୭୦୦ ଗାଁ ଖାଲି; ୧.୧୯ ଲକ୍ଷ ଲୋକ ଛାଡ଼ିଛନ୍ତି ଭିଟାମାଟି

ଡେରାଡୁନ: ଶିରୋନାମ ପଢ଼ି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ! ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କାରଣ ଗୋଟିଏ, ଦୁଇଟି ନୁହେଁ କି ଦଶଟି ନୁହେଁ, ପୂରା ୭୦୦ ଗାଁ ଖାଲି ହୋଇଯିବା ସାଧାରଣ କଥା ନୁହେଁ। ଏହାକୁ ନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଯେ କେଉଁଠି ଓ କାହିଁକି ଏତେ ଗାଁ ଖାଲି ହୋଇଗଲା। କୌଣସି ମେଗା ପ୍ରକଳ୍ପ ହେତୁ ଲୋକେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ନା ଭୂତପ୍ରେତ ଭୟ? ନା କୌଣସି ସମ୍ଭାବ୍ୟ […]

VILLAGE

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 05:10 PM IST

ଡେରାଡୁନ: ଶିରୋନାମ ପଢ଼ି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିତ! ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। କାରଣ ଗୋଟିଏ, ଦୁଇଟି ନୁହେଁ କି ଦଶଟି ନୁହେଁ, ପୂରା ୭୦୦ ଗାଁ ଖାଲି ହୋଇଯିବା ସାଧାରଣ କଥା ନୁହେଁ। ଏହାକୁ ନେଇ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଯେ କେଉଁଠି ଓ କାହିଁକି ଏତେ ଗାଁ ଖାଲି ହୋଇଗଲା। କୌଣସି ମେଗା ପ୍ରକଳ୍ପ ହେତୁ ଲୋକେ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ନା ଭୂତପ୍ରେତ ଭୟ? ନା କୌଣସି ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପାଇଁ ଏପରି ହୋଇଛି? ଏ ପ୍ରଶ୍ନର ଉତ୍ତର ଆମ ପାଖରେ ଅଛି। ତେବେ ତା’ପୂର୍ବରୁ ଆସନ୍ତୁ ଜାଣିନେବା ଘଟଣା କେଉଁଠାର।

ଏ ଘଟଣା ହେଉଛି ଉତ୍ତରାଖଣ୍ଡର। ଶୀତ ଦିନେ କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅଞ୍ଚଳରେ ପାହାଡ଼ରେ ରହୁଥିବା ଲୋକ କମ୍‌ ଉଚ୍ଚତାରେ ଥିବା ସ୍ଥାନକୁ ଚାଲି ଆସନ୍ତି। ଶୀତ ସରିଲେ ସେମାନେ ପୁଣି ନିଜ ନିଜ ଗାଁକୁ ଫେରି ଯାଆନ୍ତି। କିନ୍ତୁ ବିଗତ କିଛି ବର୍ଷ ହେଲା ଏହି ଧାରାରେ ବ୍ୟତିକ୍ରମ ଦେଖାଯାଇଛି। ଶୀତ ଋତୁ ସରିବା ପରେ ମଧ୍ୟ ଏହି ଅଞ୍ଚଳର ଲୋକେ ଆଉ ଗାଁକୁ ଫେରୁ ନାହାଁନ୍ତି। ଗତ ୧୦ ବର୍ଷରେ ରାଜ୍ୟର ୭୦୦ ଗାଁ ଖାଲି ହୋଇସାରିଛି ଓ ପ୍ରାୟ ୧.୧୯ ଲକ୍ଷ ଲୋକ ଭିଟାମାଟି ଛାଡ଼ି ଥିବା ଜଣାପଡ଼ିଛି। ଏବେ ଏହି ଗାଁଗୁଡ଼ିକୁ ଲୋକେ ‘ଭୂତ ଗାଁ’ ବୋଲି କହୁଛନ୍ତି। ତେବେ ଲୋକେ ଏମିତି ଗାଁ ଛାଡ଼ିବା ପଛରେ କ’ଣ କାରଣ ରହିଛି, ଆସନ୍ତୁ ସେ ବିଷୟରେ ଜାଣିବା।

