ନିଜ ଆଖିରେ ଶିଶୁ ଭବନର ଅବସ୍ଥା ଦେଖିବାକୁ ଆସିଥିଲି, ରାଜନୀତି ନାହିଁ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି

କଟକ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର କଟକ ଶିଶୁଭବନ ଯାଇ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛନ୍ତି। ରାହୁଲ ସେଠାରେ ଶିଶୁ ଭବନର ଅଧିକାରୀ,କର୍ମକର୍ତ୍ତା ଓ ରୋଗୀଙ୍କୁ ଭେଟିଥିଲେ। ଏହାଛଡା ଶିଶୁ ଭବନର ବିଭିନ୍ନ ୱାର୍ଡକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଶିଶୁଭବନ ବୁଲିବା ପରେ ରାହୁଲ ଗଣମାଧ୍ୟମଙ୍କୁ କହିଛନ୍ତି, ସେ ଦୁଇଟି କାରଣ ପାଇଁ ଶିଶୁଭବନ ଗସ୍ତ କରିଥିଲେ। ପ୍ରଥମତଃ ଗତ କିଛିଦିନ ଧରି ଲଗାତାର ଶିଶୁ ମୃତ୍ୟୁ ଘଟୁଥିବାରୁ […]

Capture-1

Capture-1

Rakesh Mallick
  • Published: Friday, 11 September 2015
  • Updated: 11 September 2015, 06:57 AM IST

rahul-gandiକଟକ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର କଟକ ଶିଶୁଭବନ ଯାଇ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛନ୍ତି। ରାହୁଲ ସେଠାରେ ଶିଶୁ ଭବନର ଅଧିକାରୀ,କର୍ମକର୍ତ୍ତା ଓ ରୋଗୀଙ୍କୁ ଭେଟିଥିଲେ। ଏହାଛଡା ଶିଶୁ ଭବନର ବିଭିନ୍ନ ୱାର୍ଡକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଶିଶୁଭବନ ବୁଲିବା ପରେ ରାହୁଲ ଗଣମାଧ୍ୟମଙ୍କୁ କହିଛନ୍ତି, ସେ ଦୁଇଟି କାରଣ ପାଇଁ ଶିଶୁଭବନ ଗସ୍ତ କରିଥିଲେ। ପ୍ରଥମତଃ ଗତ କିଛିଦିନ ଧରି ଲଗାତାର ଶିଶୁ ମୃତ୍ୟୁ ଘଟୁଥିବାରୁ ନିଜ ଆଖିରେ ଶିଶୁଭବନର ସ୍ଥିତି ଦେଖିବା ପାଇଁ ସେ ଆସିଥିଲେ। ଦ୍ୱିତୀୟତଃ ତାଙ୍କ ଗସ୍ତ ଯୋଗୁଁ ଶିଶୁଭବନର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟସରକାରଙ୍କ ଉପରରେ ଚାପ ପକାଇବ। ତାଙ୍କ ଗସ୍ତ ରାଜନୈତିକ ଉଦ୍ଦ୍ୟେଶ୍ୟରେ ଥିବା ଅଭିଯୋଗକୁ ରାହୁଲ ଖଣ୍ଡନ କରିବା ସହ କହିଥିଲେ ଯଦି ଏହି ଗସ୍ତକୁ ରାଜନୀତିକରଣର ଆଖ୍ୟ ଦିଆଯାଉଛି ତେବେ ସେ ସେଥିଲାଗି ଖୁସି। ଗଣମାଧ୍ୟାମକୁ ସୂଚନାଦେବା ଅବସରରେ ରହୁଲ କହିଥିଲେ ସେ ଜଣେ ଶିଶୁ ରୋଗୀଙ୍କୁ ଭେଟିବା ବେଳେ ଶିଶୁଟିର ମା କାନ୍ଦୁଥିଲେ।  ଶିଶୁ କାନ୍ଦୁ ନଥିବା ବେଳେ ତାର ମାଙ୍କୁ ବୁଝାଇବା ପାଇଁ ମତେ କହିଥିଲେ। ଏଥରୁ ରାଜ୍ୟର ଆଗାମୀ ଭବିଶ୍ୟତର ଚିତ୍ର ସ୍ପଷ୍ଟ ବାରି ହୋଇପଡୁଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଗତକାଲି ରାହୁଲ ଗାନ୍ଧି ବରଗଡ ଯାଇଥିଲେ। ସେହି ସ୍ଥାନ ଥିଲା ଚାଷୀ ମୃତ୍ୟୁର ସ୍ଥାନ। ଆଜି କଟକର ଶିଶୁ ଭବନରେ ପହଞ୍ଚିଛନ୍ତି। ଏହି ସ୍ଥାନ ହେଉଛି ଶିଶୁ ମୃତ୍ୟୁର ଜାଗା। ମାନବିକତା ଦୃଷ୍ଟିରୁ ରାହୁଲ ଗାନ୍ଧି ଓଡ଼ିଶାକୁ ଆସିଛନ୍ତି। ଏହା ମାନବିକତା ଦୃଷ୍ଟି କୋଣରୁ ଆସିଛନ୍ତି କୌଣସି ରାଜନୀତି ନୁହେଁ ବୋଲି ସେ କହିଛନ୍ତି। ସେହିପରି ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଦୁଃଖ ସମୟରେ ଯିଏ ସାଥିରେ ଛିଡା ହୁଏ ସେ କହିଁ ପ୍ରକୃତ ବନ୍ଧୁ। ଆଜି କଟକ ଶିଶୁ ଭବନରେ ରାହୁଲ ଗାନ୍ଧି ରୋଗୀଙ୍କ ଦୁଃଖ ସମୟରେ ଛିଡା ହୋଇଛନ୍ତି। ଏହା ସରକାରଙ୍କ ଉପରେ ଚାପ ପକାଇବ । ଏହାସହ ସେ ରାଜ୍ୟରେ ଶିଶୁ ମୃତ୍ୟୁ ବିପର୍ଯ୍ୟୟର ଚରମ ସୀମାରେ ପହଞ୍ଚିଛି ବୋଲି ସେ ମତ ଦେଇଥିଲେ।    

ସୂଚନାଯୋଗ୍ୟ, ସକାଳ ୯ ଟା ୫୮ରେ ଝାରସୁଗୁଡା ଏୟାରଷ୍ଟ୍ରିପରୁ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ପ୍ରଦେଶ କମିଟିର ବରିଷ୍ଠ ନେତାମାନେ ରାହୁଲଙ୍କୁ ସ୍ୱାଗତ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos