍ରି ଭାଇପର ବୋଲି କହିଥାଆନ୍ତି। ଏହି ସାପ ମୁଖ୍ୟତଃ ବଣବୁଦା ଓ ବାଉଁସ ଗଛରେ ରୁହନ୍ତି। ଏହାର ଲମ୍ବ ୨.୫ ଫୁଟ ହୋଇଥାଏ। ଭାରତର ପଶ୍ଚିମଘାଟରେ ଏହି ସାପ ଅଧିକ ମାତ୍ରାରେ ଦେଖାଯାଆନ୍ତି।

Related story