ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ସରକାରୀ ସ୍ତରରୁ ଲାଭବାନ ହେବେ। ବ୍ୟବସାୟ ପାଇଁ ଦିନଟି ଭଲ ରହିଛି।
ବୃଷ: ମଧ୍ୟମ ଫଳ ପ୍ରାପ୍ତି ହେବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ପୁରୁଣା ଇଚ୍ଛା ପୂରଣ ହେବ। ହଠାତ୍ ଯାତ୍ରା କରି ପାରନ୍ତି।
ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହଯୋଗ ପାଇ ଖୁସି ଅନୁଭବ କରିବେ। ଉତ୍ତମ ଭୋଜନ ଓ ନୂତନ ପୋଷାକ ମିଳିପାରେ।
କର୍କଟ: ଖର୍ଚ୍ଚ ବଢ଼ିବ। କଥା ଉପରେ ସଂଯମ ରଖନ୍ତୁ। ପରିବାରରେ ଖୁସିର ପରିବେଶ ରହିବ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।
କନ୍ୟା: ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହିବ। ଉପହାର ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିବାହ ସ୍ଥିର ହୋଇପାରେ।
ତୁଳା: ଅଳସୁଆ ଅନୁଭବ କରିବେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପିଲାଙ୍କ ସହ ମତଭେଦ ହୋଇପାରେ। ମାନ-ସମ୍ମାନ ମିଳିବ।
ବିଛା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବାପା-ମାଆଙ୍କ ଠାରୁ ସହଯୋଗ ମିଳିବ। ଶରୀର ଅସୁସ୍ଥ ରହିବ। ମାନହାନି ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ପରିବାରରେ ଖୁସିର ପରିବେଶ ରହିବ। ସୁସ୍ଥ ରହିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଦିପହର ପରେ ନକାରାତ୍ମକ ଚିନ୍ତା କରିପାରନ୍ତି।
ମକର: କ୍ରୋଧ ଉପରେ ସଂଯମ ରଖନ୍ତୁ। ପରିବାରରେ ଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଯାନବାହନ ସୁଖ ମିଳିବ। ମନୋରଞ୍ଜନ ସ୍ଥାନକୁ ଯାଇ ଖୁସି ଅନୁଭବ କରିବେ।
କୁମ୍ଭ: ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ମୀନ: ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା ଧନ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।