ନିର୍ଗୁଣ୍ଡି ଷ୍ଟେସନରେ ରେଳଧାରଣାରୁ ବାହାରି ଗଲା ଟ୍ରେନ୍‌ର ୧୬ଟି ବଗି

କଟକ: କଟକ ଜିଲ୍ଲା ‌ଆଠଗଡ଼ର ନିର୍ଗୁଣ୍ଡି ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଟ୍ରେନରେ ପ୍ରାୟ ୧୬ଟି ବଗି ଧାରଣାରୁ ବାହାରି ଯାଇଛି। ଟ୍ରେନଟି ସାର ନେଇ ଗଙ୍ଗାଭରମ୍‌ରୁ ହାଇବରଗା ଯାଉଥିଲା। ଫଳରେ ଏହି ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଦୁର୍ଘଟଣା ପରେ ଏହି ରୁଟ୍‌ରେ ୨ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍‌କୁ ବାତିଲ କରିଦିଆଯାଇଛି।