ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଆଜି ଆସିପାରେ ଡ୍ରାଫ୍ଟ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରଙ୍କ ପାଇଁ ଆଜି ଆସିପାରେ ଖୁସି ଖବର। ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଗଠିତ ଫିଟ୍‌ମେଣ୍ଟ କମିଟିର ଡେଡ୍‌ଲାଇନ୍‌ ସରୁଥିବାରୁ କମିଟି ଏହାର ଡ୍ରାଫ୍ଟ ରିପୋର୍ଟ ଆଜି ଦେଇପାରେ। ଏହାକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିବା ପରେ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇବେ। ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଗଠିତ ଫିଟ୍‌ମେଣ୍ଟ କମିଟିକୁ ରିପୋର୍ଟ ଦେବା ପାଇଁ ଫେବୃଆରୀ ୨୮ ତାରିଖ ଯାଏଁ ସମୟ ଦିଆଯାଇଥିଲା। ପରେ ପୁଣି […]

Odisha-Assembly

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 07:20 AM IST

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରଙ୍କ ପାଇଁ ଆଜି ଆସିପାରେ ଖୁସି ଖବର। ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଗଠିତ ଫିଟ୍‌ମେଣ୍ଟ କମିଟିର ଡେଡ୍‌ଲାଇନ୍‌ ସରୁଥିବାରୁ କମିଟି ଏହାର ଡ୍ରାଫ୍ଟ ରିପୋର୍ଟ ଆଜି ଦେଇପାରେ। ଏହାକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିବା ପରେ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇବେ।

ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ନେଇ ଗଠିତ ଫିଟ୍‌ମେଣ୍ଟ କମିଟିକୁ ରିପୋର୍ଟ ଦେବା ପାଇଁ ଫେବୃଆରୀ ୨୮ ତାରିଖ ଯାଏଁ ସମୟ ଦିଆଯାଇଥିଲା। ପରେ ପୁଣି ଦୁଇ ମାସ ଅବଧି ବଢ଼ାଇଥିଲେ ସରକାର। ଏହି ଡେଡ୍‌ଲାଇନ୍‌ ସରୁଥିବାରୁ ଆଜି ସଚିବାଳୟରେ ବସିବ ଫିଟ୍‌ମେଣ୍ଟ କମିଟି ବୈଠକ। କମିଟି ପ୍ରସ୍ତୁତ କରିଥିବା ଡ୍ରାପ୍ଟକୁ ଏଥିରେ ଉପସ୍ଥାପନ କରାଯିବ। କର୍ମଚାରୀଙ୍କ ଦରମା, ସ୍କେଲ ଅଫ୍‌ ପେ, ଡିଏ ଓ ରାଙ୍କକୁ ଆଖି ଆଗରେ ରଖି ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ବିଭିନ୍ନ ସରକାରୀ କର୍ମଚାରୀ ସଂଘ ସହ ମଧ୍ୟ ଆଲୋଚନା କରାଯାଇଥିଲା।

୨୦୧୬ ଜାନୁଆରୀ ୧ ତାରିଖରେ କେନ୍ଦ୍ର ସରକାର ସପ୍ତମ ବେତନ ପେ’ କମିଶନ ସୁପାରିଶ ଲାଗୁ କରି ସାରିଛନ୍ତି। କେନ୍ଦ୍ରୀୟ ଢାଞ୍ଚାରେ କମିଶନଙ୍କ ସୁପାରିଶ ଲାଗୁ ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଥିଲେ। ତେବେ ସୁପାରିଶ କିଭଳି ଲାଗୁ ହେବ ସେଥିପାଇଁ ଗଠନ ହୋଇଥିଲା ଫିଟ୍‌ମେଣ୍ଟ କମିଟି।

ଅନ୍ୟପକ୍ଷରେ ଚଳିତ ବଜେଟରେ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ନେଇ କିଛି ଉଲ୍ଲେଖ କରି ନ ଥିଲେ ଅର୍ଥମନ୍ତ୍ରୀ। ତେବେ ପ୍ରଶାସନିକ ବ୍ୟୟ ବାବଦକୁ ୪୭,୪୬୬ କୋଟି ବ୍ୟୟବରାଦ ହୋଇଥିବା ବେଳେ ଏଥିରୁ ଦରମାରେ ୨୨,୦୦୦ କୋଟି ଓ ପେନ୍‌ସନ୍‌ ବାବଦକୁ ୧୧,୩୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

 

Related story