ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ଏଆଇସିସି ଓ ରାଜ୍ୟ ମୁଖ୍ୟ ଦାୟୀ: ଯୋଗେଶ

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଓ ରାଜ୍ୟ ମୁଖ୍ୟଙ୍କୁ ଦାୟୀ କରିଛନ୍ତି ଦଳୀୟ ବିଧାୟକ ଯୋଗେଶ କୁମାର ସିଂହ। ସେ କହିଛନ୍ତି,“ଆମେ ସବୁଠି ବିଫଳ ହୋଇଛୁ। ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ଏହି ବିପର୍ଯ୍ୟୟ ପାଇଁ ମୁଁ ଏଆଇସିସି ଓ ରାଜ୍ୟ ସ୍ତରରେ ଥିବା ମୁଖିଆମାନଙ୍କୁ ଦାୟୀ କରିବି। ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ନେତୃବର୍ଗ ନିର୍ବାଚନ ପାଇଁ ଠିକ୍‌ ଭାବେ ରଣନୀତି ପ୍ରସ୍ତୁତ […]

jogesh

jogesh

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 12:50 PM IST

Sports

Latest News

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ପାଇଁ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଓ ରାଜ୍ୟ ମୁଖ୍ୟଙ୍କୁ ଦାୟୀ କରିଛନ୍ତି ଦଳୀୟ ବିଧାୟକ ଯୋଗେଶ କୁମାର ସିଂହ।

ସେ କହିଛନ୍ତି,“ଆମେ ସବୁଠି ବିଫଳ ହୋଇଛୁ। ଏହାକୁ ସ୍ୱୀକାର କରିବାକୁ ପଡ଼ିବ। ଏହି ବିପର୍ଯ୍ୟୟ ପାଇଁ ମୁଁ ଏଆଇସିସି ଓ ରାଜ୍ୟ ସ୍ତରରେ ଥିବା ମୁଖିଆମାନଙ୍କୁ ଦାୟୀ କରିବି। ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ନେତୃବର୍ଗ ନିର୍ବାଚନ ପାଇଁ ଠିକ୍‌ ଭାବେ ରଣନୀତି ପ୍ରସ୍ତୁତ କରିପାରି ନାହାନ୍ତି। ଏଥିରେ ବହୁ ତ୍ରୁଟି ରହିଥିଲା। ନ ହେଲେ ଏମିତି ପରିସ୍ଥିତି ହୋଇ ନ ଥାଆନ୍ତା।”

ଯୋଗେଶ କଂଗ୍ରେସର ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ତାଙ୍କ କଥା ନ ପଚାରିଲେ ଭଲ।”

ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ସପକ୍ଷରେ ମତଦାନ ହେଉଥିବା ପ୍ରସଙ୍ଗରେ ଯୋଗେଶ କହିଛନ୍ତି,“ବିଜେଡି ଦଳ ଦୁର୍ନୀତିଗ୍ରସ୍ତ। ଏଣୁ ଲୋକେ ବିକଳ୍ପ ଚିନ୍ତା କରିଛନ୍ତି। କଂଗ୍ରେସର ଦୁର୍ବଳା ଯୋଗୁଁ ଲୋକେ ଏହି ଦଳକୁ ବିକଳ୍ପ ଭାବେ ବାଛି ନାହାନ୍ତି।”

କଂଗ୍ରେସ ବିଭିନ୍ନ ସ୍ଥାନରେ ମାଟି କାମୁଡ଼ି ଥିଲେ ହେଁ ଝାରସୁଗୁଡ଼ାରେ ନିଜ ପତିଆରାକୁ ଜାହିର କରିଛି। ଏଠାରେ ବିଧାୟକ ତଥା ଜିଲ୍ଲା ସଭାପତି ନବ ଦାସଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ୁଛି। ନବଙ୍କ ଏହି ସଫଳତା ସଂପର୍କରେ ଯୋଗେଶ କହିଛନ୍ତି,“ପ୍ରକୃତରେ ସେ ହେଉଛନ୍ତି ଷ୍ଟାର୍। ସେ ଝାରସୁଗୁଡ଼ାରେ ସବୁ ଦଳକୁ ଧୂଳିସାତ୍ କରି ଦେଇଛନ୍ତି। ଲୋକ ତାଙ୍କ ଉପରେ ବିଶ୍ୱାସ କରୁଛନ୍ତି। ଯିଏ ଲୋକଙ୍କ ପାଇଁ କାମ କରିବ ସେ ଭୋଟ୍ ପାଇବ। ପବନ କଲେ ଭୋଟ୍ ଆସେନି କି ହୀରୋମାନଙ୍କ ଦ୍ୱାରା ପ୍ରଚାର କରାଗଲେ ଭୋଟ୍ ଆସେନି।”

ସୂଚନାଯୋଗ୍ୟ, ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟ ମତଦାନର ଅନୌପଚାରିକ ଫଳଫଳରୁ ଜଣାପଡ଼ିଛି ବିଜେଡି ପାଖାପାଖି ୨୯୦ଟି ଆସନ ଜିତି ସାରିଥିବା ବେଳେ ଗତ ଥର ସର୍ବମୋଟ ୩୬ଟି ଜୋନ୍‌ରେ ବିଜୟୀ ହୋଇଥିବା ବିଜେପି ଏଥର ପାଖାପାଖି ୧୯୦ ଟି ଆସନରେ ବିଜୟୀ ହୋଇଛି। ବିଜେଡି ହାତରୁ ଖସି ଗଲାଣି ୧୩୦ରୁ ଅଧିକ ଆସନ। ଅନ୍ୟପକ୍ଷରେ କଂଗ୍ରେସ ୫୦ ଛୁଇଁ ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos