ବିଜୟା ଦଶମୀ ପାଳିତ, ସାରା ରାଜ୍ୟ ଚଳଚଞ୍ଚଳ

ଭୁବନେଶ୍ୱର: ଆଜି ବିଜୟା ଦଶମୀ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ଥିଲା। ବିଜୟା ଦଶମୀରେ ଆଜି ମାଙ୍କ ଅପରାଜିତା ପୂଜା, ଦଶମୀ ପୂଜା, ସୋମନାଥ ବ୍ରତ, ଆରତି, ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ହୋଇଥିଲା। ଏଡାସହ ମା’ଙ୍କ ପ୍ରତିମାଙ୍କୁ ବିସର୍ଜନ କରାଯାଇଛି। ଆଜି ସକାଳୁ ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ପରମ୍ପରାର ଝଲକ। ଅଶୋକନଗର କାଳୀବାଡ଼ି ପୂଜା ମଣ୍ଡପରେ ବଙ୍ଗୀୟ ମହିଳାମାନେ ମାଆଙ୍କ […]

durga

Rakesh Mallick
  • Published: Tuesday, 11 October 2016
  • , Updated: 11 October 2016, 11:01 PM IST

ଭୁବନେଶ୍ୱର: ଆଜି ବିଜୟା ଦଶମୀ ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ଥିଲା। ବିଜୟା ଦଶମୀରେ ଆଜି ମାଙ୍କ ଅପରାଜିତା ପୂଜା, ଦଶମୀ ପୂଜା, ସୋମନାଥ ବ୍ରତ, ଆରତି, ପୁଷ୍ପାଞ୍ଜଳି ଓ ପୂର୍ଣ୍ଣାହୁତି ହୋଇଥିଲା। ଏଡାସହ ମା’ଙ୍କ ପ୍ରତିମାଙ୍କୁ ବିସର୍ଜନ କରାଯାଇଛି।

ଆଜି ସକାଳୁ ପୂଜା ମଣ୍ଡପ ଓ ଶକ୍ତି ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।

ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ବଙ୍ଗୀୟ ପରମ୍ପରାର ଝଲକ। ଅଶୋକନଗର କାଳୀବାଡ଼ି ପୂଜା ମଣ୍ଡପରେ ବଙ୍ଗୀୟ ମହିଳାମାନେ ମାଆଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଧୁନ୍‌ଚୀ ନୃତ୍ୟ କରିଥିଲେ। ପରେ ସିନ୍ଦୁର ଖେଳି ମା’ଙ୍କୁ ବିଦାୟ ଜଣାଇଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସିନ୍ଦୁର ଖେଳ ହୋଇଥିଲା।

ଅନ୍ୟପକ୍ଷରେ ପୁରୀରେ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।

Related story