ଆପଣ ଏୟାରଟେଲ୍‌, ଆଇଡିଆ କିମ୍ବା ଭୋଡ଼ାଫୋନ୍‌ ଗ୍ରାହକ କି ? ଘରେ ବସି ଏମିତି କରନ୍ତୁ ଆଧାର ଲିଙ୍କ୍

ନୂଆଦିଲ୍ଲୀ: ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ମୋବାଇଲ ନମ୍ବରରେ ଆଧାର କାର୍ଡ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଯଦି ଆପଣ ନିଜ ନମ୍ବରକୁ ଆଧାର ଲିଙ୍କ୍ କରିନାହାଁନ୍ତି, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇ ନିଅନ୍ତୁ। ଏଥିପାଇଁ ଆପଣଙ୍କୁ କମ୍ପାନୀ ରିଟେଲରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। କାରଣ ଆଧାର ଲିଙ୍କ୍ ପାଇଁ ସରକାର ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ (IVR) ସେବା ଆରମ୍ଭ କରିଛନ୍ତି। ଏହା ଏକ ଭଏସ୍‌ କଲ୍‌ ପ୍ରକ୍ରିୟା। ଏଥିରେ ଆପଣଙ୍କୁ ସରକାରଙ୍କ […]

adhar copy

adhar copy

Rakesh Mallick
  • Published: Friday, 05 January 2018
  • Updated: 05 January 2018, 08:09 PM IST

Sports

Latest News

ନୂଆଦିଲ୍ଲୀ: ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ମୋବାଇଲ ନମ୍ବରରେ ଆଧାର କାର୍ଡ ଲିଙ୍କ୍ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ଯଦି ଆପଣ ନିଜ ନମ୍ବରକୁ ଆଧାର ଲିଙ୍କ୍ କରିନାହାଁନ୍ତି, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଇ ନିଅନ୍ତୁ। ଏଥିପାଇଁ ଆପଣଙ୍କୁ କମ୍ପାନୀ ରିଟେଲରଙ୍କ ପାଖକୁ ଯିବାକୁ ପଡ଼ିବ ନାହିଁ। କାରଣ ଆଧାର ଲିଙ୍କ୍ ପାଇଁ ସରକାର ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ (IVR) ସେବା ଆରମ୍ଭ କରିଛନ୍ତି। ଏହା ଏକ ଭଏସ୍‌ କଲ୍‌ ପ୍ରକ୍ରିୟା। ଏଥିରେ ଆପଣଙ୍କୁ ସରକାରଙ୍କ ପ୍ରଦତ୍ତ ନମ୍ବରରେ କଲ କରିବାକୁ ହେବ। ଫୋନ୍‌ରେ କୁହାଯାଉଥିବା ବିକଳ୍ପ ଗୁଡ଼ିକ ମଧ୍ୟରେ ସଠିକ ବିକଳ୍ପ ଚୟନ କରି ମୋବାଇଲ୍‌ ନମ୍ବରରେ ଆପଣ ଆଧାର ଲିଙ୍କ କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ ଆଧାର ଲିଙ୍କ।

ସରକାରଙ୍କର ଏହି ପ୍ରକ୍ରିୟାକୁ ଏୟାରଟେଲ୍, ଆଇଡିଆ, ଭୋଡାଫୋନ୍‌ ଭଳି କମ୍ପାନୀ ଆରମ୍ଭ କରିସାରିଥିବା ବେଳେ ଜିଓ ଓ ବିଏସ୍‌ଏନ୍‌ ଏଲ୍‌ ଖୁବଶୀଘ୍ର ସେବା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେବା ଅନୁସାରେ ଆଧାର ଲିଙ୍କ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ୧୪୫୪୬ ନମ୍ବରରେ କଲ କରିବାକୁ ହେବ। କଲ କଲା ପରେ ଆପଣ ଭାରତୀୟ କି ଏନ୍‌ଆର୍‌ଆଇ ସେ ନେଇ ପ୍ରଶ୍ନ କରାଯିବ। ଆପଣ ଠିକ୍‌ ଉତ୍ତରଟିକୁ ଚୟନ କରିବେ। ଏହାପରେ ମୋବାଇଲ୍‌ ନମ୍ବରରେ ଆଧାର କାର୍ଡ ଲିଙ୍କ୍ କରିବାକୁ ଅନୁମତି ମଗାଯିବ। ମୋବାଇଲ୍‌ରେ ୧ ନମ୍ବର ଚିପି ଆପଣଙ୍କୁ ଏଥିରେ ସହମତି ଦେବାକୁ ହେବ। ପରେ ୧୨ ଅଙ୍କ ବିଶିଷ୍ଟ ନିଜ ଆଧାର ନମ୍ବର ଦେବାକୁ ପଡ଼ିବ। ପୁଣିଥରେ ୧ ଚିପି ଏହାକୁ ସୁନିଶ୍ଚିତ କରିବାକୁ ପଡ଼ିବ। ସୁନିଶ୍ଚିତ କରିସାରିବା ପରେ ଏକ OTP ନମ୍ବର ଆସିବ। ଆଧାର ଲିଙ୍କ୍ କରିବାକୁ ହେଲେ ମୋବାଇଲ୍‌ ଡାଟାର ବ୍ୟବହାର ପାଇଁ ମୋବାଇଲ୍‌ରେ ଅନୁମତି ମଗାଯିବ। ଆପଣ (IVR) ପ୍ରକ୍ରିୟା ମଧ୍ୟମରେ ମୋବାଇଲ୍‌ରେ ଡାଟା ବ୍ୟବହାର କରିବାକୁ ଅନୁମତି ଦେବାକୁ ପଡ଼ିବ। ଏହାରି ମଧ୍ୟମରେ ଆପଣଙ୍କ ନାଁ, ଫଟୋ, ଜନ୍ମଦିନ ଭଳି ପ୍ରମାଣ ଗୁଡିକର ବ୍ୟବହାର କରାଯିବ। ପରେ (IVR) ଆପଣଙ୍କ ମୋବାଇଲ୍‌ ନମ୍ବର ସୁନିଶ୍ଚିତ  କରିବ। ସୁନିଶ୍ଚିତ ହେବା ପରେ OTP ନମ୍ବର ଦେବାକୁ କୁହାଯିବ। ଆପଣ OTP ନମ୍ବର ଦେଇ ୧ ଚିପିବାକୁ ପଡ଼ିବ। ଏହାପରେ ଆପଣଙ୍କ ଆଧାର କାର୍ଡ ଓ ମୋବାଇଲ୍‌ ନମ୍ବର ଭେରିଫିକେସନ ପ୍ରକ୍ରିୟା ପୂରା ହୋଇଯାଇଛି ବୋଲି ଦୁଇଥର ମେସେଜ୍‌ ଆସିବ। ଆଧାର ଭେରିଫିକେସନ୍‌ ପ୍ରକିୟା ସମ୍ପୂର୍ଣ୍ଣ ହେବାକୁ ୪୮ ଘଣ୍ଟାର ସମୟ ଲାଗିବ। ଏହି (IVR) ସେବା ହିନ୍ଦି ଓ ଇଂରାଜୀ ବ୍ୟତିତ ଅନେକ ଆଞ୍ଚଳିକ ଭାଷାରେ ବି ଉପଲବ୍ଧ ରହିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos