ଓଡ଼ିଶାର ବିକାଶରେ କେନ୍ଦ୍ରର ଅବହେଳା ବାଧା ସାଜିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ବିକାଶରେ କେନ୍ଦ୍ରର ଅବହେଳା ବାଧା ସାଜିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେଡି ଜନସଂପର୍କ ପଦଯାତ୍ରା କରିବାକୁ ଥିବା ବେଳେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଏ କଥା କହିଥିଲେ। ସେ କହିଥିଲେ,“ଓଡ଼ିଶାର ବିକାଶରେ ପ୍ରାକୃତିକ ବିପର୍ଯ୍ୟୟ ଓ କେନ୍ଦ୍ରର ଅବହେଳା ବାଧା ସୃଷ୍ଟି କରୁଛି।  କେନ୍ଦ୍ର ଓଡ଼ିଶା ବିରୋଧୀ ମନୋଭାବ ରଖିଛି। ପୋଲାଭରମ ଓ ମହାନଦୀ ପ୍ରସଙ୍ଗରୁ […]

cm

Rakesh Mallick
  • Published: Sunday, 25 September 2016
  • , Updated: 25 September 2016, 01:48 PM IST

ଭୁବନେଶ୍ୱର: ଓଡ଼ିଶାର ବିକାଶରେ କେନ୍ଦ୍ରର ଅବହେଳା ବାଧା ସାଜିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେଡି ଜନସଂପର୍କ ପଦଯାତ୍ରା କରିବାକୁ ଥିବା ବେଳେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଏ କଥା କହିଥିଲେ।

ସେ କହିଥିଲେ,“ଓଡ଼ିଶାର ବିକାଶରେ ପ୍ରାକୃତିକ ବିପର୍ଯ୍ୟୟ ଓ କେନ୍ଦ୍ରର ଅବହେଳା ବାଧା ସୃଷ୍ଟି କରୁଛି।  କେନ୍ଦ୍ର ଓଡ଼ିଶା ବିରୋଧୀ ମନୋଭାବ ରଖିଛି। ପୋଲାଭରମ ଓ ମହାନଦୀ ପ୍ରସଙ୍ଗରୁ ଓଡ଼ିଶା ପ୍ରତି କେନ୍ଦ୍ରର ଆଭିମୁଖ୍ୟ କିଭଳି ରହିଛି ତାହା ଭଲ ଭାବେ ଜଣାପଡୁଛି। ୮ଟି ଯୋଜନାରେ କେନ୍ଦ୍ରୀୟ ସହାୟତାକୁ ବନ୍ଦ କରି ଦିଆଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହେଉ ଅବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ହେଉ କାହାରି ଓଡ଼ିଶା ପ୍ରତି ଦରଦ ନାହିଁ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,“ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ଆମର ଲଢ଼େଇ ଜାରି ରହିବ।”

ଏହା ସହିତ ସମାବେଶରେ ଉପସ୍ଥିତ ଦଳୀୟ ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ସେ କହିଥିଲେ,“ଆପଣମାନେ କେନ୍ଦ୍ରୀୟ ଅବହେଳା କଥା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ଆପଣମାନେ କାମ କରନ୍ତୁ। ଆପଣମାନେ ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଓ ସେମାନଙ୍କ ସମସ୍ୟାକୁ ମୋ ଦୃଷ୍ଟିକୁ ଆଣନ୍ତୁ। ଏଥିପାଇଁ ମୋ ଘରର ଦ୍ୱାର ଆପଣମାନଙ୍କ ପାଇଁ ଚବିଶ ଘଣ୍ଟା ଖୋଲା ଅଛି।”

ମୁଖ୍ୟମନ୍ତ୍ରୀ କହିଥିଲେ,“ବିକାଶ ହେଉଛି ଆମ ଦଳର ମୂଳମନ୍ତ୍ର। ରାଜ୍ୟର ସବୁ ଅଞ୍ଚଳର ଓ ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଆମ ସରକାରଙ୍କ ଉଦ୍ୟମ ଜାରି ରହିଛି।”

ଏହି ପଦଯାତ୍ରାର ପରିଚାଳନା ପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ୧୪୭ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ପାଇଁ ଆଜି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ପଦଯାତ୍ରା ପାଇଁ ବିଧାୟକ ପ୍ରତାପ ଜେନାଙ୍କୁ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି।

Related story