ଆଜି ସରିବ ବିଧାନସଭାର ମୌସୁମୀ ଅଧିବେଶନ, ଶେଷ ଦିବସରେ ମଧ୍ୟ ବିରୋଧୀଙ୍କ ଅନୁପସ୍ଥିତିରେ ଚାଲିବ ଗୃହ

ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଆଜି ମଧ୍ୟ ବିରୋଧୀଙ୍କ ଅନୁପସ୍ଥିତିରେ ଚାଲିବ ଅଧିବେଶନର ଶେଷ ଦିବସ। ଗତକାଲି ବିନା ବିରୋଧୀରେ ଚାଲିଥିବା ଅଧିବେଶନରେ ସିଏଜି ରିପୋର୍ଟ ଓ ତିନି କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଅଧିବେଶନକୁ ୨ ଦିନ ବାକି ଥିବାବେଳେ ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ କରି ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଅଭିଯୋଗରେ ବିରୋଧୀ ବୟକଟ୍ କରିଥିଲେ । ୧୧ଟି କାର୍ଯ୍ୟଦିବସ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ […]

assembly

assembly

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 02:20 AM IST

Sports

Latest News

ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଆଜି ମଧ୍ୟ ବିରୋଧୀଙ୍କ ଅନୁପସ୍ଥିତିରେ ଚାଲିବ ଅଧିବେଶନର ଶେଷ ଦିବସ। ଗତକାଲି ବିନା ବିରୋଧୀରେ ଚାଲିଥିବା ଅଧିବେଶନରେ ସିଏଜି ରିପୋର୍ଟ ଓ ତିନି କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ଅଧିବେଶନକୁ ୨ ଦିନ ବାକି ଥିବାବେଳେ ବିଧାନସଭାରେ ବିରୋଧୀଙ୍କ କଣ୍ଠରୋଧ କରି ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ଅଭିଯୋଗରେ ବିରୋଧୀ ବୟକଟ୍ କରିଥିଲେ ।

୧୧ଟି କାର୍ଯ୍ୟଦିବସ ଥିବା ଏହି ସ୍ୱଳ୍ପକାଳୀନ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମାମଲାରେ ଆଲୋଚନା ପାଇଁ କଂଗ୍ରେସ ଅଡି ବସିଥିଲା। ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପୋଷ୍ଟର ଓ ବ୍ୟାନର ୱାର। ଗୃହ ମଧ୍ୟ ବାରମ୍ୱାର ମୁଲତବି ହୋଇଥିଲା।

ତେବେ ସର୍ବଦଳୀୟ ବୈଠକ ପରେ ୪ ଦିନର ଅଚଳାବସ୍ଥା ଦୂର ହୋଇ ସ୍ଥିତି ସ୍ୱାଭାବିକ ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଓ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ମୁଲତବି ଆଲୋଚନାରେ ସରକାରଙ୍କୁ ବିରୋଧୀ ଘେରିଥିଲେ। ତେବେ ଏହି ଅଧିବେଶନରେ ଗତକାଲି ପର୍ଯ୍ୟନ୍ତ ପାରିତ ହୋଇଥିବା ପ୍ରମୁଖ ବିଲ୍ ମଧ୍ୟରେ ଥିଲା ପୋଲିସ ବିଲ୍-୨୦୧୫, ଜମି ହଡ଼ପ ନିରୋଧକ ବିଲ୍, ଆପାର୍ଟମେଣ୍ଟ ଓନର୍ସିପ୍ ଆମେଣ୍ଡମେଣ୍ଟ୍ ବିଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos