୮୩ ବର୍ଷରେ ଝିଅ ବୟସର ଯୁବତୀଙ୍କୁ ବିବାହ କଲେ ବୃଦ୍ଧ, ହେଲେ କାହିଁକି ?

ଜୟପୁର (ଓଡ଼ିଶା ରିପୋର୍ଟର): ‘ବର ତିରିଶା କନିଆ ଦଶା’ ଆଗ କାଳରେ ଏମିତି ଗୋଟିଏ ଲୋକ କଥା ବେଶ୍ ପ୍ରଚଳିତ ଥିଲା। । ଅର୍ଥାତ୍ ପୁଅ ଯଦି ୩୦ ବର୍ଷର ହୁଏ ତାହାଲେ ସେ ୧୦ ବର୍ଷର ଝିଅକୁ ବିବାହ  କରିପାରିବ। ବୟସରେ ଏମିତି ବ୍ୟତିକ୍ରମ ଥିଲେ ମଧ୍ୟ ଦିନ ଥିଲା ଏଭଳି ବିବାହକୁ ସମାଜ ସ୍ୱୀକୃତି ଦେଉଥିଲା। କିନ୍ତୁ ଏବେ ଏମିତି ବାହାଘର କ୍ୱଚିତ୍‌ ଦେଖିବାକୁ ମିଳେ। ଆପଣ ମିଛ ଭାବୁଛନ୍ତି କି ? ଯମା […]

kania

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 06:30 PM IST

ଜୟପୁର (ଓଡ଼ିଶା ରିପୋର୍ଟର): 'ବର ତିରିଶା କନିଆ ଦଶା' ଆଗ କାଳରେ ଏମିତି ଗୋଟିଏ ଲୋକ କଥା ବେଶ୍ ପ୍ରଚଳିତ ଥିଲା। । ଅର୍ଥାତ୍ ପୁଅ ଯଦି ୩୦ ବର୍ଷର ହୁଏ ତାହାଲେ ସେ ୧୦ ବର୍ଷର ଝିଅକୁ ବିବାହ  କରିପାରିବ। ବୟସରେ ଏମିତି ବ୍ୟତିକ୍ରମ ଥିଲେ ମଧ୍ୟ ଦିନ ଥିଲା ଏଭଳି ବିବାହକୁ ସମାଜ ସ୍ୱୀକୃତି ଦେଉଥିଲା। କିନ୍ତୁ ଏବେ ଏମିତି ବାହାଘର କ୍ୱଚିତ୍‌ ଦେଖିବାକୁ ମିଳେ। ଆପଣ ମିଛ ଭାବୁଛନ୍ତି କି ? ଯମା ନୁହେଁ କଥାଟି ବିଲ୍‌କୁଲ୍‌ ସତ।

ବରର ବୟସ ୮୩ ଆଉ କନିଆ ବୟସ ମାତ୍ର ୩୦। ଆପଣ ହୁଏତ କଥାଟିକୁ ବିଶ୍ୱାସ କରିପାରୁ ନ ଥିବେ। ଏଭଳି ଏକ ବାହାଘର ହୋଇଛି ରାଜସ୍ଥାନ କରୋଲି ଜିଲ୍ଲାରେ। ଏଠାରେ ସୁଖରାମ ବେରୱା ନାମକ ଜଣେ ୮୩ ବର୍ଷର ବ୍ୟକ୍ତି ଜଣେ ୩୦ ବର୍ଷିୟା ଯୁବତୀଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ, ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଉତ୍ତରାଧିକାରୀ ଆଶାରେ ସେ ଏହି ବିବାହ କରିଛନ୍ତି।

ଏହି ବାହାଘରକୁ ନେଇ ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ହେଉଛି। ଖବର ଅନୁଯାୟୀ ଦୁଇ ବର୍ଷ ତଳେ ଏହି ଗ୍ରାମର ସୁଖରାମଙ୍କ ୩୦ ବର୍ଷିୟ ପୁଅର ମୃତ୍ୟୁ ହୋଇଥିଲା। ଏହାପରେ ବଂଶ ଲୋପ ପାଇଯିବା ଭୟରେ ପୁତ୍ର ଆଶାରେ ସେ ୩୦ ବର୍ଷିୟା ରମେଶଙ୍କୁ ବିବାହ କରିଛନ୍ତି। ଏଥିରେ ସୁଖରାମଙ୍କର ପ୍ରଥମ ପତ୍ନୀ ମଧ୍ୟ ସହଯୋଗ କରିଛନ୍ତି। ଏହି ବାହାଘରରେ ତାଙ୍କର ପ୍ରଥମ ପତ୍ନୀ ସମେତ ଝିଅ, ଜ୍ୱାଇଁ ଓ ନାତି ଆଦି ସମସ୍ତେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Related story