ଆଜି ପିସିସି ପଦାଧିକାରୀ ବୈଠକ

ଭୁବନେଶ୍ୱର: କଂଗ୍ରେସ ଭବନରେ ଆଜି ବସିବ ପିସିସି ପଦାଧିକାରୀ ବୈଠକ। ଏଥିରେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ଉପସଭାପତି, ସାଧାରଣ ସଂପାଦକ ଓ ସଂପାଦକମାନେ ଯୋଗ ଦେବେ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ […]

com

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 03:18 AM IST

ଭୁବନେଶ୍ୱର: କଂଗ୍ରେସ ଭବନରେ ଆଜି ବସିବ ପିସିସି ପଦାଧିକାରୀ ବୈଠକ। ଏଥିରେ ପିସିସି ପ୍ରଭାରୀ ବିକେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ଉପସଭାପତି, ସାଧାରଣ ସଂପାଦକ ଓ ସଂପାଦକମାନେ ଯୋଗ ଦେବେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ଓ  ଏହା ଅଧୀନରେ ଥିବା ୭ଟି ବିଧାନସଭାର ଦାୟିତ୍ୱରେ ୩ ଜଣ ସଂପାଦକ ବୁଝିବେ। ମରୁଡି ସ୍ଥିତି ନେଇ ଦଳର ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟ ନେଇ ମଧ୍ୟଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ।

Related story