ସିରିଆରେ ଶବ ପାଲଟି ଯାଉଛି ସମ୍ବେଦନଶୀଳତ।, ମୃତ୍ୟୁ ପୂର୍ବରୁ ୩ ବର୍ଷର ଶିଶୁ କହିଲା ତୁମ କଥା ଈଶ୍ୱରଙ୍କୁ କହିଦେବି 

ଦମିସ୍କ: ‘ମୁଁ ଭଗବାନଙ୍କ ପାଖରେ ତୁମ ବିଷୟରେ ଅଭିଯୋଗ କରିବି, ତାଙ୍କୁ ତୁମ ବିଷୟରେ ସବୁକଥା ଖୋଲି କହିଦେବି।’ ଇଏ ହେଉଛି ସିରିଆରେ ଗୃହ ଯୁଦ୍ଧରେ ଆକ୍ରମଣର ଶିକାର ହୋଇଥିବା ଜଣେ ନିଷ୍ପାପ ଶିଶୁର ଶେଷ କଥା। ମରିବା ପୂର୍ବରୁ ଜଣେ ୩ ବର୍ଷ  କୋମଳମତି ଶିଶୁର ଏଇ କେଇପଦ କଥା ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି। ଶେଷ ସମୟରେ ତା’ ଦେହର କ୍ଷତବିକ୍ଷତ ଚିହ୍ନ, ରକ୍ତର ଛିଟା ଦର୍ଶାଉଥିଲା ତା’ ପ୍ରତି ହୋଇଥିବା କ୍ରୁର ଆକ୍ରମଣର […]

syria

syria

Rakesh Mallick
  • Published: Sunday, 04 March 2018
  • Updated: 05 March 2018, 03:23 PM IST

Sports

Latest News

ଦମିସ୍କ: ‘ମୁଁ ଭଗବାନଙ୍କ ପାଖରେ ତୁମ ବିଷୟରେ ଅଭିଯୋଗ କରିବି, ତାଙ୍କୁ ତୁମ ବିଷୟରେ ସବୁକଥା ଖୋଲି କହିଦେବି।' ଇଏ ହେଉଛି ସିରିଆରେ ଗୃହ ଯୁଦ୍ଧରେ ଆକ୍ରମଣର ଶିକାର ହୋଇଥିବା ଜଣେ ନିଷ୍ପାପ ଶିଶୁର ଶେଷ କଥା। ମରିବା ପୂର୍ବରୁ ଜଣେ ୩ ବର୍ଷ  କୋମଳମତି ଶିଶୁର ଏଇ କେଇପଦ କଥା ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଛି। ଶେଷ ସମୟରେ ତା’ ଦେହର କ୍ଷତବିକ୍ଷତ ଚିହ୍ନ, ରକ୍ତର ଛିଟା ଦର୍ଶାଉଥିଲା ତା’ ପ୍ରତି ହୋଇଥିବା କ୍ରୁର ଆକ୍ରମଣର ଭୟଙ୍କର ରୂପ। ସେଇ କରୁଣ ଦୃଶ୍ୟ ହିଁ ବୟାନ କରୁଛି ସିରିଆରେ କେମିତି ମରିଯାଉଛି ମାନବିକତା। କେମିତି ହିଂସାର ତାଣ୍ଡବ ଆଗରେ ହାରିଯାଉଛି ମଣିଷପଣିଆ। ଆଉ କିଭଳି ଶବ ପାଲିଟି ଯାଉଛି ସମ୍ବେଦନଶୀଳତ।

ସିରିଆ ସରକାର ଓ ବିଦ୍ରୋହୀଙ୍କ ଗୃହଯୁଦ୍ଧରେ ବଳି  ପଡ଼ୁଛନ୍ତି ଶହ ଶହ ନିରୀହ ଲୋକେ। ଏଥିରେ ବାଦ୍ ପଡ଼ୁନାହାଁନ୍ତି କଅଁଳ ନିଷ୍ପାପ ଶିଶୁ। ବୋମାର ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହେଉଛି ପୂରା ସିରିଆ। ଧର୍ମ, ଅଧର୍ମ, ପାପ, ପୁଣ୍ୟ କ'ଣ ଜାଣି ନ ଥିବା କୋମଳମତି ଶିଶୁଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରୁଛି ବୋମାର ବାରୁଦ। ଆତଙ୍କବାଦୀ ଆଳରେ ମରୁଛନ୍ତି ଶହ ଶହ କଅଁଳ ଛୁଆ। ଉଜୁଡ଼ି ଯାଉଛି ସିରିଆର ଭବିଷ୍ୟତ। ଏଥିରେ ଅତିଷ୍ଟ ହୋଇ ଯନ୍ତ୍ରଣାସିକ୍ତ ଅବସ୍ଥାରେ ୩ ବର୍ଷର କଅଁଳ ଶିଶୁଟିଏ କହିଛି, ମୁଁ ଭଗବାନଙ୍କ ପାଖରେ ତୁମ ବିଷୟରେ ଅଭିଯୋଗ କରିବି, ତାଙ୍କୁ ତୁମ ବିଷୟରେ ସବୁକଥା ଖୋଲି କହିଦେବି।'

ସିରିଆର ପୂର୍ବାଞ୍ଚଳରେ ଲଗାତର ବୋମା ବିସ୍ଫୋରଣ ଯୋଗୁଁ ବିଗତ ଦଶଦିନ ଭିତରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ସାମ୍ପ୍ରଦାୟିକ ନରସଂହାରରେ ଅଧିକ ଶିକାର ହେଉଛନ୍ତି କୋମଳମତି ଶିଶୁ। ଜାତିସଂଘର ଏକ ରିପୋର୍ଟ ଅନୁସାରେ ଏହି ଦମନଲିଳାରେ ପ୍ରାୟ ୯୦ ପ୍ରତିଶତ କୋଠା ଚୁର୍‌ମାର ହୋଇଯାଇଛି। ଏହି ଦୃଶ୍ୟ ସହିତ ଏହି ୩ ବର୍ଷର ଶିଶୁ ଫଟୋ ଭାଇରାଲ ହେଉଛି।

ସିରିଆରରେ ହେଉଥିବା ବୋମା ବିସ୍ଫୋରଣରେ ଗୁରତର ଆହତ ହୋଇଥିବା ଏହି ୩ ବର୍ଷର ଶିଶୁଟିକୁ  ଡାକ୍ତରଖାନା ଆଣାଯାଇଥିଲା। ପ୍ରତିଦିନ ହେଉଥିବା ବୋମା ବିସ୍ଫୋରଣରେ ଅତିଷ୍ଟ ହୋଇପଡ଼ିଥିଲା କଅଁଳ ଶିଶୁଟି। ରକ୍ତପାତରେ ଡରିଯାଇ ବିଳାପ କରୁଥିଲା।

ଆଉ ଡାକ୍ତର ଚିକିତ୍ସା କରୁଥିବା ସମୟରେ ପିଲାଟି କାନ୍ଦି କାନ୍ଦି କହିଥିଲା 'ମୁଁ ଭଗବାନଙ୍କ ପାଖରେ ତୁମ ନାଁରେ ଅଭିଯୋଗ କରିବି, ତାଙ୍କୁ ତୁମ ବିଷୟରେ ସବୁକଥା କହିଦେବି।' ଡାକ୍ତର ପିଲାଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସତ କିନ୍ତୁ ପିଲାଟି ବଞ୍ଚି ନଥିଲା। ସବୁଦିନର ଏଇ ରକ୍ତପାତ ଓ ହିଂସାରେ ଥକିପଡ଼ିଥିବା କଅଁଳ ପିଲାଟି ଜୀବନଠାରୁ ମୁହଁ ମୋଡ଼ିନେଇଥିଲା। ସତେ ଯେମିତି ସେ ଅଭିଯୋଗ କରିବା ପାଇଁ ସତ ସତିକା ଭଗବାନଙ୍କ ପାଖକୁ ଚାଲିଯାଇଛି।

ଡାକ୍ତରଙ୍କ କହିବା ଆନୁଯାୟୀ ପିଲାଟି କାନ୍ଦି କାନ୍ଦି କହୁଥିବା ସମୟରେ ହଠାତ୍‌ ହାର୍ଟ ବିଟ୍‌ ଅଟକି ଯାଇଥିଲା। ମୃତ୍ୟୁ ଆସିବା ପୂର୍ବରୁ ପିଲାଟି କିନ୍ତୁ କହିଯାଇଥିଲା ତା’ ମନରେ ଥିବା ସୁବଯାକ ବିଦ୍ରୋହର କଥା । ପିଲାଟିକୁ ଡାକ୍ତରଖାନା ଆଣାଗଲା ବେଳେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଥିଲା ପୂରା ଶରୀର। ଶରୀର ଅଧିକାଂସ ସ୍ଥାନରେ ଗଭୀର କ୍ଷତକୁ ପିଲାଟି ସହି ପାରୁ ନ ଥିଲା। ଶେଷରେ ହିଂସ୍ର ଦୁନିଆକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଇଥିଲା।

ସିରିଆରେ ବିଗତ ୭ ବର୍ଷ ଧରି ଏହି ଗୃହଯୁଦ୍ଧ ଲାଗି ରହିଛି। ଜାତିସଂଘର  ବିରୋଧ ସତ୍ତ୍ୱେ ବି ଋଷ ଏପର୍ଯ୍ୟନ୍ତ ଆକ୍ରମଣ ବନ୍ଦ କରୁନାହିଁ। ପୂର୍ବାଞ୍ଚଳ ସମେତ ସିରିଆ ରାଜଧାନୀ ଦମିସ୍କ ଓ ଏହାର ଆଖପାଖ ଅଞ୍ଚଳରେ ଲଗାତର ବୋମା ବିସ୍ଫୋରଣ ହେଉଛି। ଏଥିରେ ଅଧିକାଂଶ ସ୍କୁଲ,ଡାକ୍ତରଖାନା ଓ ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos