ଅଧ୍ୟାପକଙ୍କୁ ଚେତାବନୀ;ଯୁକ୍ତ ଦୁଇ ପରୀକ୍ଷାଖାତା ମୂଲ୍ୟାୟନ ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ସୋମବାରରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବାକୁ ଯାଉଥିବା ବେଳେ ବେସରକାରୀ କଲେଜ୍‌ଗୁଡିକର ଅଧ୍ୟାପକମାନେ ଏହାକୁ ବର୍ଜନ କରିବା ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ଖାତା ନ ଦେଖିଲେ ଆନ୍ଦୋଳନକାରୀ ଅଧ୍ୟାପକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ମୁଖ୍ୟ ପରୀକ୍ଷକ, ସହାୟକ ପରୀକ୍ଷକ ଓ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମା ପଠାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ […]

exam

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 04:49 PM IST

ଭୁବନେଶ୍ୱର: ଆସନ୍ତା ସୋମବାରରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବାକୁ ଯାଉଥିବା ବେଳେ ବେସରକାରୀ କଲେଜ୍‌ଗୁଡିକର ଅଧ୍ୟାପକମାନେ ଏହାକୁ ବର୍ଜନ କରିବା ଜିଦ୍‌ରେ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ଖାତା ନ ଦେଖିଲେ ଆନ୍ଦୋଳନକାରୀ ଅଧ୍ୟାପକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

ମୁଖ୍ୟ ପରୀକ୍ଷକ, ସହାୟକ ପରୀକ୍ଷକ ଓ ଖାତା ମୂଲ୍ୟାୟନ ପ୍ରକ୍ରିୟାରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମା ପଠାଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ମେ’ ମଧ୍ୟଭାଗ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯିବ। ଯାହାଫଳରେ ଆଶାୟୀ ପ୍ରାର୍ଥୀମାନେ ଜେଇଇ ଆଡଭାନ୍ସ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇପାରିବେ। ସେଥିପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ସହିତ ଜଡିତ ସମସ୍ତ ଅଧିକାରୀଙ୍କୁ କାଉନ୍‌ସିଲକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଏଥିରେ କୌଣସି ପ୍ରକାର ବିଭ୍ରାଟ ହେଲେ ପରୀକ୍ଷା ପରିଚାଳନା ଆଇନ୍-୧୯୮୮ ଅନୁଯାୟୀ କାର୍ଯ୍ୟନୁଷ୍ଠାନ କରାଯିବ।

ସରକାରଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଏପ୍ରିଲ୪ ତାରିଖରୁ ରାଜ୍ୟର ୪୯ଟି ମୂଲ୍ୟାୟନ ଜୋନ୍‌ରେ ଯୁକ୍ତଦୁଇ ପରୀକ୍ଷାଖାତା ଦେଖାଯିବ। ଏଥଇପାଇଁ ୧୫୦୦୦ ଅଧ୍ୟାପକଙ୍କୁ ନିଯୁକ୍ତି କରାଯାଇଛି।  ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୪ରୁ  ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ ୧୬ ତାରିଖରୁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Related story