୮ ନଭେମ୍ବର,ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିପାରେ ଉପହାର

ମେଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। ଦିନଟି ଧାଁଦୌଡ଼ରେ କଟିବ। ପାନମଧୁରୀ ଖାଇ ଘରୁ ବାହାରକୁ ଯାଆନ୍ତୁ। ବୃଷ: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାମ ଆଜି ସଂପନ୍ନ ହୋଇପାରେ। ମିଥୁନ: ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବେ। କୌଣସି ନୂଆ ସୁଯୋଗ ମିଳିପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ […]

zodaic

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 08:16 AM IST

ମେଷ: ଆଜି ଦିନଟି ଆପଣଙ୍କର ଭଲରେ କଟିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। ଦିନଟି ଧାଁଦୌଡ଼ରେ କଟିବ। ପାନମଧୁରୀ ଖାଇ ଘରୁ ବାହାରକୁ ଯାଆନ୍ତୁ।

ବୃଷ: ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାମ ଆଜି ସଂପନ୍ନ ହୋଇପାରେ।

ମିଥୁନ: ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କଟିବେ। କୌଣସି ନୂଆ ସୁଯୋଗ ମିଳିପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।

କର୍କଟ: ଆଜି ଦିନଟି ଆପଣଙ୍କର ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଜି କେହି ଆପଣଙ୍କୁ ଉପହାର ଦେଇପାରନ୍ତି।

ସିଂହ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଯିବ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ସବୁଜ ରଙ୍ଗର ଫଳ ଦାନ କରନ୍ତୁ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ସୁଧାର ଆସିବ। ମାନ-ସମ୍ମାନ ମିଳିବ।

ତୁଳା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। କ୍ୟାରିୟରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ଆଜି ହୋଇପାରେ।

ବିଚ୍ଛା: ବ୍ୟବସାୟରେ ଭଲ ଲାଭ ହେବ। ପାରିବାରିକ ସମସ୍ୟା ଦୂର ହେବ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ଧନୁ: ଆଜି ଦିନଟି କାର୍ଯ୍ୟବ୍ୟସ୍ତରେ କଟିବ। କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ।

ମକର: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଫିସରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: କୌଣସି ବଡ଼ ସୁଯୋଗ ମିଳିପାରେ। ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମହିଳାମାନେ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବ୍ୟବସାୟରେ ଲାଭ ହେବ। ପରିବାରର ସଦସ୍ୟଙ୍କ ଦିନଟି ଖୁସିରେ କାଟିବେ। ଧନପ୍ରାପ୍ତିର ଯୋଗ ରହିଛି।

Related story