ବାପାଙ୍କ ଶେଷ ଇଚ୍ଛା କରିଦେଲା ଲକ୍ଷପତି

ଭାଗ୍ୟ କେବେ ଉଦୟ ହୁଏ ଏହା କହିବା ମୁସ୍କିଲ। ଏହି ଯେମିତି ଆମେରିକାର ସିଡନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଭାଗ୍ୟରେ ଘଟିଛି। ବାପାଙ୍କ ଶେଷ ଇଚ୍ଛା ପୂରଣ କରୁ କରୁ ଲକ୍ଷପତି ବନି ଯାଇଛନ୍ତି ଏହି ବ୍ୟକ୍ତି ଜଣଙ୍କ। ଲଟେରୀ ଟେକେଟ୍‌ କିଣି ସେ ୮ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୮୦ ଲକ୍ଷ ଟଙ୍କା) ଜିତି ଏବେ ମାଲାମାଲ ହୋଇଯାଇଛନ୍ତି। ସେ ଯେଉଁ ନମ୍ବରରେ ଲଟେରୀ ଜିତିଛନ୍ତି, ଉକ୍ତ ନମ୍ବରରେ ଟିକେଟ୍‌ କିଣିବାକୁ ମୃତ୍ୟୁ ପୂର୍ବରୁ […]

money

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 06:31 PM IST

ଭାଗ୍ୟ କେବେ ଉଦୟ ହୁଏ ଏହା କହିବା ମୁସ୍କିଲ। ଏହି ଯେମିତି ଆମେରିକାର ସିଡନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଭାଗ୍ୟରେ ଘଟିଛି। ବାପାଙ୍କ ଶେଷ ଇଚ୍ଛା ପୂରଣ କରୁ କରୁ ଲକ୍ଷପତି ବନି ଯାଇଛନ୍ତି ଏହି ବ୍ୟକ୍ତି ଜଣଙ୍କ। ଲଟେରୀ ଟେକେଟ୍‌ କିଣି ସେ ୮ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୮୦ ଲକ୍ଷ ଟଙ୍କା) ଜିତି ଏବେ ମାଲାମାଲ ହୋଇଯାଇଛନ୍ତି। ସେ ଯେଉଁ ନମ୍ବରରେ ଲଟେରୀ ଜିତିଛନ୍ତି, ଉକ୍ତ ନମ୍ବରରେ ଟିକେଟ୍‌ କିଣିବାକୁ ମୃତ୍ୟୁ ପୂର୍ବରୁ ତାଙ୍କ ବାପା କହି ଯାଇଥିଲେ। ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ସେବେଠାରୁ ବ୍ୟକ୍ତି ଜଣଙ୍କ ସମାନ ନମ୍ବରରେ ଲଟେରୀ ଟିକେଟ୍‌ କିଣୁଥିଲେ। ଆସନ୍ତୁ ଜାଣିବା ଘଟଣାଟି କ’ଣ ଥିଲା।

ମଜାଦାର କଥା ହେଲା ବ୍ୟକ୍ତି ଜଣଙ୍କ ଯେଉଁ ନମ୍ବରରେ ଲଟେରୀ ଜିତିଛନ୍ତି ଉକ୍ତ ନମ୍ବରରେ ତାଙ୍କ ବାପା ୨୦ ବର୍ଷ ଲଟେରୀ ଟିକେଟ୍‌ କିଣିଥିଲେ। ହେଲେ ତାଙ୍କ ଭାଗ୍ୟରେ କେବେ ଏହି ସୁଯୋଗ ଆସି ନଥିଲା। ମୃତ୍ୟୁ ସମୟରେ ସେ ପୁଅକୁ ପାଖକୁ ଡାକିଥିଲେ। ସେ ତାଙ୍କର ଶେଷ ଇଚ୍ଛା ପୁଅ ପାଖରେ କହିଥିଲେ। ଯାହାକୁ ଶୁଣି ତାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ବାପାଙ୍କ ଶେଷ ଇଚ୍ଛାକୁ ଅସମ୍ମାନ କରିବାକୁ ତାଙ୍କର ଇଚ୍ଛା ନଥିଲା। ତେଣୁ ବାପାଙ୍କ ମୃତ୍ୟୁ ପରେ ଉକ୍ତ ନମ୍ବରରେ ସେ ଲଟେରୀ ଟିକେଟ୍‌ କିଣିବା ଆରମ୍ଭ କରିଦେଇଥିଲେ।

Related story