ଗାଁ ଛାଡ଼ିବାର କାରଣ

ରାଜ୍ୟରେ ଲୋକେ ଏମିତି ଗାଁ ଛାଡ଼ୁଥିବା କଥାକୁ ଗୁରୁତର ସହ ନେଇ ଉତ୍ତରାଖଣ୍ଡ ସରକାର ଗତ ବର୍ଷ ଏକ ଆୟୋଗ ଗଠନ କରିଥିଲେ। ଏହାର ନାଁ ରଖାଯାଇଥିଲା ‘ପଲାୟନ ଆୟୋଗ’। ଇଂରାଜୀ ଖବର କାଗଜ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ ଏହି ଆୟେଗର ଉପାଧ୍ୟକ୍ଷ ଏସ୍‌ଏସ୍‌ ନେଗୀ ହିଁ କହିଥିଲେ ଯେ ରାଜ୍ୟରେ ଗତ ୧୦ ବର୍ଷରେ ୭୦୦ଟି ଗାଁ ଖାଲି ହୋଇସାରିଛି।

ସେ କହିଛନ୍ତି, “୫୦ପ୍ରତିଶତ ଲୋକ ଜୀବନଜୀବିକା ପାଇଁ ନିଜ ଗାଁ ଛାଡ଼ିଛନ୍ତି। ଆଉ କିଛି ଲୋକ ଖରାପ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଗାଁକୁ ଫେରି ନାହାନ୍ତି।”

ଏସ୍‌ଏସ୍‌ ନେଗୀ  କହିଛନ୍ତି, ୨୦୧୧ ଓ ୨୦୧୭ ଜନଗଣନା ମୁତାବକ ୭୩୪ ଗାଁରେ ଜଣେ ବି ଲୋକ ମିଳିଲେ ନାହିଁ। ୫୬୫ ଗାଁରେ ଲୋକ ସଂଖ୍ୟା ଅଧା ହୋଇଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବାଗୁଡ଼ିକର ଭିତ୍ତିଭୂମି ଅଭାବ ଯୋଗୁଁ ଲୋକେ ଆଉ ଏହି ସବୁ ଗାଁ ଛାଡ଼ିଛନ୍ତି। କିଛି ଗାଁ ସୀମାରେ ମଧ୍ୟ ରହିଛି। ସେଥିପାଇଁ ମଧ୍ୟ କିଛି ଲୋକ ଚିନ୍ତିତ ରହନ୍ତି।

ଗୃହମନ୍ତ୍ରୀ ରାଜନାଥ ସିଂ ଗତ ବର୍ଷ ଉତ୍ତରାଖଣ୍ଡରେ ସୀମାରେ ଥିବା କିଛି ଗାଁକୁ ଯାଇଥିଲେ। ସେତେବେଳେ ସେ କହିଥିଲେ ଯେ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବ ଓ ଏହି ଟିମ୍ ସୀମାରେ ରହୁଥିବା ଲୋକଙ୍କ ଆବଶ୍ୟକତା ସଂପର୍କରେ ସୂଚନା ସଂଗ୍ରହ କରିବେ। ତା’ପରେ ଉକ୍ତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ସୀମାରେ ଥିବା ଏମିତି ତିନୋଟି ଗାଁ ହେଉଛି ବଲୁନୀ, ନୀତି ଏବଂ ସୈନା। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ଅଛି। ମାତ୍ର ସେଠାକାର ଲୋକଙ୍କ ପାଖରେ ରୋଜଗାରର ମାଧ୍ୟମ ନାହିଁ। ସୈନାରେ କେବଳ ମନରେଗାରେ କାମ ମିଳେ। ନୀତିରେ ଛେଳି ପାଳନ କରିବା ଓ ଚାଷ କରିବା ବ୍ୟତୀତ ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନାହିଁ।

ବଲୁନୀ ଗାଁରେ ଯିବା ଆସିବା ପାଇଁ ଯେଉଁ ରାସ୍ତା ରହିଛି,ପାହାଡ଼ରୁ ଅତଡ଼ା ଖସିବା ଯୋଗୁଁ ତାହା ଅନେକ ଦିନ ଦରି ବନ୍ଦ ରହୁଛି। ସେନା ଗାଁରେ ଯୋଗାଯୋଗ କଥା କହିବା ତ ଗାଡ଼ି ଯିବା ଆସିବା କରିବା ପାଇଁ ରାସ୍ତା ୧କିଲୋମିଟର ଦୂରରେ ରହିଛି। ବଲୁନୀ ଗାଁକୁ ଗାଡ଼ିରେ ଯିବାଆସିବା କରିବା ପାଇଁ ରାସ୍ତା ଅଛି। କିନ୍ତୁ ଭୂସ୍ଖଳ ଯୋଗୁଁ ଏହି ରାସ୍ତା ଅଧିକାଂଶ ସମୟରେ ବନ୍ଦ ହୋଇଯାଏ।

Related story