ପରିତ୍ୟକ୍ତ ମହଲରୁ ଉଦ୍ଧାର ହେଲା ଜଣେ ହତଭାଗ୍ୟ ରାଜକୁମାରଙ୍କ କଙ୍କାଳ, ଦୀର୍ଘ ଦିନ ଧରି ରହୁଥିଲେ ଏକୁଟିଆ 

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ପାର୍ଶ୍ୱବର୍ତ୍ତି ଅଞ୍ଚଳରୁ ଜଣେ ରାଜ କୁମାରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍‌। ପାରିପାଶ୍ୱିକ ସ୍ଥିତି ପରଖିବା ପରେ ଦୀର୍ଘଦିନ ଧରି ଏକଲା ରହୁଥିବା ଏହି ରାଜକୁମାରଙ୍କ ଅନ୍ତ ଅତି ଅବାଞ୍ଛିତ ଭାବେ ହୋଇଛି ବୋଲି ସ୍ପଷ୍ଟ କୁହାଯାଇପରେ । ଚଳିତ ମାସ ୨ ତାରିଖରେ ଏହି ମୃତଦେହ ଉଦ୍ଧାର ହୋଇଥିବା ପୋଲିସ କହିଛି । ମୃତକ ହେଉଛନ୍ତି ଅବଧ ରାଜକୁମାର ଅଲି ରଜା। ୫୮ ବର୍ଷିୟ ଅଲି ଭୁତକୋଠି ବନି ଯାଇଥିବ  ରାଜଧାନୀସ୍ଥିତ […]

prince

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 05:24 PM IST

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ପାର୍ଶ୍ୱବର୍ତ୍ତି ଅଞ୍ଚଳରୁ ଜଣେ ରାଜ କୁମାରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍‌। ପାରିପାଶ୍ୱିକ ସ୍ଥିତି ପରଖିବା ପରେ ଦୀର୍ଘଦିନ ଧରି ଏକଲା ରହୁଥିବା ଏହି ରାଜକୁମାରଙ୍କ ଅନ୍ତ ଅତି ଅବାଞ୍ଛିତ ଭାବେ ହୋଇଛି ବୋଲି ସ୍ପଷ୍ଟ କୁହାଯାଇପରେ । ଚଳିତ ମାସ ୨ ତାରିଖରେ ଏହି ମୃତଦେହ ଉଦ୍ଧାର ହୋଇଥିବା ପୋଲିସ କହିଛି ।

ମୃତକ ହେଉଛନ୍ତି ଅବଧ ରାଜକୁମାର ଅଲି ରଜା ୫୮ ବର୍ଷିୟ ଅଲି ଭୁତକୋଠି ବନି ଯାଇଥିବ  ରାଜଧାନୀସ୍ଥିତ ମାଲଚା ମହଲରେ ଏକୁଟିଆ ରହି ଆସୁଥିଲେ। ବାହାର ଦୁନିଆ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା ପୂର୍ବରୁ ତାଙ୍କ ମା’ ଆତ୍ମହତ୍ୟା କରିଥିବା ବେଳ ଭଉଣୀ ମଧ୍ୟ କୌଣସି କରଣରୁ ପ୍ରାଣ ହରାଇଥିଲେ ସେମାନଙ୍କ ମତ୍ୟୁପରେ ସମ୍ପୁର୍ଣ୍ଣ ଏକଟିଆ ହୋଇଯାଇଥିଲେ ଅଲି । ବାହାର ଦୁନିଆ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା ଏପରକି କୌଣସି ଲୋକ ତାଙ୍କ ମହଲକୁ ଯାଆସ କରୁ ଏ କଥା ସେ ଚାହୁଁ ନ ଥିଲେ ନିଜ ସୁରକ୍ଷା ପାଇଁ ଶେଷରେ ରାଜକୁମାର କେତେକ ଶିକାରୀ ଓ ହିଂସ୍ର କୁକୁରଙ୍କୁ ନିଜ ପାଖରେ ରଖିଥିଲେ। କିଛିଦିନ ତଳେ ଖାଦ୍ୟାଭାବରୁ କୁକୁରଗୁଡିକ ମଧ୍ୟ ପ୍ରାଣ ହରାଇଥିଲେ ମୃତ୍ୟୁ ବେଳକୁ ରାଜକୁମାରଙ୍କ ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିଲା। ଏପରିକି ସେ ମହଲରେ ସଂଗୃହୀତ ହୋଇ ରହିଥିବା ଗହଣାଗାଣ୍ଠି ବିକ୍ରି କରି ଚଳିବା ପାଇଁ ରାସନ ସାମଗ୍ରୀ କିଣି ଆଣୁଥିଲେ ବୋଲି କୁହାଯାଉଛି

