ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ଓ ସଞ୍ଜୟଙ୍କ ଇସ୍ତଫା ଦାବିରେ ସବୁ ଜିଲ୍ଲାରେ ବିଜେପିର ଧାରଣା

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଏମ୍‌ଏମ୍‌ ଦାସଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ  ଆଜି ବିଜେପି  ସବୁ ସାଙ୍ଗଠନିକ ଜିଲ୍ଲାରେ ଧାରଣା ଓ ପ୍ରତିବାଦ ସଭା କରିଛି। ଦଳୀୟ କର୍ମୀ ଓ ନେତା ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ବୋଲି  ଦଳୀୟ ନେତା ଓ କର୍ମୀ ପ୍ରଶ୍ନ ଊଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଚିଟ୍‌ଫଣ୍ଡ୍‌ […]

bjp

Rakesh Mallick
  • Published: Tuesday, 03 May 2016
  • , Updated: 03 May 2016, 06:08 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଏମ୍‌ଏମ୍‌ ଦାସଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ  ଆଜି ବିଜେପି  ସବୁ ସାଙ୍ଗଠନିକ ଜିଲ୍ଲାରେ ଧାରଣା ଓ ପ୍ରତିବାଦ ସଭା କରିଛି। ଦଳୀୟ କର୍ମୀ ଓ ନେତା ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ବୋଲି  ଦଳୀୟ ନେତା ଓ କର୍ମୀ ପ୍ରଶ୍ନ ଊଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଗତକାଲି ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ପଦରୁ ଜଷ୍ଟିସ୍‌ ଏମ୍‌.ଏମ୍ ଦାସଙ୍କୁ ବହିଷ୍କାର କରିବା ଦାବିରେ ବିଜେପି ପକ୍ଷରୁ କଟକ ସ୍ଥିତ କମିଶନ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଟକ ନଗର ଓ କଟକ ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ଦଳୀୟ କର୍ମୀ ବକ୍ସିବଜାର ଛକରୁ ଶୋଭାଯାତ୍ରାରେ ବାହାରି ପୋଲିସ୍ ମୁଖ୍ୟାଳୟରେ ଥିବା କମିଶନ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନାରାବାଜି କରିବା ସହିତ ଜଷ୍ଟିସ୍ ଦାସଙ୍କ ବହିଷ୍କାର ଦାବି କରିଥିଲେ।

Related story