ଭୋପାଳ ଜେଲରୁ ଫେରାର ୮ ସିମି ଆତଙ୍କବାଦୀ ପୋଲିସ୍‌ ଏନକାଉଣ୍ଟରେ ମୃତ

ଭୁବନେଶ୍ୱର: ଭୋପାଳ କେନ୍ଦ୍ରୀୟ ଜେଲରୁ ଫେରାର ଥିବା ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ୮ଜଣ ଆତଙ୍କବାଦୀଙ୍କର ଆଜି ପୋଲିସ୍‌ ଏନକାଉଣ୍ଟରେ ମୃତ୍ୟୁ ଘଟିଛି। ଭୋପାଳ ନିକଟ ଆଚାରପୁରରେ ଏହି ଏନକାଉଣ୍ଟର ହୋଇଥିଲା। ମୃତକଙ୍କ ମଧ୍ୟରେ ରାଉରକେଲାରୁ ଗିରଫ ଜାକିର ହୁସେନ, ମେହବୁବ୍ ଖାନ୍‌, ଅମଜାଦ ଓ ମହମ୍ମଦ ସଲ୍ଲିକ ଅଛନ୍ତି। ଏହି ଚାରି ଜଣଙ୍କୁ ଗତ ଫେବୃଆରୀ ୧୭ ତାରିଖରେ ରାଉରକେଲାରୁ ଗିରଫ କରାଯାଇଥିଲା। ସେମାନଙ୍କ ସହିତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ […]

simi

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 07:02 PM IST

ଭୁବନେଶ୍ୱର: ଭୋପାଳ କେନ୍ଦ୍ରୀୟ ଜେଲରୁ ଫେରାର ଥିବା ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ୮ଜଣ ଆତଙ୍କବାଦୀଙ୍କର ଆଜି ପୋଲିସ୍‌ ଏନକାଉଣ୍ଟରେ ମୃତ୍ୟୁ ଘଟିଛି। ଭୋପାଳ ନିକଟ ଆଚାରପୁରରେ ଏହି ଏନକାଉଣ୍ଟର ହୋଇଥିଲା। ମୃତକଙ୍କ ମଧ୍ୟରେ ରାଉରକେଲାରୁ ଗିରଫ ଜାକିର ହୁସେନ, ମେହବୁବ୍ ଖାନ୍‌, ଅମଜାଦ ଓ ମହମ୍ମଦ ସଲ୍ଲିକ ଅଛନ୍ତି। ଏହି ଚାରି ଜଣଙ୍କୁ ଗତ ଫେବୃଆରୀ ୧୭ ତାରିଖରେ ରାଉରକେଲାରୁ ଗିରଫ କରାଯାଇଥିଲା। ସେମାନଙ୍କ ସହିତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଗତିକାଲି ବିଳମ୍ବିତ ରାତିରେ ଏହି ଆଠ ସିମି ଆତଙ୍କବାଦୀ ଜେଲର ହେଡ୍‌ କନଷ୍ଟେବଳ ରାମ ଶଙ୍କରଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ସେମାନେ କମ୍ବଳ ସାହାଯ୍ୟରେ ଜେଲର ପାଚେରି ଡେଇଁ ଚମ୍ପଟ ମାରିଥିଲେ। ସେମାନେ ଜେଲରୁ ଫେରାର ହୋଇଯିବା ପରେ ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଥିଲା। ରେଳଷ୍ଟେସନ, ବିମାନବନ୍ଦର ଓ ବସ୍‌ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଏହି ୮ ସିମି ଆତଙ୍କବାଦୀ ଫେରାର ହେବା ଘଟଣା ସାମ୍ନାକୁ ଆସିବା ପରେ ଭୋପାଳ ଜେଲ ଅଧୀକ୍ଷକଙ୍କ ସହ ଚାରିଜଣଙ୍କୁ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନିଲମ୍ବିତ କରିଥିଲେ।

୩ ବର୍ଷ ତଳେ ମଧ୍ୟ କିଛି ସିମି ଆତଙ୍କବାଦୀ ଭୋପାଳଠାରୁ ୨୮୦ କିଲୋମିଟର ଦୂର ଖଣ୍ଡୱା ଜେଲରୁ ଖସି ପଳାଇଥିଲେ।

ମଧ୍ୟପ୍ରଦେଶ ପୋଲିସ୍‌କୁ ଓଡ଼ିଶା ଡିଜିପିଙ୍କ ପ୍ରଶଂସା

ଏନ୍‌କାଉଣ୍ଟରରେ ୮ ଜଣ ସିମି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ମଧ୍ୟପ୍ରଦେଶ ପୋଲିସ୍‌କୁ ପ୍ରଶଂସା କରିଛନ୍ତି ଓଡ଼ିଶାର ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ। ସେ କହିଛନ୍ତି,“ଏହା ମଧ୍ୟପ୍ରଦେଶ ପୋଲିସ୍ ପାଇଁ ଏକ ବଡ଼ ସଫଳତା।” ଏହା ସହିତ ରାଉରକେଲାରେ ହାଇଆର୍ଲଟ ଜାରି ରହିବ ବୋଲି ସେ କହିଛନ୍ତି।

Related story