ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୬ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସ୍କୁଲ୍ ଓ ଗଣଶିକ୍ଷା, ବୈଷୟିକ ଶିକ୍ଷା ଓ ତାଲିମ୍, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗରୁ ଆସିବାକୁ ଥିବା ଏହି ସବୁ ପ୍ରସ୍ତାବ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ତେବେ କେଉଁ […]

secret

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 07:01 AM IST

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୬ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ସ୍କୁଲ୍ ଓ ଗଣଶିକ୍ଷା, ବୈଷୟିକ ଶିକ୍ଷା ଓ ତାଲିମ୍, ଜଙ୍ଗଲ ଓ ପରିବେଶ, ସ୍ୱାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗରୁ ଆସିବାକୁ ଥିବା ଏହି ସବୁ ପ୍ରସ୍ତାବ ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ତେବେ କେଉଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଉପରେ ଆଲୋଚନା ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Related story