ଜାଣିଛନ୍ତି, ମଦ ପିଇଲେ କାହିଁକି ପାଟିରୁ ବାହାରେ ଇଂଲିଶ?

ନୂଆଦିଲ୍ଲୀ: ମଦୁଆ ଲୋକର ଆଚରଣ ବିଷୟରେ ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି। ମତ ପିଇଲେ କିଏ କିଏ କ୍ରୋଧୀ ହୋଇପଡ଼ନ୍ତି ତ ଆଉ କିଏ କିଏ ମଜାଳିଆ ଘଟଣା ସବୁ ଘଟାନ୍ତି। କାରଣ ନିଶାରେ ଥିବା ଲୋକଟି ଜାଣି ନଥାଏ ସେ କଣ କରୁଛି। ତେବେ ଏ କଥା ଆମେ ସମସ୍ତେ ଜାଣିଛନ୍ତି ଯେ, ମଦ ପିଇବା ପରେ ଲୋକମାନଙ୍କର କଥାବାର୍ତ୍ତାରେ ନିଶ୍ଚିତ କିଛି ପରିବର୍ତ୍ତନ ଆସିଯାଏ। କିଛି ଲୋକ ନିଜ ମାତୃଭାଷା ଭୁଲି ଅନ୍ୟ […]

alcohal

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 05:53 PM IST

ନୂଆଦିଲ୍ଲୀ: ମଦୁଆ ଲୋକର ଆଚରଣ ବିଷୟରେ ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି। ମତ ପିଇଲେ କିଏ କିଏ କ୍ରୋଧୀ ହୋଇପଡ଼ନ୍ତି ତ ଆଉ କିଏ କିଏ ମଜାଳିଆ ଘଟଣା ସବୁ ଘଟାନ୍ତି। କାରଣ ନିଶାରେ ଥିବା ଲୋକଟି ଜାଣି ନଥାଏ ସେ କଣ କରୁଛି। ତେବେ ଏ କଥା ଆମେ ସମସ୍ତେ ଜାଣିଛନ୍ତି ଯେ, ମଦ ପିଇବା ପରେ ଲୋକମାନଙ୍କର କଥାବାର୍ତ୍ତାରେ ନିଶ୍ଚିତ କିଛି ପରିବର୍ତ୍ତନ ଆସିଯାଏ।

କିଛି ଲୋକ ନିଜ ମାତୃଭାଷା ଭୁଲି ଅନ୍ୟ ଭାଷାରେ କଥାବାର୍ତ୍ତା କରୁଥିବା ଆମେ ଦେଖନ୍ତି। ଆପଣ ଏହା ମଧ୍ୟ ଦେଖିଥିବେ ଯେ, ଯେଉଁମାନେ କେବେ ପଦୁଟିଏ ହେଲେ ଠିକ୍ ଭାବେ ଇଂଲିଶ କହି ଜାଣନ୍ତି ନାହିଁ, ମଦ ପିଇବା ପରେ ହଠାତ୍ ସେମାନେ ଆରାମରେ ଇଂଲିଶ୍‌ରେ କଥାବାର୍ତ୍ତା ଆରମ୍ଭ କରିଦିଅନ୍ତି। ଏହା ଏକ ଆଶ୍ଚର୍ଯ୍ୟ କଥା ନୁହେଁ କି? ଦୈନନ୍ଦିନ ଜୀବନରେ ଆମେ ଏହିପରି ଘଟଣା ଦେଖିଥିବା, କିନ୍ତୁ ଏହାର କାରଣ ସଂପର୍କରେ କେବେ ହୁଏତ ଭାବନ୍ତି ନାହିଁ। ଗବେଷକମାନଙ୍କ ମତରେ ଏହାର ବି ଏକ କାରଣ ଅଛି। କ’ଣ କହୁଛନ୍ତି ଗବେଷକ, ଆସନ୍ତୁ ଜାଣିବା।

ନିକଟରେ ହଲାଣ୍ଡର ଏକ ବିଶ୍ୱବିଦ୍ୟାଳୟରେ ମତ ପିଇବା ପରେ ମଣିଷର ମାନସିକ ସ୍ଥିତିକୁ ନେଇ ଏକ ଗବେଷଣା କରାଯାଇଥିଲା। ଏଥିରୁ ଗବେଷକ ମାନେ ବହୁ ମଜାଳିଆ ତଥ୍ୟ ପାଇଛନ୍ତି। କଣ ସବୁ ତଥ୍ୟ ମିଳିଲା ତାହା ଜାଣିବା ଆଗରୁ ଆସନ୍ତୁ ପ୍ରଥମେ ଜାଣିବା ଗବେଷକମାନେ କେଉଁ ଉପାୟରେ ଗବେଷଣା କଲେ।

