‘ମୁଁ ଭାରତୀୟ ଭାବେ ମରିବାକୁ ଚାହୁଁଛି’ : ନନ୍ଦ କିଶୋର କେମିତି ହେଲେ ହସମତ୍‌ ଅଲ୍ଲୀ ? ପଢନ୍ତୁ ଏକ ମର୍ମସ୍ପର୍ଶୀ କାହାଣୀ  

‘ମୁଁ ଭାରତୀୟ ଭାବେ ମରିବାକୁ ଚାହେଁ। ମତେ ମୋ ଦେଶରୁ ବିତାଡ଼ିତ କରନ୍ତୁ ନାହିଁ। ପରିଣତ ବୟସରେ ଜଣେ ବୃଦ୍ଧଙ୍କ ଏହି କେଇପଦ ଗୁହାରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୮୦ ବର୍ଷର ବୃଦ୍ଧ ଜଣକ ନିଜକୁ ଭାରତୀୟ ବୋଲି ଦାବି କରି ଆସୁଛନ୍ତି।  ସମ୍ପୃକ୍ତ ବୃଦ୍ଧ ଜଣକ ହେଉଛନ୍ତି ନନ୍ଦକିଶୋର। ତେବେ ସେ କାହିଁକି ଏମିତି ନିଜକୁ ଭାରତୀୟ ବୋଲି କହି ବିକଳ ହେଉଛନ୍ତି? ତେବେ ନଜର ପକାନ୍ତୁ ପୂରା ଘଟଣା ସମ୍ପର୍କରେ। ନନ୍ଦ କିଶୋର। […]

Indian

Indian

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 08:58 PM IST

Sports

Latest News

‘ମୁଁ ଭାରତୀୟ ଭାବେ ମରିବାକୁ ଚାହେଁ। ମତେ ମୋ ଦେଶରୁ ବିତାଡ଼ିତ କରନ୍ତୁ ନାହିଁ। ପରିଣତ ବୟସରେ ଜଣେ ବୃଦ୍ଧଙ୍କ ଏହି କେଇପଦ ଗୁହାରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୮୦ ବର୍ଷର ବୃଦ୍ଧ ଜଣକ ନିଜକୁ ଭାରତୀୟ ବୋଲି ଦାବି କରି ଆସୁଛନ୍ତି।  ସମ୍ପୃକ୍ତ ବୃଦ୍ଧ ଜଣକ ହେଉଛନ୍ତି ନନ୍ଦକିଶୋର। ତେବେ ସେ କାହିଁକି ଏମିତି ନିଜକୁ ଭାରତୀୟ ବୋଲି କହି ବିକଳ ହେଉଛନ୍ତି? ତେବେ ନଜର ପକାନ୍ତୁ ପୂରା ଘଟଣା ସମ୍ପର୍କରେ।

