ମେଡିକାଲରେ କ୍ୟାନ୍‌ସର୍ ପୀଡ଼ିତଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି, ରହିବାକୁ ଘର ବ୍ୟବସ୍ଥା କରନ୍ତି

ଦୁନିଆରେ ଭଲ ଜିନିଷକୁ ଖୋଜିବାକୁ ପଡ଼େ। କିନ୍ତୁ ମନ୍ଦ ଖୋଜି ଖୋଜି ଆପଣଙ୍କ ପାଖକୁ ଆସେ। ଏଇ ଯେମିତି ଆମେ ଜାଣିଛନ୍ତି ଯେ, ମଦ ଶରୀର ପକ୍ଷେ ହାନୀକାରକ। କିନ୍ତୁ ମଦ ଦୋକାନରେ ଲମ୍ବା ଲାଇନ୍‌ ଲାଗିଥିବା ବେଳେ କ୍ଷୀରବାଲାକୁ ଆପଣଙ୍କ ଦୁଆରକୁ ଆସିବାକୁ ପଡ଼େ। ସେହିଭଳି ନିଜର ସ୍ୱାର୍ଥ ପାଇଁ ମଉକା ଦେଖି କ୍ଷତି ପହଞ୍ଚାଇବାକୁ ସମସ୍ତେ ଆଗଭର। କିନ୍ତୁ ଖୋଜି ଖୋଜି ଉପକାର କରୁଥିବା ମଣିଷଟେ ଆପଣ କେବେ ଦେଖିଛନ୍ତି କି ? ଆପଣ […]

peru

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 08:23 PM IST

ଦୁନିଆରେ ଭଲ ଜିନିଷକୁ ଖୋଜିବାକୁ ପଡ଼େ। କିନ୍ତୁ ମନ୍ଦ ଖୋଜି ଖୋଜି ଆପଣଙ୍କ ପାଖକୁ ଆସେ। ଏଇ ଯେମିତି ଆମେ ଜାଣିଛନ୍ତି ଯେ, ମଦ ଶରୀର ପକ୍ଷେ ହାନୀକାରକ। କିନ୍ତୁ ମଦ ଦୋକାନରେ ଲମ୍ବା ଲାଇନ୍‌ ଲାଗିଥିବା ବେଳେ କ୍ଷୀରବାଲାକୁ ଆପଣଙ୍କ ଦୁଆରକୁ ଆସିବାକୁ ପଡ଼େ। ସେହିଭଳି ନିଜର ସ୍ୱାର୍ଥ ପାଇଁ ମଉକା ଦେଖି କ୍ଷତି ପହଞ୍ଚାଇବାକୁ ସମସ୍ତେ ଆଗଭର। କିନ୍ତୁ ଖୋଜି ଖୋଜି ଉପକାର କରୁଥିବା ମଣିଷଟେ ଆପଣ କେବେ ଦେଖିଛନ୍ତି କି ? ଆପଣ ଓଲଟି ପ୍ରଶ୍ନ କରିପାରନ୍ତି, ଏମିତି ମଣିଷଟେ ସତରେ କ’ଣ ଦୁନିଆରେ ଅଛି ?

ଆଜ୍ଞା ହଁ। ଏମିତି ମଣିଷ ବିରଳ ହେଉ ପଛେ ଦୁନିଆରେ ନିଶ୍ଚୟ ଅଛନ୍ତି। ସେଇଥିପାଇଁ ତ ଦୁନିଆ ତିଷ୍ଠିଛି। ଆମେ ଆଜି ଆପଣଙ୍କୁ ସେହିଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ ଜଣାଇବୁ, ଯିଏ ନିଜର ଫାଙ୍କା ସମୟରେ ଖୋଜି ଖୋଜି ଅସହାୟ ଲୋକଙ୍କ ସାହାଯ୍ୟ କରନ୍ତି। ସେ ହେଲେ ଦକ୍ଷିଣ ଆଫ୍ରିକା ପେରୁ ଅଞ୍ଚଳର ଡାକ୍ତର ରିକାର୍ଡୋ ପନ୍‌-ଚୋଙ୍ଗ୍। କ୍ୟାନସର ପୀଡ଼ିତ ପିଲାମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା ପରିବାରକୁ ରିକାର୍ଡୋ ମାଗଣାରେ ଖାଇବାକୁ ଦେବା ସହିତ ରହିବା ପାଇଁ ଘର ମଧ୍ୟ ଦେଉଛନ୍ତି।

କାହିଁକି ଏପରି ଚିନ୍ତା କଲେ ରିକାର୍ଡୋ: କ୍ୟାନସର ଚିକିତ୍ସା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଖରେ ଆବଶ୍ୟକ ପରିମାଣରେ ପଇସା ନଥିବାରୁ ସେମାନେ ନାନା ହଇରାଣ ହୁଅନ୍ତି। ଘର ନ ପାଇ ଯେଉଁଠି ନାହିଁ ସେଇଠି ଶୋଇ ଯାଆନ୍ତି। ସେମାନଙ୍କର ରହିବା ଖାଇବାର କୌଣସି ଠିକଣା ନଥାଏ। ଏସବୁ ଦେଖି ସହିପାରି ନ ଥିଲେ ଦରଦୀ ମଣିଷ ରିକୋର୍ଡୋ। ତେଣୁ ସେମାନଙ୍କୁ ମାଗଣାରେ ଖାଦ୍ୟ ସହିତ ଘର ଯୋଗାଇ ଦେବାକୁ ସ୍ଥିର କରିଥିଲେ। ସେବେଠାରେ ସେ ଫାଙ୍କା ସମୟ ପାଇଲେ ରାଜଧାନୀ ଲିମାରେ ଥିବା ଡାକ୍ତରଖାନା ଗୁଡ଼ିକରେ ବୁଲି ବୁଲି ଏହିଭଳି ଲୋକମାନଙ୍କୁ ଖୋଜି ତାଙ୍କୁ ସାହାଯ୍ୟ କରନ୍ତି।

ସଂଗଠନ ମାଧ୍ୟମରେ ସାହାଯ୍ୟ: ରିକାର୍ଡୋ ୨୦୦୮ ମସିହାରେ ଇନ୍‌ସପାଇରା ନାମରେ ଏକ ସଂଗଠନ ଗଢ଼ିଛନ୍ତି। ଏହି ସଂଗଠନ କ୍ୟାନସର ପୀଡ଼ିତ ପିଲାଙ୍କ ପରିବାରକୁ ସାହାଯ୍ୟ କରିବା ସହିତ ପିଲାଙ୍କ ଚିକିତ୍ସାରେ ମଧ୍ୟ ସାହାଯ୍ୟ କରୁଛି। ଏହି ସଂଗଠନ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ପରିବାରକୁ ସାହାଯ୍ୟ କରି ସାରିଲାଣି। ସଂଗଠନର ସ୍ୱେଚ୍ଛାସେବୀମାନେ ତାଙ୍କ ଛୁଟି ସମୟରେ ରୋଗୀଙ୍କ ପରିବାର ସହିତ କାଟିବା ସହ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି। ଏପରି କଲେ ଆତ୍ମତୃତ୍ପି ମିଳୁଛି ବୋଲି କହିଛନ୍ତି ରିକୋର୍ଡୋ।

Related story