ଓଡିଶା ରିପୋଟର ସ୍ପେସିଆଲ: ଭେଟନ୍ତୁ ଦୁନିଆର ସବୁଠୁ ସୁନ୍ଦର ସିକ୍ୟୁରିଟି ଗାର୍ଡଙ୍କୁ

କେତେକଙ୍କୁ ମଦ, କେତେକଙ୍କୁ ପାଣି

ଗବେଷକମାନେ ମଦୁଆଙ୍କ ମାନସିକ ସ୍ଥିତି ଜାଣିବାକୁ ପ୍ରଥମେ ୫୦ ଜଣ ପିଲାଙ୍କୁ ଡମି ଭାବରେ ନେଲେ। ସେମାନଙ୍କ ଭିତରୁ କେତେକଙ୍କୁ ଖାଲି ପାଣି ପିଆଗଲା ଏବଂ କିଛି ପିଲାଙ୍କୁ ମଦ। ଏ ସମସ୍ତ ପିଲାଙ୍କର ମାତୃଭାଷା ଥିଲା ଡଚ୍। ସେମାନେ ଇଂରାଜୀ ଭାଷା ଜାଣିଥିଲେ ବି ସ୍ୱଭାବିକ ଭାବେ ଅଧିକାଂଶ ସମୟ ଡଚ୍ ଭାଷାରେ ହିଁ କଥା ହେଉଥିଲେ। ମଦ ଓ ପାଣି ପିଇବା ପରେ ସେମାନଙ୍କ ଡଚ୍ ଭାଷାରେ ହିଁ କଥା କହିବାକୁ କୁହା ଯାଇଥିଲା। ପୂରା ଘଟଣାକୁ ଅନୁଧ୍ୟାନ କରିବାକୁ ଗବେଷକମାନେ ଦୁଇଜଣ ଭଲୁଣ୍ଟିଅରଙ୍କୁ ମଧ୍ୟ ନିଯୁକ୍ତି ଦେଲେ, ଯେଉଁମାନଙ୍କୁ ଡଚ୍ ଭାଷା ଭଲରେ ଜଣାଥିଲା। କିନ୍ତୁ ଡମି ବ୍ୟକ୍ତିଙ୍କ ଭିତରୁ କିଏ କେବଳ ପାଣି ପିଇଛି ଓ କିଏ ମଦ ପିଇଛି ସେ ସମ୍ପର୍କରେ କିଛି କୁହାଗଲା ନାହିଁ। ଏହାପରେ ଭଲୁଣ୍ଟିଅର୍‌ମାନେ ସେମାନଙ୍କ ଅନୁଧ୍ୟାନ ଆରମ୍ଭ କଲେ।

ଆହୁରି ମଧ୍ୟ ପଢନ୍ତୁ: ପୁରୁଷମାନେ ଧ୍ୟାନ ଦିଅନ୍ତୁ: ଏହି ସବୁ ସମସ୍ୟା ଥିଲେ, ଆପଣ ହୋଇପାରନ୍ତି ଅପମାନିତ

ଅନୁଧ୍ୟାନରୁ କ’ଣ ମିଳିଲା

ଅନୁଧ୍ୟାନ ପରେ ଭଲୁଣ୍ଟିଅର୍‌ମାନେ କହିଲେ ଯେ, ଯେଉଁମାନେ ମଦ ପିଇଥିଲେ, ପାଣି ପିଇଥିବା ଲୋକଙ୍କଠାରୁ ସେମାନଙ୍କ ଶବ୍ଦ ଉଚ୍ଚାରଣ ଅଧିକ ସ୍ପଷ୍ଟ ଥିଲା। ସେମାନେ ନିଜ ଭାଷା ଡଚ୍ ଛାଡ଼ି ଜାଣିଥିବା ଅନ୍ୟ ଭାଷା, ଯେମିତିକି ଇଂଲିଶ୍ କହିବାକୁ ବେଶୀ ଭଲ ପାଉଥିବା ଦେଖିବାକୁ ମିଳିଥିଲା। ଅଳ୍ପ ମଦ ପିଇଲା ପରେ ବା ହ୍ୟାଙ୍ଗଓଭର ଆସିବା ପରେ ମଦୁଆ ବ୍ୟକ୍ତିଟି ଧୀରେ ଧୀରେ ଅଧିକ କଥା କହିବା ଆରମ୍ଭ କରେ। ଏମିତିକି ଯେଉଁ ଭାଷା ପ୍ରତି ତା’ର ଦୁର୍ବଳତା ଥାଏ ବା ସିଏ କହିବାକୁ ଚେଷ୍ଟା କରୁଥାଏ ବା ସେ ଭାଷା ସମ୍ଭ୍ରାନ୍ତର ପରିଚୟ ବୋଲି ଭାବୁଥାଏ, ସିଏ ସେଇ ଭାଷା ହିଁ କହିବାକୁ ଚେଷ୍ଟା କରେ। ଯେହେତୁ ଅଧିକାଂଶ ଭାରତୀୟଙ୍କର ଇଂଲିଶ ଭାଷା ପ୍ରତି ଦୁର୍ବଳତା ଥାଏ ଏବଂ ଇଂଲିଶ କହିବା ଏକ ଗୌରବର କଥା ବୋଲି ଭାବନ୍ତି, ତେଣୁ ନିଶାଗ୍ରସ୍ତ ହେବାପରେ ବ୍ୟକ୍ତି ଇଂଲିଶ କହିବାକୁ ବେଶୀ ଚେଷ୍ଟା କରେ। ତେବେ ଅଧିକ ନିଶା ହେବାପରେ ଆଉ କଥା ସ୍ପଷ୍ଟ ହୁଏନାହିଁ। ଧୀରେ ଧୀରେ କଥା ବାଉଳା ହୁଏ ବୋଲି ଗବେଷକମାନେ କହିଛନ୍ତି।

 

 


Related story