ଆଜିଠୁ ବିଧାନସଭା ଆଗରେ ଧାରଣା ଦେବ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ୱର: ଆଜିଠୁ ବିଧାନସଭା ଆଗରେ ଧାରଣା ଦେବ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଗତ ୧୦ ତାରିଖରୁ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଜୋରଦାର କରିଛି। ପ୍ରଥମେ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲି ଓ ପରେ ଅପରାହ୍ନରେ ବିଧାନସଭା ଘେରାଉ କରିବ ବୋଲି ସଂଘ କହିଛି। ତା’ସହ ୨୦ ତାରିଖରୁ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନକୁ ସଂଘ ଘେରାଓ କରିବ ବୋଲି ଚେତାବନୀ ଦେଇଛି। ୪ହଜାର […]

strike

strike

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 01:58 AM IST

ଭୁବନେଶ୍ୱର: ଆଜିଠୁ ବିଧାନସଭା ଆଗରେ ଧାରଣା ଦେବ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଗତ ୧୦ ତାରିଖରୁ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଜୋରଦାର କରିଛି।

ପ୍ରଥମେ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିଶାଳ ରାଲି ଓ ପରେ ଅପରାହ୍ନରେ ବିଧାନସଭା ଘେରାଉ କରିବ ବୋଲି ସଂଘ କହିଛି। ତା'ସହ ୨୦ ତାରିଖରୁ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନକୁ ସଂଘ ଘେରାଓ କରିବ ବୋଲି ଚେତାବନୀ ଦେଇଛି। ୪ହଜାର ସ୍କୁଲର ପ୍ରାୟ ୪୦ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି। ୧୯୯୪ ଅନୁଦାନ ଆଇନ ଲାଗୁ କରାଯାଇ ଅନୁଦାନ ଯୋଗ୍ୟ ସ୍କୁଲଗୁଡ଼ିକୁ ତୁରନ୍ତ ଟଙ୍କା ଦିଆଯାଉ ବୋଲି ସଂଘ ଦାବି କରିଛି। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ବିଭାଗର ଆର୍ଥିକ ସମ୍ୱଳ ଅନୁସାରେ ପଦକ୍ଷେପ ନେବାକୁ ଉଦ୍ୟମ ଜାରି ରହିଛି।

ଗତକାଲି ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜଧାନୀରେ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ସାମିଲ୍ ହୋଇଥିଲେ। ସ୍କୁଲ୍ ଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ଏବଂ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିୟମ ଅନୁଯାୟୀ ଦରମା ଓ ଅନ୍ୟ ସୁବିଧା ଦେବାକୁ ଏମାନେ ଦାବି କରିଛନ୍ତି।  ଶିକ୍ଷକଙ୍କ ଆନ୍ଦୋଳନ ଦୃଷ୍ଟିରୁ ଲକ୍ଷ ଲକ୍ଷ ପିଲାଙ୍କ ପାଠପଢାରେ ଘୋର ଅସୁବିଧା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos