ସୁନ୍ଦରୀ ଦେଖାଯିବାକୁ ଶରୀରକୁ ବାଜି: ଆଖି ଖୋଳି ଖଞ୍ଜିଲେ ଗହଣା, ଦେଖନ୍ତୁ କିଛି ଝଲକ

ନ୍ୟୁୟର୍କ: ସୁନ୍ଦର ବା ଷ୍ଟାଇଲିସ୍‌ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ କେତେ କ’ଣ କରେ।  ହେଲେ ଏହି ସୁନ୍ଦର ହେବା ନିଶାରେ କେହି କେହି ଏମିତି କିଛି କ୍ରୁର ପଦକ୍ଷେପ ନିଅନ୍ତି ଯାହା କଳ୍ପନା ବାହାରେ। ସୌନ୍ଦର୍ଯ୍ୟ ଏମାନେ ନିଜ ଶରୀରକୁ ବାଜି ଲାଗାଇ ଦିଅନ୍ତି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଘଟଣା ଘଟିଛି  ନ୍ୟୁୟର୍କରେ। ଯେଉଁଠି ଜଣେ ମହିଳା ଆଖି  ଖୋଦନ କରି  ଭିତରେ  ଅଳଙ୍କାର ଖଞ୍ଜିଛନ୍ତି। ସବୁଠୁ […]

jewellery

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 04:59 PM IST

ନ୍ୟୁୟର୍କ: ସୁନ୍ଦର ବା ଷ୍ଟାଇଲିସ୍‌ ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ କେତେ କ’ଣ କରେ।  ହେଲେ ଏହି ସୁନ୍ଦର ହେବା ନିଶାରେ କେହି କେହି ଏମିତି କିଛି କ୍ରୁର ପଦକ୍ଷେପ ନିଅନ୍ତି ଯାହା କଳ୍ପନା ବାହାରେ। ସୌନ୍ଦର୍ଯ୍ୟ ଏମାନେ ନିଜ ଶରୀରକୁ ବାଜି ଲାଗାଇ ଦିଅନ୍ତି। ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଘଟଣା ଘଟିଛି  ନ୍ୟୁୟର୍କରେ। ଯେଉଁଠି ଜଣେ ମହିଳା ଆଖି  ଖୋଦନ କରି  ଭିତରେ  ଅଳଙ୍କାର ଖଞ୍ଜିଛନ୍ତି। ସବୁଠୁ ଆଶ୍ଟର୍ଯ୍ୟକର କଥା ହେଉଛି ଏମିତି କରିବା ପାଇଁ ଡାକ୍ତର ବି ତାଙ୍କୁ ମନା କରି ନ ଥିଲେ।

ପାର୍କ ଏଭେନ୍ୟୁ ଲେଜର ସର୍ଜରୀ କ୍ଲିନିକ୍‌ରେରେ ଡାକ୍ତର ଏମିଲ୍‌ ସିନ୍‌ ଏଭଳି ଆଶ୍ଚର୍ୟ୍ୟକର କାମ ମାତ୍ର ୫ ମିନିଟ୍‌ରେ କରି ଦେଖାଇଛନ୍ତି। ଡାକ୍ତର ଜଣେ ମହିଳାଙ୍କ ଆଖି ଭିତରେ ତାଙ୍କ ମନପସନ୍ଦର ପ୍ଲାଟିନମ୍‌ ଜୁଏଲରୀକୁ ଲଗେଇଛନ୍ତି। ଷ୍ଟାର୍‌ ସେପ୍‌ର ଏହି ଜୁଏଲରୀ ୩ X୪ ମିମି ଥିଲା।

ଡାକ୍ତର ଏମିଲ୍‌ ଏହି ଭିନ୍ନ ଧରଣର ଅପରେସନ୍‌ରେ ଭିଡିଓଗ୍ରାଫି ବି କରିଥିଲେ। ସେ ସର୍ବପ୍ରଥମେ ଇଞ୍ଜେକ୍‌ସନ୍‌ ସାହାଯ୍ୟରେ ଆଖିର ଗୋଟିଏ ଅଂଶକୁ ବଧିରା କରିଦେଇଥିଲେ।  ତା’ପରେ ତାଭିତରେ  ଏକ ଛୋଟ ଜୁଏଲରୀକୁ ରଖି ଦେଇଥିଲେ।  ଡାକ୍ତର କହିଥିଲେକି  ଆଖି ଭିତରେ ସେ ଜୁଏଲରୀ ଫିଟ୍‌ କରିବା ପାଇଁ  ଟିକେ ବଙ୍କା କରିବାକୁ ପଡ଼ିଥିଲା।  ଚିକ୍କଣ କରିବା ପାଇଁ ତାକୁ ପଲିସ୍‌ ବି କରାଯାଇଥିଲା। ଡାକ୍ତର ଆହୁରି କହିଥିଲେ ଏହି ପୂରା ଅପରେସନ୍‌ ମାତ୍ର ପାଞ୍ଚ ମିନିଟ୍‌ରେ ସରିଯାଇଥିଲା। ଆଉ ତାଙ୍କୁ କଷ୍ଟ ବି ହୋଇ ନ ଥିଲେ।

୨୦ ବର୍ଷର ଅଭିଜ୍ଞତା ରଖୁଥିବା ଏହି ଡାକ୍ତର  କହିଥିଲେ, ଏଥିରେ କୌଣସି ପ୍ରକାର ଇନ୍‌ଫେକ୍‌ସନ୍‌ ହେବ ନାହିଁ। ଶରୀର ଏମିତି କିଛି ଧାତୁଗୁଡିକୁ ଆପଣେଇ ନେଇଥାଏ।  ଏହି ସର୍ଜରୀ ସାହାଯ୍ୟରେ ଏବେ ଡାକ୍ତର ଆଖି ଭିତରେ  ହାର୍ଟ ଓ ଷ୍ଟାର ଭଳି  ଆଉ କେତେ ଜୁଏଲରି ଲଗେଇବାର ଅଫର ଦେଉଛନ୍ତି। ଆମେରିକାର ଏମିତି ସର୍ଜରୀ ଆହୁରି ତିନିଜଣ ଲୋକ କରିସାରିଲେଣି।

 

 

Related story