ରାଜକୁମାର ପ୍ରାୟତଃ ବାହାର ଦୁନିଆ ସହ ସମ୍ପର୍କ ରଖୁ ନ ଥିଲେ ମଧ୍ୟ ମହଲ ପାର୍ଶ୍ୱରେ ନିୟୋଜିତ ଜଣେ ଗାର୍ଡଙ୍କ ସହ ବେଳେ ବେଳେ ସେ କଥାବାର୍ତ୍ତା ହୁଅନ୍ତି। ଗତକିଛି ଦିନ ହେବ ଗାର୍ଡ ଜଣକ ତାଙ୍କୁ ନ ଦେଖିବରୁ ସେ ନିରାଶ ହୋଇ ଥାନାରେ ଖବର ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ମହଲ ବାରଣ୍ଡାରୁ କଙ୍କାଳ ଜବତ ହୋଇଥିଲା । ରାଜକୁମାରଙ୍କ ମୃତ୍ୟୁ ଏକମାସ ତଳୁ ହୋଇସରିଥିବା କୁହାଯାଉଛି । ଅନ୍ୟପକ୍ଷରେ ଅଲିଙ୍କ କୌଣସି ଉତ୍ତରାଧିକରୀ ନ ଥିବାରୁ ପୋଲସ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଦାହା କରିଦେଇଛି

 ସୂଚନାଯେଗ୍ୟ, ଅବଧ ରାଜପରିବର ସହ ଏହି ରାଜକୁମାରଙ୍କ ସମ୍ପୃକ୍ତି ରହିଛି । ଦୀର୍ଘବର୍ଷ ପୂର୍ବେ ତାଙ୍କ ମା’ ବେଗମ  ବିଳାୟତ ମହଲ ନିଜ ପୁଅ ଅଲି ଓ ଝିଅ ସକିନାଙ୍କୁ ନେଇ ରାଜଧାନୀ ଦିଲ୍ଲୀ ଚାଲି ଆସିଥିଲେ । ଅବଧ ରାଜପରିବାର ସହ ସମ୍ପର୍କ ଛିନ୍ନ କରି଼ଥିବାରୁ ବେଗମ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀଙ୍କୁ ରହିବାକୁ ଜାଗା ଦେବକୁ ଅନୁରୋଧ କରିଥିଲେ । ଏହି ଅନୁରୋଧ ରକ୍ଷାକରି ସରକାର ମାଲଚା ମହଲରେ ବେଗମ୍‌ ରହଣୀ ଲାଗି ବ୍ୟବସ୍ଥା କରିଥିଲେ। ମତ୍ର ପ୍ରତିଶ୍ରୁତି ମୁତାବକ ଏହାର ରକ୍ଷଣା ବେକ୍ଷଣ କରାଗଲା ନାହିଁ  । ଶେଷରେ ପରିସ୍ଥିତି ବିଗିଡିବାରୁ ବେଗମ୍ ଆତ୍ମହତ୍ୟା କରିଥିଲେ । ମା’ଙ୍କ ମତ୍ୟୁପରେ କୌଣସି କାରଣରୁ ସକିନା ମଧ୍ୟ ପ୍ରାଣ ହରାଇଥିଲେ। ରହିଯାଇଥିଲ ଅଲି ଓ ତାଙ୍କ ସାଥିରେ ଆସିଥିବା କିଛି ଶିକାରୀ କୁକୁର । ଆଉ ସେଇମାନଙ୍କ ସହ ଶେଷ ଜୀବନ କାଟି ଶେଷରେ ଆରପାରିକୁ ଚାଲି ଯାଇଛନ୍ତି ଏହି ହତଭାଗ୍ୟ ରାଜକୁମାର।

Related story