ଖରିଫ ଧାନ ସଂଗ୍ରହ ଆରମ୍ଭ

ବରଗଡ଼: ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆଜିଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲା ଅତାବିରା, ଗୋଡ଼ଭଗା ଓ କୋଳାପାଣିରୁ ଧାନ ସଂଗ୍ରହ କରାଯିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଛି।  ଅନ୍ୟ ଜିଲ୍ଲାରେ ଧାନ ସଂଗ୍ରହ ନେଇ  ଜିଲ୍ଲା ସଂଗ୍ରହ କମିଟି ନିଷ୍ପତ୍ତି ନେବେ। ଧାନ ବିକ୍ରି ପାଇଁ ଏବେ ସୁଦ୍ଧା ୮, ୮୧,୦ ୮୬ ଜଣ ଚାଷୀ  ପଞ୍ଜୀକରଣ କରିଥିବା ବେଳେ ସେଥିମଧ୍ୟରୁ ଆଧାର ଲିଙ୍କେଜରେ ୮,୩୪ ୯୨୫ ଓ ଏବଂ ଏନରୋଲମେଣ୍ଟରେ  ୪୦,୦୦୯୮ ଜଣ ଚାଷୀ […]

paddy-in-mandi

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 09:40 PM IST

ବରଗଡ଼: ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ଆଜିଠାରୁ ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲା ଅତାବିରା, ଗୋଡ଼ଭଗା ଓ କୋଳାପାଣିରୁ ଧାନ ସଂଗ୍ରହ କରାଯିବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଛି।  ଅନ୍ୟ ଜିଲ୍ଲାରେ ଧାନ ସଂଗ୍ରହ ନେଇ  ଜିଲ୍ଲା ସଂଗ୍ରହ କମିଟି ନିଷ୍ପତ୍ତି ନେବେ। ଧାନ ବିକ୍ରି ପାଇଁ ଏବେ ସୁଦ୍ଧା ୮, ୮୧,୦ ୮୬ ଜଣ ଚାଷୀ  ପଞ୍ଜୀକରଣ କରିଥିବା ବେଳେ ସେଥିମଧ୍ୟରୁ ଆଧାର ଲିଙ୍କେଜରେ ୮,୩୪ ୯୨୫ ଓ ଏବଂ ଏନରୋଲମେଣ୍ଟରେ  ୪୦,୦୦୯୮ ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ।

ସେହିପରି ୨୫୬୭ ସୋସାଇଟି ଚଳିତବର୍ଷ ଧାନ ସଂଗ୍ରହରେ ଭାଗ ନେବେ। ଗୋଦାମ ଓ ପରିବହନ ଭଡ଼ାକୁ ନେଇ ରାଇସ୍‌ ମିଲ୍‌ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ ହୋଇଥିବାରୁ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଯାଉଛି। କୋପରେଟିଭ୍‌ ମାଧ୍ୟମରେ ମଣ୍ଡିରୁ ଧାନ ସଂଗ୍ରହଠାରୁ ଆରମ୍ଭ କରି ଗୋଦାମରେ ଗଚ୍ଛିତ ରଖିବା ଲାଗି ହେଉଥିବା ଖର୍ଚ୍ଚ ଦେବାକୁ ମିଲର୍ସ ସଂଘ ଦାବି କରିଛି। ବିବାଦର ସମାଧାନ ପାଇଁ ଆଜି ଆଉ ଥରେ ବୈଠକ ହୋଇପାରେ।

Related story