ଆଜି ମହାଷଷ୍ଠୀ

କଟକ: ଆଜି ମହାଷଷ୍ଠୀ। ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେଉଛି। ପାଟ ଶାଢ଼ି ଓ ସୁନା ଚାନ୍ଦିର ଅଳଙ୍କାରରେ ଝଲସିବେ ମା’। ଆଜି ମହାଷଷ୍ଠୀରେ ମା’ଙ୍କ ବିଲ୍ୱବରଣ ପୂଜା କରାଯିବ। ବିଲ୍ୱାଧିବାସ ପରେ ମହାସପ୍ତମୀରେ ମା’ଙ୍କ ଚକ୍ଷୁଦାନ କରାଯିବ। ମା’ଙ୍କ ଆବାହାନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି। ଚଳିତବର୍ଷ କଟକ ସହରରେ ୨୦ରୁ ଅଧିକ ଚାନ୍ଦି ମେଢ଼ ସମେତ ମୋଟ ୧୫୬ଟି ମଣ୍ଡପରେ ମା’ ପୂଜା ପାଇବେ। ସବୁ ମଣ୍ଡପରେ ଶାନ୍ତି […]

durga-puja

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 08:34 AM IST

କଟକ: ଆଜି ମହାଷଷ୍ଠୀ। ଆଜିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେଉଛି। ପାଟ ଶାଢ଼ି ଓ ସୁନା ଚାନ୍ଦିର ଅଳଙ୍କାରରେ ଝଲସିବେ ମା’। ଆଜି ମହାଷଷ୍ଠୀରେ ମା’ଙ୍କ ବିଲ୍ୱବରଣ ପୂଜା କରାଯିବ। ବିଲ୍ୱାଧିବାସ ପରେ ମହାସପ୍ତମୀରେ ମା’ଙ୍କ ଚକ୍ଷୁଦାନ କରାଯିବ।

ମା’ଙ୍କ ଆବାହାନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି। ଚଳିତବର୍ଷ କଟକ ସହରରେ ୨୦ରୁ ଅଧିକ ଚାନ୍ଦି ମେଢ଼ ସମେତ ମୋଟ ୧୫୬ଟି ମଣ୍ଡପରେ ମା’ ପୂଜା ପାଇବେ। ସବୁ ମଣ୍ଡପରେ ଶାନ୍ତି ଶୃଙ୍ଖଳାର ପୂଜା ପାଇଁ ମହାନଗର ଶାନ୍ତି କମିଟି ଓ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Related story