ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ମୋଦି ବିଶାଖାପାଟଣାରୁ ବାହାରି ରାତି ୧୦ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।  ବିମାନବନ୍ଦରରେ ରାଜ୍ୟପାଳ ଏସ୍‌.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ।  ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ ବୋଲି ଗୃହ ବିଭାଗର ପ୍ରମୁଖ ସଚିବ ଅସୀତ ତ୍ରିପାଠୀ କହିଛନ୍ତି। ଆସନ୍ତାକାଲି ସକାଳ ୮ଟା ୪୫ରେ ପ୍ରଧାନମନ୍ତ୍ରୀ […]

modi

modi

Rakesh Mallick
  • Published: Saturday, 06 February 2016
  • Updated: 06 February 2016, 05:51 PM IST

Sports

Latest News

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ମୋଦି ବିଶାଖାପାଟଣାରୁ ବାହାରି ରାତି ୧୦ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।  ବିମାନବନ୍ଦରରେ ରାଜ୍ୟପାଳ ଏସ୍‌.ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ।  ଏହାପରେ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ ବୋଲି ଗୃହ ବିଭାଗର ପ୍ରମୁଖ ସଚିବ ଅସୀତ ତ୍ରିପାଠୀ କହିଛନ୍ତି।

ଆସନ୍ତାକାଲି ସକାଳ ୮ଟା ୪୫ରେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନରୁ ବାହାରି କାର୍ ଯୋଗେ ଜଟଣୀ ସ୍ଥିତ ନାଇଜର କ୍ୟାମ୍ପସକୁ ଯିବେ । ନାଇଜର ଲୋକାର୍ପଣ ଉତ୍ସବରେ ସେ ଏକ ଘଣ୍ଟା ରହିବେ। ସକାଳ ୯ଟାରୁ ୧୦ ମଧ୍ୟରେ  ପ୍ରଧାନମନ୍ତ୍ରୀ ନାଇଜର ଲୋକାର୍ପଣ କରିବା ସହ ପ୍ରାୟ ୩ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତା’ପରେ ସେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଓ ସେଠାରୁ ପାରାଦୀପ ଯାଇ ତୈଳ ବିଶୋଧନାଗାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଗୃହ ବିଭାଗର  ପ୍ରମୁଖ ସଚିବ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ନାଇଜର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ୍ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର, ରାଜଭବନ ଓ ନାଇଜର ପରିସର, ପ୍ରଧାନମନ୍ତ୍ରୀ ଯିବାକୁ ଥିବା ସମସ୍ତ ରୁଟ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୬୦ ପ୍ଲାଟୁନ୍ ଫୋର୍ସକୁ ମୁତୟନ କରାଯାଇଛି। ୨୫୦ ପୋଲିସ୍ ଅଫିସ୍‌ର ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିବାକୁ ନିୟୋଜିତ ହୋଇଛନ୍ତି। ଏସପିଜିର ଗାଇଡ୍‌ଲାଇନ୍ ଅନୁଯାୟୀ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story