ଆଜି ପବିତ୍ର ରଥଯାତ୍ରା

ପୁରୀ: ଆଜି ଘୋଷଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି। ଆଜି ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ। ଏଥିପାଇଁ  ତିନି ରଥ ସିଂହଦ୍ୱାର ଆଗରେ  ତିନିଠାକୁରଙ୍କୁ  ଅପେକ୍ଷା କରି ରହିଛି। ରଥରେ  ବିଜେ କରି  ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ। ଅପରାହ୍ନ ସାଢ଼େ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ତା’ପୂର୍ବରୁ ଦିନ ୯ଟା୩୦ରେ ରଥ ପ୍ରତିଷ୍ଠା ହୋଇଛି। […]

ratha---

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 04:45 PM IST

ପୁରୀ: ଆଜି ଘୋଷଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି। ଆଜି ରତ୍ନ ସିଂହାସନ ଛାଡି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ। ଏଥିପାଇଁ  ତିନି ରଥ ସିଂହଦ୍ୱାର ଆଗରେ  ତିନିଠାକୁରଙ୍କୁ  ଅପେକ୍ଷା କରି ରହିଛି। ରଥରେ  ବିଜେ କରି  ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ। ଅପରାହ୍ନ ସାଢ଼େ ୩ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ତା’ପୂର୍ବରୁ ଦିନ ୯ଟା୩୦ରେ ରଥ ପ୍ରତିଷ୍ଠା ହୋଇଛି। ଏହାପରେ ୧୦ଟାରେ ପହଣ୍ଡି ବିଜେ ଆରମ୍ଭ ହୋଇଛି। ଦିନ ଗୋଟାଏରେ ପହଣ୍ଡି ସରିବା ପରେ ୨ଟାରୁ ୩ଟା ଭିତରେ  ଛେରା ପହଁରା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି।

[embed]https://twitter.com/OdishaReporter/status/750582147023564808[/embed]

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ବଡ଼ଦାଣ୍ଡଠୁ ବେଳାଭୂମି ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୪୦ ପ୍ଳାଟୁନ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।  ବଡ଼ଦାଣ୍ଡ ସହ ସାରା ସହର ଉପରେ ସିସିଟିଭିରେ ନଜର ରଖାଯାଇଛି।ବାଇନାନାକୁଲାର ଯନ୍ତ୍ର ସହାୟତାରେ ମଧ୍ୟ ଉଚ୍ଚସ୍ଥାନରେ ରହି  ସନ୍ଦିଗ୍ଧଙ୍କ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ। ସମୁଦ୍ରପଟୁ କୌଣସି ପ୍ରକାର ଅନୁପ୍ରବେଶ ଆଶଙ୍କାକୁ ଏଡ଼ାଇବା ଲାଗି ବେଳାଭୂମିରେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସ୍ ସମୁଦ୍ରତଟ ଉପରେ ନଜର ରଖିବା ସହ ପାଟ୍ରୋଲିଂ କରୁଛନ୍ତି। ସମୁଦ୍ର ଗାଧୁଆ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବା ଲାଗି ଲାଇଫଗାର୍ଡ ମୁତୟନ କରାଯାଇଛି।

https://twitter.com/OdishaReporter/status/750591675295232000

ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା  ଜଣାଇଛନ୍ତି।

ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା  ଜଣାଇଛନ୍ତି।

ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା  ଜଣାଇଛନ୍ତି।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ଜିଲ୍କା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ସବୁ ବ୍ୟବସ୍ଥା ଠିକ୍‌ଠାକ୍‌ କରାଯାଇଛି। ରଥଯାତ୍ରାକୁ ଶୃଙ୍ଗଳିତ କରିବା ପାଇଁ ରାଜସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରଯାଇଛି। ସୁରକ୍ଷା,ଟ୍ରାଫିକ୍‌ ଓ ରିକ୍ସ ମ୍ୟାନେଜମେଣ୍ଟ ଭଲ ଭାବେ କରାଯାଇଛି। ଆମେ ଆଶା କରୁଛୁ ରଥଯାତ୍ରା ଶୃଙ୍ଗଳିତ ଭାବେ ଶେଷ ହେବ।”
ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି,“ପହଣ୍ଡି ହେବା ପରେ ଭକ୍ତମାନଙ୍କର ଉତ୍କଣ୍ଠା ରହିଛି ସେମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସବୁ ନୀତି ଶୃଙ୍ଗଳିତ ଚାଲିଛି। କୌଣସିଟି ନୀତିରେ ବିଳମ୍ବ ହୋଇନାହିଁ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ଅଞ୍ଚଳକୁ କିଛି ବରିଷ୍ଟ ଅଧିକାରୀଙ୍କ ଦାୟିତ୍ୱ ଦିଆଯାଇଛି। ଇଣ୍ଟ୍ରିଗ୍ରେଟେଡ୍‌ ସର୍ଭିସ ରୁମ୍‌ ଖୋଲାଯାଇଛି। ସେହିଠାରୁ ସବୁକୁ ଦୃଷ୍ଟିରେ ରଖାଯାଇଛି। ପାଷ୍ଟ ଏଡ୍‌ ବ୍ୟବସ୍ଥା କରାଯିବା ସହ ୮୩ଟି ଆମ୍ବୁଲାନ୍ସକୁ ମୁତୟନ କରାଯାଇଛି। ସ୍ୱାସ୍ଥ୍ୟସଚିବ ଏହିଠାରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ସମୁଦ୍ରକୂଳ ସମେତ ପୁରୀରେ ସୁରକ୍ଷାକର୍ମୀ ରହିଛନ୍ତି। ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ପାଉଚ୍‌ ପାଣିର ବ୍ୟବସ୍ଥା କରାଯାଇଛି। ୨୦୦ରୁ ଅଧିକ ଷ୍ଟାଣ୍ଡପୋଷ୍ଟ ରହିଛି।”

ପୋଲିସ ମହାନିର୍ଦ୍ଦେଶକ କେବି ସିଂହ କହିଛନ୍ତି,“ପୁରା ପୁରୀକୁ ୩ଟି ଜୋନ୍‌ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇ ଜଣେ ଜଣେ ବରିଷ୍ଟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଗୋଟିଏ ଗୋଟିଏ ଟିମ୍‌ରେ ଜଣେ ବରିଷ୍ଟ ଅଧିକାରୀ, ଆମ୍ବୁଲାନ୍ସ, ଫୋର୍ସ, ସାଧାରଣ ଜନତା ଓ ଏନ୍‌ଜିଓ ରହିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥତିକୁ ଏଡେଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି।”

Related story