୯ଟି ଜିଲ୍ଳାରେ ମରୁଡି ସ୍ଥିତି ଉତ୍କଟ, ସରକାର ତୁରନ୍ତ ନିଅନ୍ତୁ ପଦକ୍ଷେପ: ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ଉତ୍କଟ ହୋଇପଡିଛି ମରୁଡି ସ୍ଥିତି ।  ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ୍ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓ। ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ଅନୁଧ୍ୟାନ ସାରି ଫେରିବା ପରେ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେଭି। ସେ ଆହୁରି କହିଛନ୍ତି ଯେ, ୯ଟି ଜିଲ୍ଲାରେ ଅନେକ ଚାଷୀ ଧାର […]

vlcsnap-2015-09-13-13h16m55s671

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 07:53 AM IST

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ଉତ୍କଟ ହୋଇପଡିଛି ମରୁଡି ସ୍ଥିତି ।  ସ୍ୱଳ୍ପ ବୃଷ୍ଟି ଯୋଗୁ ଖରିଫ୍ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ତ୍ୱେ ରାଜ୍ୟ ସରକାର ନୀରବ ରହିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂଦେଓ। ରାଜ୍ୟରେ ସମ୍ଭାବ୍ୟ ମରୁଡି ସ୍ଥିତିର ଅନୁଧ୍ୟାନ ସାରି ଫେରିବା ପରେ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କେଭି। ସେ ଆହୁରି କହିଛନ୍ତି ଯେ, ୯ଟି ଜିଲ୍ଲାରେ ଅନେକ ଚାଷୀ ଧାର କରଜ କରି ଚାଷବାସ କରିଥିଲେ। ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ମରୁଡି ସ୍ଥିତି ଉତ୍କଟ ହୋଇପଡିଛି। ତେଣୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ରାଜ୍ୟର ମରୁଡ଼ି ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ମଧ୍ୟ କନକ ବର୍ଦ୍ଧନ କହିଛନ୍ତି।

ସେପଟେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ପାୱାରକଟ୍ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପାୱାରକଟ୍ କରିବା ରାଜ୍ୟ ସରକାରଙ୍କ ଏକ ଦାୟିତ୍ୱହୀନତାର ପରିଚୟ। ରାଜ୍ୟରେ ବିଦ୍ୟୁତ ସଙ୍କଟ ମନୁଷ୍ୟକୃତ ବୋଲି ସେ ଅଭିଯୋଗ କରିଛନ୍ତି। ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ଗ୍ରହଣୀୟ ନୁହେଁ। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ନେବା ଉଚିତ୍। ରାଜ୍ୟ ସରକାର ଘରୋଇ କଂପାନିଗୁଡ଼ିକଠାରୁ ୭୦୦ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ କିଣି କରିପାରିବେ। ସେହିଭଳି କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣା ସଂପର୍କରେ ବିଜୟ କହିଛନ୍ତି ଯେ କେନ୍ଦ୍ରୀୟ ଡାକ୍ତରୀ ଟିମକୁ ରାଜ୍ୟ ସରକାର ଫେରାଇ ଦେବା ଦୁର୍ଭାଗ୍ୟଜନକ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଏସବୁ ପ୍ରସଙ୍ଗରେ ଦିଆଯାଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି ଯେ ମରୁଡ଼ି ନେଇ ସରକାର ତ୍ୱରିତ୍ ପଦକ୍ଷେପ ନେଉଛନ୍ତି। ଆଉ ବିଦ୍ୟୁତ୍ କାଟ୍ ନେଇ ଶକ୍ତି ମନ୍ତ୍ରୀ ସ୍ପଷ୍ଟୀକରଣ ରଖି ସାରିଛନ୍ତି।

Related story