ନନ୍ଦ କିଶୋର। ତାଙ୍କ ପ୍ରକୃତ ଘର ହେଉଛି ଉତ୍ତରାଖଣ୍ଡ ଶିଳ୍ପାଞ୍ଚଳ ରୁଦ୍ରପୁର ଅଞ୍ଚଳରେ। ତାଙ୍କୁ ଯେତେବେଳେ ୮ ବର୍ଷ ହୋଇଥିଲା ତାଙ୍କ ମା’ ତାଙ୍କୁ କାମ ପାଇଁ କରାଚି ପଠାଇ ଦେଇଥିଲେ। ଏହା ହେଉଛି ୧୯୪୬ ମସିହାର କଥା। ସେତେବଳେ ଭାରତ ସହ ପାକିସ୍ତାନ ମିଶିକରି ଥିଲା। ଆଉ ଦେଶ ବ୍ରିଟିସ ଶାସନାଧୀନ ଥିଲା। ପରେ ଭାରତ ସ୍ୱାଧୀନ ହେବା ସହ ଦେଶ ବିଭାଜନ ହୋଇ ଉଭୟ ପାକିସ୍ତାନ ଏବଂ ଅନ୍ୟଟି ଭାରତ ରାଷ୍ଟ୍ର ମାନ୍ୟତା ପାଇଲା। ହେଲେ ସେ ସମୟସରେ ବିଭାଜନର ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର। ହିଂସା, ଜଳାପୋଡ଼ା ଦଙ୍ଗାରୂପ ନେଇଥିଲା। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏସବୁ କାରଣ ପାଇଁ ନନ୍ଦ କିଶୋର ଆଉ ନିଜ ଗାଁକୁ ଫେରିପାରିଲେ ନାହିଁ। ସେଠାରେ ତାଙ୍କ ଠିକଣା ବଦଳିଗଲା। ତାଙ୍କ ପରିଚୟ ପାକିସ୍ତାନୀ ହୋଇଗଲା। ନନ୍ଦ କିଶୋରରୁ ସେ ହୋଇଗଲେ ହସମତ୍‌ ଅଲ୍ଲୀ। ତଥାପି ସେ ନିଜ ଜନ୍ମମାଟିକୁ ଭୁଲି ପାରି ନ ଥିଲେ। କରାଚିର ରହିବାର ୧୯ ବର୍ଷ ପରେ  ନନ୍ଦ କିଶୋର ନିଜ ଜନ୍ମସ୍ଥାନକୁ ଫେରିଥିଲେ। ପାକିସ୍ତାନୀ ପାସପୋର୍ଟ ହସମତ୍‌ ଅଲ୍ଲୀ ନାମରେ ସେ ଭାରତକୁ ଫେରିଥିଲେ।

୧୯୬୫ରେ ନନ୍ଦ କିଶୋର ନିଜ ଜନ୍ମମାଟିକୁ ଫେରିଥିଲେ। ପରେ ତାଙ୍କ ଭିସାର ଅବଧିକୁ ୧୯୭୪ରୁ ୧୯୯୮ ପର୍ଯ୍ୟନ୍ତ ବର୍ଷକୁ ନିୟମିତ ବୃଦ୍ଧି କରାଯାଇଥିଲା।  ଇତି ମଧ୍ୟରେ ନନ୍ଦକିଶୋର ନିଜ ଗାଁ ରୁଦ୍ରପୁରରେ ବିବାହ କରିସାରିଥିଲେ। ତାଙ୍କର ୪ ପୁଅ ଏବଂ ଜଣେ ଝିଅ ଅଛି। ୧୯୯୮ ପରେ ତାଙ୍କ ଭିସାର ଅବଧିକୁ ସରକାର ଆଉ ସମ୍ପ୍ରସାରଣ କରିବା ପାଇଁ ମନା କରିଦେଲେ। ନୋଟିସ ଆସିଲା ଦେଶ ଛାଡ଼ିବା ପାଇଁ। ୨୦୦୦ ମସିହାରେ ତାଙ୍କୁ ଦେଶରୁ ବିତାଡ଼ିତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ମାନବିକତା ଦୃଷ୍ଟିରୁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଥିଲା।  ପରେ ୨୦୦୮ରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପୁଣି ଥରେ ଏହି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ  ଘୁଞ୍ଚେଇ ଦିଆଯାଇଥିଲା। ଏବେ ପୁଣି ଥରେ କାର୍ଯାନୁଷ୍ଠାନ ପ୍ରକ୍ରିୟା ପ୍ରସଙ୍ଗ ଉଠିବାରୁ ସମ୍ପୃକ୍ତ ବୃଦ୍ଧ ଜଣକ କାନ୍ଦି କାନ୍ଦି ଉପରୋକ୍ତ କଥା କହିଛନ୍ତି।

ସୌଜନ୍ୟ ହିନ୍ଦୁସ୍ଥାନ୍ ଟାଇମ୍‌ସ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos