୭୦ ବର୍ଷରେ ଗର୍ଭବତୀ: ଆଗରୁ ଅଛନ୍ତି ୭ ପିଲା ,ଡାକ୍ତର ଆଶ୍ଚର୍ଯ୍ୟ

ମେକ୍ସିକୋ: ସାଧାରଣତଃ ବୃଦ୍ଧାବସ୍ଥାରେ ମଣିଷର ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ।  କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଜଣେ ୭୦ ବର୍ଷର ବୃଦ୍ଧା ଗର୍ଭବତୀ ହୋଇଛନ୍ତି। ଏମିତି ଘଟଣା ଘଟିଛି ମେକ୍ସିକୋରେ। ସିନାଲୋଆରେ ରହୁଥିବା ମାରିୟା ଜି ଲାଲୁସ୍‌ ନାମ୍ନୀ ଜଣେ ମହିଳା ୬ ମାସର ଗର୍ଭବତୀ ଅଛନ୍ତି।  ଏନେଇ ସେ ନିଜେ ସୋନୋଗ୍ରାଫି ରିପୋର୍ଟରେ ସେୟାର ମଧ୍ୟ କରିଛନ୍ତି। ଆଗରୁ ସେ ୭ଟି ପିଲାର ମା’ ଥିଲେ। ହେଲେ ପୁଣି ଏହି ପରିଣତ ବୟସରେ ସେ ଆଉ ଏକ […]

oldest-mothe

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 09:26 AM IST

ମେକ୍ସିକୋ: ସାଧାରଣତଃ ବୃଦ୍ଧାବସ୍ଥାରେ ମଣିଷର ପ୍ରଜନନ କ୍ଷମତା ହ୍ରାସ ପାଇଥାଏ ।  କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ଜଣେ ୭୦ ବର୍ଷର ବୃଦ୍ଧା ଗର୍ଭବତୀ ହୋଇଛନ୍ତି। ଏମିତି ଘଟଣା ଘଟିଛି ମେକ୍ସିକୋରେ। ସିନାଲୋଆରେ ରହୁଥିବା ମାରିୟା ଜି ଲାଲୁସ୍‌ ନାମ୍ନୀ ଜଣେ ମହିଳା ୬ ମାସର ଗର୍ଭବତୀ ଅଛନ୍ତି।  ଏନେଇ ସେ ନିଜେ ସୋନୋଗ୍ରାଫି ରିପୋର୍ଟରେ ସେୟାର ମଧ୍ୟ କରିଛନ୍ତି। ଆଗରୁ ସେ ୭ଟି ପିଲାର ମା’ ଥିଲେ। ହେଲେ ପୁଣି ଏହି ପରିଣତ ବୟସରେ ସେ ଆଉ ଏକ ଛୁଆର ମା’ ହେବାକୁ ଯାଉଛନ୍ତି।  ମହିଳାଙ୍କ ଗର୍ଭବତୀ ହୋଇଥିବା ରିପୋର୍ଟ ଆସିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମାରିୟାଙ୍କ କହିବା ଅନୁସାରେ ତାଙ୍କ ଗୋଡରେ ସେ ଖୁବ୍‌  ଯନ୍ତ୍ରଣା ଅନୁଭବ କରୁଥିଲେ। ବାରମ୍ବାର ବାନ୍ତି ହେଉଥିଲା। ତା’ପରେ  ସେ ୧୦ଟି ଭିନ୍ନ ଯାଗାରେ ସୋନୋଗ୍ରାଫି କରାଇଥିଲେ।   ଏହା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଆଉ ଯଦି ମାରିୟା ଏହି ପିଲାକୁ ଜନ୍ମ ଦିଅନ୍ତି  ତେବେ ବିଶ୍ୱରେ ସବୁଠୁ ଅଧିକ ବୟସ୍କ ମା’ ହେବାର ସେ ଦ୍ୱିତୀୟ ମହିଳା ସାଜିବେ।

ଏହା ପୂର୍ବରୁ ୨୦୧୬ରେ  ପଞ୍ଜାବର ଦିଲ୍‌ଜିନ୍ଦ କୋନ୍‌ ୭୦ ବର୍ଷ ବୟସରେ ଏକ ପିଲାକୁ ଜନ୍ମ ଦେଇଥିଲେ। ଦିଲଜିନ୍ଦ କିନ୍ତୁ ivf  ପ୍ରକ୍ରିୟାରେ ଗର୍ଭବତୀ ହୋଇଥିଲେ।  କିନ୍ତୁ ମାରିୟା ନିଜ ଗର୍ଭଧାରଣ ବିଷୟରେ କିଛି ତଥ୍ୟ ଦେଇ ନ ଥିଲେ। ସେ ସ୍ପଷ୍ଟ କରି ନ ଥିଲେ  ସେ କେମିତି ଗର୍ଭବତୀ ହୋଇଛନ୍ତି । ସେ କିଛି ଫର୍ଟିଲାଇଜେସନ୍‌ ପ୍ରକ୍ରିୟାର ସାହାଯ୍ୟ ନେଇଥିଲେ ନା ନାହିଁ ତାହା ଜଣାପଡ଼ିନାହିଁ। ଡାକ୍ତରଙ୍କ କହିବା ମୁତାବକ ଯଦି ସେ ପିଲା ଜନ୍ମ କରନ୍ତି ତେବେ  ସିଜରିଆନ୍‌ ଟେକ୍‌ନିକ୍‌ ବ୍ୟବହାର କରିପାରିବେ।

 

 

 

Related story